କେନ୍ଦୁଝରରେ ମାକଏ’ର ଡିଲର ମିଟ୍‌

ଭୁବନେଶ୍ୱର,୨୫।୮:ଦେଶର ପ୍ରମୁଖ ଆପ୍ଲାଏନ୍ସ ବ୍ରାଣ୍ଡ୍‌ ମାକଏ ପକ୍ଷରୁ କେନ୍ଦୁଝରର ଶ୍ରୀକ୍ଷେତ୍ର ଇଣ୍ଟନ୍ୟାଶନାଲଠାରେ ଏକ ଡିଲର ମିଟ୍‌ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଷ୍ଟ୍ରିବ୍ୟୁଟର ସାଇ ସେଲ୍‌ସ କେନ୍ଦୁଝର ପକ୍ଷରୁ ଆୟୋଜିତ ଉକ୍ତ ସମ୍ମିଳନୀରେ ପ୍ରାୟ ୬୦ ଡିଲର ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ କମ୍ପାନୀର ମାର୍କେଟିଂ ନିର୍ଦ୍ଦେଶକ ପ୍ରମୋଦ କୁମାର ଖୋସ୍‌ଲା ଏବଂ ଆଞ୍ଚଳିକ ପ୍ରବନ୍ଧକ ଲଲାଟେନ୍ଦୁ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବାବେଳେ ଆଞ୍ଚଳିକ ସର୍ଭିସ ମ୍ୟାନେଜର (ପ୍ରବନ୍ଧକ) ସ୍ମତିରଞ୍ଜନ ମହାପାତ୍ରଙ୍କ ସମେତ ଏରିଆ ମ୍ୟାନେଜର ସୁବ୍ରତ ରଞ୍ଜନ ସାହୁ, ପ୍ରଦୀପ୍ତ କୁମାର ତ୍ରିପାଠୀ,ଜନ୍ମେଜୟ ବେହେରା ଏବଂ ରତିକାନ୍ତ ଶତପଥୀ ପ୍ରମୁଖ ଉପସ୍ଥତି ରହି ଉକ୍ତ ସମ୍ମିଳନୀର ସୁପରିଚାଳନା କରିଥିଲେ। ସେହିଭଳି ଉକ୍ତ ସମ୍ମିଳନୀରେ କମ୍ପାନୀ ନୂତନ ଉପତ୍ାଦଗୁଡିକୁ ବଜାର ପ୍ରବେଶ କରାଯାଇଥିଲା। ଏପରିକି ବଜାରରେ ଉଚ୍ଚ ପ୍ରଦର୍ଶନ କରିଥିବା ଡିଲରମାନଙ୍କୁ ସମ୍ମିଳନୀରେ ପୁରସ୍କୃତ କରାଯାଇଥିଲା। ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ଆୟୋଜନ କରିବାକୁ କମ୍ପାନୀ ପକ୍ଷରୁ ଯୋଜନା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବର୍ଷ ମଧ୍ୟରେ ପ୍ରଥମ: ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ ସ୍ଥଗିତ

ନୂଆଦିଲ୍ଲୀ,୧୮।୮: କୋରମ ଅଭାବରୁ ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ (AGM) ସ୍ଥଗିତ ରଖାଯାଇଛି। ବୈଠକ ପାଇଁ ଆବଶ୍ୟକ ସଂଖ୍ୟକ ସଦସ୍ୟ ଉପସ୍ଥିତ ନଥିଲେ, ଯାହା ଫଳରେ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri