ଚଳିତ ଆର୍ଥିକ ବର୍ଷରେ ୨୫,୦୦୦ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୨୫।୮ (ଅଭୟ ଦାଶ):ବିଗତ କିଛି ବର୍ଷ ମଧ୍ୟରେ ମାଇକ୍ରୋଫାଇନାନ୍ସ କମ୍ପାନୀଗୁଡ଼ିକର କାରବାର ପୂର୍ବାପେକ୍ଷା ବୃଦ୍ଧି ପାଇଛି। ବିଶେଷକରି ସହରାଞ୍ଚଳରୁ ଆରମ୍ଭକରି ଗ୍ରାମାଞ୍ଚଳର ଶେଷ ସ୍ତର ପର୍ଯ୍ୟନ୍ତ ମାଇକ୍ରୋଫାଇନାନ୍ସର ଦୃଢ଼ ନେଟ୍‌ଓ୍ବର୍କ ବଳରେ ବିଭିନ୍ନ ବର୍ଗଙ୍କ ପାଇଁ ଆର୍ଥିକ ସହଯୋଗ ଯୋଗାଇବା ବେଶ୍‌ ସହାୟକ ହୋଇଛି। ଏ କ୍ଷେତ୍ରରେ ରହିଥିବା ଶିଳ୍ପ ସଙ୍ଗଠନ ତଥା ଆର୍‌ବିଆଇ ସ୍ବୀକୃତିପ୍ରାପ୍ତ ସ୍ବୟଂ ନିୟନ୍ତ୍ରିତ ସଂସ୍ଥା ମାଇକ୍ରୋଫାଇନାନ୍ସ ଇଣ୍ଡଷ୍ଟ୍ରି ନେଟ୍‌ୱର୍କ(ଏମ୍‌ଏଫ୍‌ଆଇଏନ୍‌)ର ଗୁରୁତ୍ୱ ମଧ୍ୟ ବୃଦ୍ଧି ପାଇଛି। ସେହିଭଳି ମାଇକ୍ରୋଫାଇନାନ୍ସ କମ୍ପାନୀଗୁଡ଼ିକ ଓଡ଼ିଶା ବଜାର ଉପରେ ଅଧିକ ଗୁରୁତ୍ୱ ଦେବା ସହ କାରବାର ବୃଦ୍ଧି ନେଇ ମଧ୍ୟ ବ୍ୟାପକ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ବିଶେଷକରି ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ମାଇକ୍ରୋଫାଇନାନ୍ସ କମ୍ପାନୀଗୁଡ଼ିକର କାରବାର ବ୍ୟାପକ ଭାବେ ବୃଦ୍ଧି ପାଇଥିବାବେଳେ ୨୦୨୩-୨୪ ଆର୍ଥକ ବର୍ଷରେ ପ୍ରାୟ ୨୫,୦୦୦କୋଟି ଟଙ୍କାର ବ୍ୟବସାୟ ପାଇଁ ଆକଳନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଗତ ୫ ବର୍ଷ ମଧ୍ୟରେ ମାଇକ୍ରୋଫାଇନାନ୍ସ କମ୍ପାନୀଗୁଡିକ କ୍ରମାଗତ ଭାବେ କାରବାର ବୃଦ୍ଧିକରି ଚାଲିଛନ୍ତି। ବିଶେଷକରି ୨୦୧୯ରୁ ୨୦୨୩ ଆର୍ଥକ ବର୍ଷରେ ଯଥାକ୍ରମେ ୧୧,୪୮୬ କୋଟି ବଢ଼ି ୨୦,୩୫୩ କୋଟି ଟଙ୍କାରେ ପହଞ୍ଚତ୍ଛି। ଏପରିକି ରାଜ୍ୟରେ ଗଞ୍ଜାମ ଜିଲା ସର୍ବାଧିକ ବ୍ୟବସାୟ ଦେଉଥିବାବେଳେ ସୋନପୁରରେ ସର୍ବନିମ୍ନ କାରବାର ହୋଇଥିବା ଜଣାପଡ଼ିଛି। ଅପରପକ୍ଷରେ ମାଇକ୍ରୋଫାଇନାନ୍ସ କମ୍ପାନୀଗୁଡ଼ିକ ସାରା ଦେଶରେ କାରବାର କରୁଥିବାବେଳେ ବିହାର ପ୍ରଥମ ସ୍ଥାନରେ ରହିଥିବାବେଳେ ଓଡ଼ିଶା ୮ସ୍ଥାନରେ ରହିଛି। ଗତ ୨ ବର୍ଷ ମଧ୍ୟରେ ଦେଶର ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କାର ଋଣ ସହାୟତା ପ୍ରାୟ ୬.୬ କୋଟି ସ୍ବତନ୍ତ୍ର ଋଣଦାତାଙ୍କ ଯୋଗାଇ ଦିଆଯାଇଛି। ସେହିପରି ଭାରତର ଦୁର୍ଗମ ଅଞ୍ଚଳରେ ଋଣ ଏବଂ ଅତ୍ୟାବଶ୍ୟକ ଆର୍ଥିକ ସେବା ଯେଭଳି ପହଞ୍ଚତ୍ବ ତାହା ସୁନିଶ୍ଚିତ କରିବା ଦିଗରେ ମାଇକ୍ରୋଫାଇନାନ୍ସ ଏକ ପ୍ରଭାବୀ ସାଧନ ଭାବେ ଉଭାହୋଇଛି। ସୂଚନାଯୋଗ୍ୟ, ଓଡ଼ିଶା ବଜାରରେ ମାଇକ୍ରୋଫାଇନାନ୍ସ ସଂସ୍ଥାଗୁଡ଼ିକ ମାଇକ୍ରୋ କ୍ରେଡିଟ୍‌ ଋଣ ଜରିଆରେ ୪୬ ଲକ୍ଷରୁ ଅଧିକ ବ୍ୟକ୍ତିବିଶେଷ (ଅନନ୍ୟ ଋଣକାରୀ)ଙ୍କ ଜୀବନରେ ରୂପାନ୍ତରଣ ଆଣିଛନ୍ତି।
ଏ ସମ୍ପର୍କରେ ଏମ୍‌ଏଫ୍‌ଆଇଏନ୍‌ର ଡେପୁଟି ହେଡ୍‌ (ଷ୍ଟେଟ୍‌ ଇନିସିଏସିଭ) ରାମ କାମରାଜୁ କହିଛନ୍ତି, ଆର୍‌ବିଆଇ ନିୟନ୍ତ୍ରିତ ମାଇକ୍ରୋଫାଇନାନ୍ସ ସଂସ୍ଥାଗୁଡ଼ିକ ବାସ୍ତବରେ ଓଡ଼ିଶାର ଅବହେଳିତ ବର୍ଗଙ୍କ ନିମନ୍ତେ ଆଶାର ଆଲୋକ ହୋଇପାରିଛି। ସେହିଭଳି ଅନ୍ନପୂର୍ଣ୍ଣା ଫାଇନାନ୍ସର ଡାଇରେକ୍ଟର ଦିବ୍ୟଜ୍ୟୋତି ପଟ୍ଟନାୟକ କହିଥିଲେ,ମାଇକ୍ରୋଫାଇନାନ୍ସ ଦୃଶ୍ୟପଟରେ ରାଜ୍ୟର ଦୃଢ଼ତା ଏବଂ ଏକାଗ୍ରତା ଲକ୍ଷ୍ୟ କରାଯାଉଛି। ଏପରିକି ମାଇକ୍ରୋଫାଇନାନ୍ସ ଋଣ ଯୋଗୁ ମହିଳା ଉଦ୍ୟୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଆମେ ଲକ୍ଷ୍ୟ କରୁଛୁ। ଉଲ୍ଲେଖଯୋଗ୍ୟ, ଦେଶର ୨୮ ରାଜ୍ୟ ୮ କେନ୍ଦ୍ରଶାସିତ ଅଞ୍ଚଳର ୭୨୯ ଜିଲାରେ ୪୪ରୁ ଅଧିକ ମାଇକ୍ରୋଫାଇନାନ୍ସ କମ୍ପାନୀ କାର୍ଯ୍ୟ କରୁଥିବାବେଳେ ଉକ୍ତ କମ୍ପାନୀ ଭାରତର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଋଣ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସେବା ପହଞ୍ଚାଇବା ସୁନିଶ୍ଚିତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri