ଚଳିତ ଆର୍ଥିକ ବର୍ଷରେ ୨୫,୦୦୦ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୨୫।୮ (ଅଭୟ ଦାଶ):ବିଗତ କିଛି ବର୍ଷ ମଧ୍ୟରେ ମାଇକ୍ରୋଫାଇନାନ୍ସ କମ୍ପାନୀଗୁଡ଼ିକର କାରବାର ପୂର୍ବାପେକ୍ଷା ବୃଦ୍ଧି ପାଇଛି। ବିଶେଷକରି ସହରାଞ୍ଚଳରୁ ଆରମ୍ଭକରି ଗ୍ରାମାଞ୍ଚଳର ଶେଷ ସ୍ତର ପର୍ଯ୍ୟନ୍ତ ମାଇକ୍ରୋଫାଇନାନ୍ସର ଦୃଢ଼ ନେଟ୍‌ଓ୍ବର୍କ ବଳରେ ବିଭିନ୍ନ ବର୍ଗଙ୍କ ପାଇଁ ଆର୍ଥିକ ସହଯୋଗ ଯୋଗାଇବା ବେଶ୍‌ ସହାୟକ ହୋଇଛି। ଏ କ୍ଷେତ୍ରରେ ରହିଥିବା ଶିଳ୍ପ ସଙ୍ଗଠନ ତଥା ଆର୍‌ବିଆଇ ସ୍ବୀକୃତିପ୍ରାପ୍ତ ସ୍ବୟଂ ନିୟନ୍ତ୍ରିତ ସଂସ୍ଥା ମାଇକ୍ରୋଫାଇନାନ୍ସ ଇଣ୍ଡଷ୍ଟ୍ରି ନେଟ୍‌ୱର୍କ(ଏମ୍‌ଏଫ୍‌ଆଇଏନ୍‌)ର ଗୁରୁତ୍ୱ ମଧ୍ୟ ବୃଦ୍ଧି ପାଇଛି। ସେହିଭଳି ମାଇକ୍ରୋଫାଇନାନ୍ସ କମ୍ପାନୀଗୁଡ଼ିକ ଓଡ଼ିଶା ବଜାର ଉପରେ ଅଧିକ ଗୁରୁତ୍ୱ ଦେବା ସହ କାରବାର ବୃଦ୍ଧି ନେଇ ମଧ୍ୟ ବ୍ୟାପକ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ବିଶେଷକରି ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ମାଇକ୍ରୋଫାଇନାନ୍ସ କମ୍ପାନୀଗୁଡ଼ିକର କାରବାର ବ୍ୟାପକ ଭାବେ ବୃଦ୍ଧି ପାଇଥିବାବେଳେ ୨୦୨୩-୨୪ ଆର୍ଥକ ବର୍ଷରେ ପ୍ରାୟ ୨୫,୦୦୦କୋଟି ଟଙ୍କାର ବ୍ୟବସାୟ ପାଇଁ ଆକଳନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଗତ ୫ ବର୍ଷ ମଧ୍ୟରେ ମାଇକ୍ରୋଫାଇନାନ୍ସ କମ୍ପାନୀଗୁଡିକ କ୍ରମାଗତ ଭାବେ କାରବାର ବୃଦ୍ଧିକରି ଚାଲିଛନ୍ତି। ବିଶେଷକରି ୨୦୧୯ରୁ ୨୦୨୩ ଆର୍ଥକ ବର୍ଷରେ ଯଥାକ୍ରମେ ୧୧,୪୮୬ କୋଟି ବଢ଼ି ୨୦,୩୫୩ କୋଟି ଟଙ୍କାରେ ପହଞ୍ଚତ୍ଛି। ଏପରିକି ରାଜ୍ୟରେ ଗଞ୍ଜାମ ଜିଲା ସର୍ବାଧିକ ବ୍ୟବସାୟ ଦେଉଥିବାବେଳେ ସୋନପୁରରେ ସର୍ବନିମ୍ନ କାରବାର ହୋଇଥିବା ଜଣାପଡ଼ିଛି। ଅପରପକ୍ଷରେ ମାଇକ୍ରୋଫାଇନାନ୍ସ କମ୍ପାନୀଗୁଡ଼ିକ ସାରା ଦେଶରେ କାରବାର କରୁଥିବାବେଳେ ବିହାର ପ୍ରଥମ ସ୍ଥାନରେ ରହିଥିବାବେଳେ ଓଡ଼ିଶା ୮ସ୍ଥାନରେ ରହିଛି। ଗତ ୨ ବର୍ଷ ମଧ୍ୟରେ ଦେଶର ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କାର ଋଣ ସହାୟତା ପ୍ରାୟ ୬.୬ କୋଟି ସ୍ବତନ୍ତ୍ର ଋଣଦାତାଙ୍କ ଯୋଗାଇ ଦିଆଯାଇଛି। ସେହିପରି ଭାରତର ଦୁର୍ଗମ ଅଞ୍ଚଳରେ ଋଣ ଏବଂ ଅତ୍ୟାବଶ୍ୟକ ଆର୍ଥିକ ସେବା ଯେଭଳି ପହଞ୍ଚତ୍ବ ତାହା ସୁନିଶ୍ଚିତ କରିବା ଦିଗରେ ମାଇକ୍ରୋଫାଇନାନ୍ସ ଏକ ପ୍ରଭାବୀ ସାଧନ ଭାବେ ଉଭାହୋଇଛି। ସୂଚନାଯୋଗ୍ୟ, ଓଡ଼ିଶା ବଜାରରେ ମାଇକ୍ରୋଫାଇନାନ୍ସ ସଂସ୍ଥାଗୁଡ଼ିକ ମାଇକ୍ରୋ କ୍ରେଡିଟ୍‌ ଋଣ ଜରିଆରେ ୪୬ ଲକ୍ଷରୁ ଅଧିକ ବ୍ୟକ୍ତିବିଶେଷ (ଅନନ୍ୟ ଋଣକାରୀ)ଙ୍କ ଜୀବନରେ ରୂପାନ୍ତରଣ ଆଣିଛନ୍ତି।
ଏ ସମ୍ପର୍କରେ ଏମ୍‌ଏଫ୍‌ଆଇଏନ୍‌ର ଡେପୁଟି ହେଡ୍‌ (ଷ୍ଟେଟ୍‌ ଇନିସିଏସିଭ) ରାମ କାମରାଜୁ କହିଛନ୍ତି, ଆର୍‌ବିଆଇ ନିୟନ୍ତ୍ରିତ ମାଇକ୍ରୋଫାଇନାନ୍ସ ସଂସ୍ଥାଗୁଡ଼ିକ ବାସ୍ତବରେ ଓଡ଼ିଶାର ଅବହେଳିତ ବର୍ଗଙ୍କ ନିମନ୍ତେ ଆଶାର ଆଲୋକ ହୋଇପାରିଛି। ସେହିଭଳି ଅନ୍ନପୂର୍ଣ୍ଣା ଫାଇନାନ୍ସର ଡାଇରେକ୍ଟର ଦିବ୍ୟଜ୍ୟୋତି ପଟ୍ଟନାୟକ କହିଥିଲେ,ମାଇକ୍ରୋଫାଇନାନ୍ସ ଦୃଶ୍ୟପଟରେ ରାଜ୍ୟର ଦୃଢ଼ତା ଏବଂ ଏକାଗ୍ରତା ଲକ୍ଷ୍ୟ କରାଯାଉଛି। ଏପରିକି ମାଇକ୍ରୋଫାଇନାନ୍ସ ଋଣ ଯୋଗୁ ମହିଳା ଉଦ୍ୟୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଆମେ ଲକ୍ଷ୍ୟ କରୁଛୁ। ଉଲ୍ଲେଖଯୋଗ୍ୟ, ଦେଶର ୨୮ ରାଜ୍ୟ ୮ କେନ୍ଦ୍ରଶାସିତ ଅଞ୍ଚଳର ୭୨୯ ଜିଲାରେ ୪୪ରୁ ଅଧିକ ମାଇକ୍ରୋଫାଇନାନ୍ସ କମ୍ପାନୀ କାର୍ଯ୍ୟ କରୁଥିବାବେଳେ ଉକ୍ତ କମ୍ପାନୀ ଭାରତର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଋଣ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସେବା ପହଞ୍ଚାଇବା ସୁନିଶ୍ଚିତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri