ପାକ୍ସ କମ୍ପ୍ୟୁଟରୀକରଣକୁ ୨,୫୧୬ କୋଟି

ନୂଆଦିଲ୍ଲୀ,୩୦।୬: ପ୍ରାଥମିକ କୃଷି ଋଣ ସମିତି (ପିଏସିଏସ୍‌ ବା ପାକ୍ସ)ଗୁଡ଼ିକର କମ୍ପ୍ୟୁଟରୀକରଣ କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ୨,୫୧୬ କୋଟି ଟଙ୍କାର ଖର୍ଚ୍ଚକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ମନ୍ତ୍ରିମଣ୍ଡଳର ଆର୍ଥିକ ମାମଲା ସମିତି (ସିସିଇଏ) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି କମ୍ପ୍ୟୁଟରୀକରଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ପିଏସିଏସ୍‌ର ଦକ୍ଷତାକୁ ବଢାଇବା ସହିତ ସେଗୁଡ଼ିକର ସଞ୍ଚାଳନରେ ପାରଦର୍ଶିତା ଏବଂ ଦାୟିତ୍ୱହୀନତା ଆଣିବା। ଏହାସହିତ ପିଏସିଏସ୍‌କୁ ନିଜ ବ୍ୟବସାୟରେ ବିବିଧତା ଆଣିବା ତଥା ବିଭିନ୍ନ ସେବା ଆରମ୍ଭ କରିବା ପାଇଁ ସୁବିଧା ମଧ୍ୟ ପ୍ରଦାନ କରାଯିବା ନେଇ କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ବୈଠକ ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଆଗାମୀ ୫ବର୍ଷ ମଧ୍ୟରେ ୨,୫୧୬ କୋଟି ଟଙ୍କା ବିନିମୟରେ ୬୩,୦୦୦ କାର୍ଯ୍ୟରତ ପିଏସିଏସ୍‌ର କମ୍ପ୍ୟୁଟରୀକରଣ ହେବାର ଯୋଜନା ରହିଛି। ଏଥିମଧ୍ୟରୁ କେନ୍ଦ୍ର ସରକାର ୧୫୨୮ କୋଟି ଟଙ୍କାର ବୋଝ ବହନ କରିବେ। ମନ୍ତ୍ରୀଙ୍କ ସୂଚନା ଅନୁସାରେ ସରକାରଙ୍କର ଏହି ନିଷ୍ପତ୍ତି ଦ୍ୱାରା ୧୩ କୋଟି କ୍ଷୁଦ୍ର ଏବଂ ସୀମାନ୍ତ ଚାଷୀ ଏହାଦ୍ୱାରା ଲାଭବାନ ହୋଇପାରିବେ। ଏହି ପରିଯୋଜନାରେ ସାଇବର ସୁରକ୍ଷା ଏବଂ ଡାଟା ଭଣ୍ଡାର ସହିତ କ୍ଲାଉଡ୍‌ ଆଧାରିତ ସାମାନ୍ୟ ସଫ୍ଟଓ୍ବେର୍‌ର ବିକାଶ ଏବଂ ପିଏସିଏସ୍‌ ହାର୍ଡଓ୍ବେର୍‌ ସମ୍ବନ୍ଧିତ ସହାୟତା ପ୍ରଦାନ କରିବା ସାମିଲ୍‌ ଅଛି। ସୂଚନାଯୋଗ୍ୟ, ପିଏସିଏସ୍‌ ସ୍ବଳ୍ପକାଳୀନ ସହକାରୀ ଋଣ (ଏସ୍‌ଟିସିସି)କୁ ତ୍ରିସ୍ତରୀୟ ବ୍ୟବସ୍ଥାର ସର୍ବନିମ୍ନ ସ୍ତରରେ ଭୂମିକା ଗ୍ରହଣ କରିଥାଏ। ପ୍ରାୟ ୧୩ କୋଟି ଚାଷୀ ପିଏସିଏସ୍‌ର ସଦସ୍ୟ ହୋଇଥିବା ବେଳେ ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ବୃଦ୍ଧି ପାଇଁ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଦେଶର ସମସ୍ତ ସଂସ୍ଥାଗୁଡ଼ିକ ତରଫରୁ ଦିଆଯାଇଥିବା କେସିସି ଋଣରେ ପିଏସିଏସ୍‌ର ଅଂଶ ୪୦% ଅଟେ। ସରକାରଙ୍କ ଏହି ଯୋଜନା ଗ୍ରାମୀଣ କ୍ଷେତ୍ରଗୁଡ଼ିକର ଡିଜିଟାଲକରଣରୁ ଉତ୍କୃଷ୍ଟ କରିବା ସହିତ ବ୍ୟାଙ୍କିଙ୍ଗ ଏବଂ ଅଣବ୍ୟାଙ୍କିଙ୍ଗ୍‌ ଗତିବିଧିକୁ ଉତ୍ତମ ଭାବେ ଗଢିବାରେ ସହଯୋଗ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri