୨ମାସରେ ୨୫,୦୦୦ ଅଣ ଜିଏସ୍‌ଟି ସେଲ୍‌ର ପଞ୍ଜୀକୃତ

ଭୁବନେଶ୍ୱର,୧୬।୧୨: ଦେଶର ଅଗ୍ରଣୀ ଇ କର୍ମସ ସଂସ୍ଥା ମିଶୋ ନିକଟରେ ଆଉ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଗତ ୨ମାସ ମଧ୍ୟରେ ପ୍ରାୟ ୨୫,୦୦୦ ଅଣ ଜିଏସ୍‌ଟି ବିକ୍ରେତାଙ୍କ ସଫଳ ଅନ୍‌ବୋର୍ଡିଂ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷ ଅକ୍ଟୋବର ପରଠାରୁ ସଂସ୍ଥାର ଏହି ବିକାଶ ଲକ୍ଷ ଲକ୍ଷ ନୂଆ ବିକ୍ରେତାଙ୍କ ପାଇଁ ଦ୍ୱାର ଖୋଲିଛି, ଯାହା ସେମାନଙ୍କୁ ଡିଜିଟାଲ ବାଣିଜ୍ୟ ବିପ୍ଳବରେ ଯୋଗଦେବାକୁ ସକ୍ଷମ କରାଇଛି। ସେହିଭଳି ଗତ ୨ମାସ ମଧ୍ୟରେ ଅଣ ଜିଏସ୍‌ଟି ବିକ୍ରେତାମାନେ ମିଶୋରେ ନୂଆ ପଞ୍ଜୀକରଣ ବା ବିକ୍ରେତା ଭାବେ ଯୋଗଦେଇଛନ୍ତି, ଯାହା ୪୦% ବୋଲି ଧରାଯାଉଛି। ବିଶେଷକରି ଏହା ସଂଖ୍ୟା ଆନ୍ଧ୍ରପ୍ରଦେଶ, ଆସାମ, ପଞ୍ଜାବ, ବିହାର, ସିକିମ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ଭଳି ୨୦ରୁ ଅଧିକ ରାଜ୍ୟର ବ୍ୟବସାୟୀ । ଏହି ନୂଆ ଅନ୍‌ବୋର୍ଡ ହୋଇଥିବା ଅଣ ଜିଏସ୍‌ଟି ବିକ୍ରେତାମାନେ ୧.୩ ଲକ୍ଷରୁ ଅଧିକ ଉପତ୍ାଦ ତାଲିକାରେ ସାମିଲ ସହ କମ୍ପାନୀକୁ ସହଯୋଗ କରୁଛନ୍ତି। ବିଶେଷକରି ମିଶୋ ପାଇଁ ଏହାର ପରିମାଣ ୮୦%ରୁ ଅଧିକ ରହିଥିବାବେଳେ ବିଭିନ୍ନ ପ୍ରକାର ସାମଗ୍ରୀ ଯଥା ଘରକରଣା, ସାଜସଜ୍ଜା, ରୋଷେଇ ଉପକରଣ ଓ ଆସେସରିଜ ଆଦି ଅନ୍ତର୍ଭୁକ୍ତ ରହିଛି।
ଏ ସମ୍ପର୍କରେ ମିଶୋର ସିଏକ୍ସଓ ବିଜ୍‌ନେସ୍‌ ମେଘା ଅଗ୍ରୱାଲ କହିଛନ୍ତି, ଆମେ ପ୍ରାୟ ୨୫,୦୦୦ ଅଣ ଜିଏସ୍‌ଟି ବିକ୍ରେତାଙ୍କୁ ଆମ ପ୍ଲାଟ୍‌ଫର୍ମରେ ସାମିଲ କରାଇ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ସେମାନଙ୍କୁ ସ୍ବାଗତ କରିବା ଏକ ଅନ୍ତର୍ଭୁକ୍ତ ଡିଜିଟାଲ ଇକୋ ସିଷ୍ଟମ ପ୍ରତିପାଦନ ପାଇଁ ଆମର ପ୍ରୟାସକୁ ସୁଦୃଢ କରିଥାଏ। ପ୍ରତ୍ୟେକ ନୂଆ ବିକ୍ରେତା ଏକ ସ୍ବପ୍ନକୁ ପ୍ରତିନିଧିତ୍ୱ କରିଥାନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୭ ସୁଦ୍ଧା ୧୦ନିୟୁତ ବିକ୍ରେତାଙ୍କୁ ଡିଜିଟାଇଜେଶନ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ। ମିଶୋରେ ନୂତନତା ଆଣିବା ଓ ଅନ୍‌ଲାଇନ ବିକ୍ରୟ କରୁଥିବା ଛୋଟ ବ୍ୟବସାୟୀଙ୍କ ପାଇଁ ବାଧ୍ୟତାମୂଳକ ଜିଏସ୍‌ଟି ପଞ୍ଜୀକରଣ ହଟାଇବାକୁ ପ୍ରୟାସ କରୁଥିବାବେଳେ ମିଶୋ ସହ ପଞ୍ଜୀକରଣ ପ୍ରକ୍ରିୟା ଓ ଶୂନ ପ୍ରତିଶତ କମିଶନ ନୀତି ଯୋଗୁ ଆମର ଛୋଟ ବ୍ୟବସାୟ ବୃଦ୍ଧି ପାଇଛି। ଅଣ ଜିଏସ୍‌ଟି ବିକ୍ରେତାମାନଙ୍କ ପାଇଁ ମିଶୋର ଟେକ୍‌ନୋଲୋଜି ଅପ୍‌ଗ୍ରେଡ୍‌ ଏକ ଶୃଙ୍ଖଳିତ ପଞ୍ଜୀକରଣ ପ୍ରକ୍ରିୟା, ସରଳୀକୃତ କାଟାଲଗ୍‌ ଅପ୍‌ଲୋଡ୍‌, ଜିଓ ସୀମିତ ଉପତ୍ାଦ ଆବିଷ୍କାର ଓ ସ୍ବଚ୍ଛତା ପାଇଁ ବର୍ଦ୍ଧିତ ଶପିଂ ଲେବଲ ଅନ୍ତର୍ଭୁକ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନଷ୍ଟ ହୋଇଯାଇଥିବା ପାଓ୍ବାରପ୍ଲାଣ୍ଟକୁ ନେଇ ଏମିତି ଧମକ ଦେଲା ଇରାନ ସାରା ବିଶ୍ୱ ସ୍ତବ୍ଧ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଅଧିକ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଇରାନ କହିଛି ଯେ ଯଦି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ଶକ୍ତି କେନ୍ଦ୍ର ଉପରେ…

ଷ୍ଟ୍ରେଟ ଅଫ ହର୍ମୁଜକୁ ନେଇ ଟ୍ରମ୍ପଙ୍କ ପରେ ଏବେ ଧମକ ଦେଲେଣି ସ୍କଟ ବେସେଣ୍ଟ , କହିଲେ ‘ଇରାନର ଦୁର୍ଗ…’

ଓ୍ବାଶିଂଟନ,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଇବାକୁ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଚର୍ଚ୍ଚାରେ କଣ୍ଠଶିଳ୍ପୀ ଦିପ୍ତିରେଖା: ପ୍ରଧାନମନ୍ତ୍ରୀ ମୋଦି ଶେୟାର କଲେ…

ଭୁବନେଶ୍ୱର,୨୩ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓ ଲିଙ୍କ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ବାସନ୍ତୀକ ନବରାତ୍ର ପୂଜା: ସ୍କନ୍ଧମାତା ବେଶରେ ମା’ ସମଲେଶ୍ବରୀ

ବରଗଡ଼,୨୩।୩,(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ପଞ୍ଚମ ଦିବସ ସୋମବାରରେ ଦେବୀ ସ୍କନ୍ଧମାତା ବେଶରେ ଦର୍ଶନ ଦେଇଛନ୍ତି ।…

ମଣ୍ଡଳ କାରାଗାରରେ ପୋଲିସର ବଡ଼ ଧରଣର ଚଢ଼ାଉ: ଆପତ୍ତିଜନକ…

ସମ୍ବଲପୁର,୨୩।୩(ପ୍ରମୋଦ ବହିଦାର): ସମ୍ବଲପୁର ମଣ୍ଡଳ କାରାଗାରରେ ସୋମବାର ଭୋର ସମୟରେ ଉପଜିଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ତିତିରେ ଏକ ଅତର୍କିତ ଚଢ଼ାଉ କରାଯାଇଛି। ସକାଳ ପ୍ରାୟ ୫ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri