ଜିଓର ‘ଜିଓଟିଭି ପ୍ରିମିୟମ ପ୍ଲାନ୍ସ’ ଉନ୍ମୋଚିତ

ଭୁବନେଶ୍ୱର,୧୬।୧୨ :ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ‘ଜିଓଟିଭି ପ୍ରିମିୟମ ପ୍ଲାନ୍ସ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ନୂଆ ବର୍ଷ ପୂର୍ବରୁ ଜିଓ ତା’ର ଗ୍ରାହକଙ୍କ ପାଇଁ ମନୋରଞ୍ଜନର ବ୍ୟାପକ ସମ୍ଭାର ଆଣିଦେଇଛି। ଏପରିକି ଜିଓ ଟିଭି ପ୍ରିମିୟମ ପ୍ଲାନ୍ସ ନାମରେ ମାଗଣା ଓଟିଟି ଆପ୍‌
ସବ୍‌ସ୍କ୍ରିପଶନ ସହ କମ୍ପାନୀ ୩ ନୂଆ ମୋବାଇଲ ପ୍ଲାନ୍‌ର ଶୁଭାରମ୍ଭ ମଧ୍ୟ କରିଛି। ଉକ୍ତ ପ୍ଲାନ୍‌ଗୁଡିକ ଜରିଆରେ ଗ୍ରାହକ ଜିଓସିନେମା ପ୍ରିମିୟମ, ଡିଜନି ପ୍ଲସ୍‌ ହଟ୍‌ଷ୍ଟାର, ଜି୫, ସୋନି-ଲିଭ ଭଳି ଜାତୀୟସ୍ତରର ଓଟିଟି ଏବଂ ପ୍ରାଇମ ଭିଡିଓ (ମୋବାଇଲ), ଲାୟନ୍ସଗେଟ୍‌ ପ୍ଲେ, ଡିସ୍‌କଭରି ପ୍ଲସ୍‌, ଡକୁ-ବେ ଭଳି ଅନ୍ତର୍ଜାତୀୟ ଓଟିଟି ସବ୍‌ସ୍କ୍ରିପଶନ ସହ ସନ୍‌ ନେକ୍ସଟ, ହୋଇଚୋଇ, ପ୍ଲାନେଟ୍‌ ମରାଠୀ, ଚୌପାଲ, ଏପିକଅନ୍‌ ଓ କଞ୍ଚାଲଙ୍କା ଭଳି ଲୋକପ୍ରିୟ ଆଞ୍ଚଳିକ ଓଟିଟି ଆପ୍‌ ସମେତ ପ୍ରାୟ ୧୪ଟି ଓଟିଟି ଆପ୍‌ ସବ୍‌ସ୍କ୍ରିପଶନ୍‌ ବିନା କୌଣସି ଅତିରିକ୍ତ ମୂଲ୍ୟରେ ପାଇପାରିବେ ବୋଲି ଜିଓ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଓଟିଟି ଆପ୍‌ ଜରିଆରେ ଜାତୀୟ, ଅନ୍ତର୍ଜାତୀୟ ଓ ଆଞ୍ଚଳିକ ଭାଷାର ବିଷୟବସ୍ତୁ ଦେଖିବାକୁ ମିଳିବ। ଉକ୍ତ ପ୍ଲାନ୍‌ ସହ ଯୋଡ଼ିହୋଇଥିବା ତଥା ମାଗଣାରେ ଉପଲବ୍ଧ ହେଉଥିବା ଓଟିଟି ଆପ୍‌ଗୁଡ଼ିକର ସବ୍‌ସ୍କ୍ରିପଶନ ମୂଲ୍ୟ ପ୍ରାୟ ୧୦୦୦ ଟଙ୍କା ରହିଛି। ସେହିପରି ୩୯୮ ଟଙ୍କିଆ ପ୍ଲାନ୍‌ରେ ଗ୍ରାହକଙ୍କୁ ୧୨ଟି ଓଟିଟି ଆପ୍‌ ମିଳୁଥିବାବେଳେ ୧୧୯୮ ଟଙ୍କା ଏବଂ ୪୪୯୮ଟଙ୍କାର ପ୍ଲାନ୍‌ରେ ୧୪ଟି ଓଟିଟି ଆପ୍‌ ମାଗଣାରେ ମିଳିବ। ପ୍ରତ୍ୟେକ ପ୍ଲାନ୍‌ରେ ଗ୍ରାହକଙ୍କୁ ପ୍ରତିଦିନ ୨ଜିବି ହାଇସ୍ପିଡ୍‌ ଡାଟା ମିଳିବ। ଏପରିକି ୩୯୮ ଟଙ୍କିଆ ପ୍ଲାନ୍‌ର ବୈଧତା ୨୮ଦିନ ରହିଥିବା ବେଳେ ୧୧୯୮ଟଙ୍କିଆ ପ୍ଲାନ୍‌ର ବୈଧତା ୮୪ ଦିନ ଏବଂ ୪୪୯୮ଟଙ୍କିଆ ପ୍ଲାନ୍‌ ବୈଧତା ୩୬୫ ଦିନ ରହିଛି। ଅପରପକ୍ଷରେ ଗ୍ରାହକ ଜିଓଟିଭି ପ୍ରିମିୟମ ପ୍ଲାନ୍‌ ରିଚାର୍ଜ କଲେ ଅଲଗା ଅଲଗା ଏକାଧିକ ଓଟିଟି ସବ୍‌ସ୍କ୍ରିପଶନ କିଣିବାର ସମସ୍ୟା ଦୂର ହେବ। ଜିଓଟିଭି ଆପ୍‌ରେ ସାଇନ୍‌ ଇନ୍‌ କରିବା ପରେ ଓଟିଟି ଆପ୍‌ ପାଇଁ ଅଲଗା ଲଗ ଇନ୍‌ ଓ ପାସ୍‌ୱାର୍ଡ ବନାଇବା ଓ ମନେରଖିବାର ଆବଶ୍ୟକତା ପଡ଼ିବ ନାହିଁ। ବିଶେଷକରି ୪୪୯୮ଟଙ୍କାର ବାର୍ଷିକ ପ୍ଲାନ୍‌ରେ ୱାନ୍‌ କ୍ଲିକ୍‌ କଷ୍ଟମର କେୟାର କଲ୍‌ ବ୍ୟାକ୍‌ ସୁବିଧା ମଧ୍ୟ ଉପଲବ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri