ରାଜ୍ୟରେ ନୂଆ ୨୫୧ କରୋନା ପଜିଟିଭ ଚିହ୍ନଟ, ୪ ଜଣଙ୍କ ଜୀବନଗଲା

ଭୁବନେଶ୍ୱର, ୨।୧(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୨୫୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ ଜଣ ଆଖି ବୁଜୁଛନ୍ତି। ତେବେ ନୂଆ ପଜିଟିଭଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୧୧୭ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ୨୫୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୮ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୦୩ ଲୋକାଲ କେସ୍‌ ରହିଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସମ୍ବଲପୁର ଜିଲାରୁ ସର୍ବାଧିକ ୩୫ ଜଣ ରହିଥିବା ବେଳେ ସୁନ୍ଦରଗଡ଼ରୁ ୩୪ ଏବଂ ଅନୁଗୋଳରୁ ୩୧ ଜଣ ରହିଛନ୍ତି। ସେହିପରି ବାଲେଶ୍ୱରରୁ ୮, ବରଗଡ଼ରୁ ୧୫, ଭଦ୍ରକରୁ ୧, ବଲାଙ୍ଗିରରୁ ୧୩, ବୌଦ୍ଧରୁ ୩, କଟକରୁ ୪, ଦେବଗଡ଼ରୁ ୪, ଗଞ୍ଜାମରୁ ୩, ଜଗତସିଂହପୁରରୁ ୨, ଯାଜପୁରରୁ ୧୪, ଝାରସୁଗୁଡ଼ାରୁ ୧୩, କେନ୍ଦ୍ରାପଡ଼ାରୁ ୮, ଖୋର୍ଦ୍ଧାରୁ ୧୪, କୋରାପୁଟରୁ ୫, ମୟୂରଭଞ୍ଜରୁ ୪, ନୟାଗଡ଼ରୁ ୧, ନୂଆପଡ଼ାରୁ ୨୩, ପୁରୀରୁ ୧୨ ଓ ସୋନପୁରରୁ ୧ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟପୁଲରୁ ୩ଜଣ ରହିଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୧୧୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩,୨୫,୭୩୩ ଜଣ ସୁସ୍ଥ ହୋଇସାରିଛନ୍ତି। ୨,୪୫୧ ଜଣ ଚିକିତ୍ସାଧୀନ ଅଛନ୍ତି।
ସେହିପରି ୪ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱର, ଖୋର୍ଦ୍ଧା, ବଲାଙ୍ଗୀର ଏବଂ କଟକ ଜିଲାରୁ ଜଣେ ଲେଖାଏ ରହିଛନ୍ତି।