Posted inଫୁରସତ

୨୫୦୦ ବର୍ଷ ତଳର ଟଏଲେଟ୍‌

ଜେରୁସେଲମ୍‌: ଭାରତରେ କିଛି ବର୍ଷ ଆଗରୁ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଛି। ଫଳରେ ଲୋକେ ଘରେ ଟଏଲେଟ୍‌ର ବ୍ୟବହାର କରୁଛନ୍ତି। ହେଲେ ଅନେକ ଲୋକ ଟଏଲେଟ୍‌ ପାଇଁ ଏବେ ବି ବାହାରକୁ ଯାଉଛନ୍ତି। କିନ୍ତୁ ଇସ୍ରାଏଲ ଲୋକେ ଆମ ଭାରତୀୟଙ୍କଠାରୁ ବହୁ ଆଗରେ ଅଛନ୍ତି। ୨୫୦୦ ବର୍ଷ ପୂର୍ବେ ସେଠାରେ ଟଏଲେଟ୍‌ର ବ୍ୟବହାର କରାଯାଉଥିଲା। ନିକଟରେ ଇସ୍ରାଏଲର ଜେରୁସେଲମରେ ଚାଲିଥିବା ଗାତ ଖୋଳାରୁ ବୈଜ୍ଞାନିକଙ୍କୁ ଏପରି ଏକ ଟଏଲେଟ ମିଳିଛି, ଯାହା ବର୍ତ୍ତମାନ ସମୟରେ ବ୍ୟବହୃତ ହେଉଥିବା ଟଏଲେଟ୍‌ ସହ କିଛିଟା ମିଶୁଛି। ସେବେକାର ଧନୀ ଲୋକମାନେ ଏପରି ଟେଲେଟ୍‌ ବ୍ୟବହାର କରୁଥିବା ଜଣାପଡ଼ିଛି, ଯାହା ତାଙ୍କ ହବେଲି ପାଖରେ ଥିଲା। ତାହା ଏକ ଚୂନା ପଥରରେ ପ୍ରସ୍ତୁତ ହୋଇଛି। କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଏହି ରିସର୍ଚ୍ଚ କରାଯାଇଥିଲା। ସେଥିରେ ଟଏଲେଟ୍‌ ତଳକୁ ଖୋଳା ଯାଇଥିଲା। ଏହି ଟଏଲେଟ୍‌ରୁ ସେବେକାର ଲୋକଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅଭ୍ୟାସ ବାବଦରେ ଜଣାପଡ଼ିଛି। ଟଏଲେଟ୍‌ରୁ ଜିଆର୍ଡିଆ ଡୁଓଡେନେଲ୍ସ ନାମକ ରୋଗର ପ୍ରଥମ ପ୍ରମାଣ ମିଳିଥିବା ଜଣାପଡ଼ିଥିଲା, ଯାହା ପେଟ ରୋଗ, ଡାଇରିଆ, ପେଟ ଇନ୍‌ଫେକ୍ସନ କରାଇଥାଏ। ପ୍ରଦୂଷିତ ପାଣି, ଖାଦ୍ୟ ଫଳରେ ଏପରି ରୋଗ ହେଉଥିବା ଜଣେ ବୈଜ୍ଞାନିକ କହିଛନ୍ତି। ଯାହା ରିସର୍ଚ୍ଚ ସାଇନ୍ସ ମାଗାଜିନ୍‌ ‘ପାରାସିଟୋଲୋଜି’ରେ ପ୍ରକାଶିତ ହୋଇଛି। କୁହାଯାଉଛି ଯେ ଏହାର ବ୍ୟବହାର ରାଜା ମାନଶେହଙ୍କ ସମୟରେ ହେଉଥିଲା। ଯିଏ ଖ୍ରୀଷ୍ଟପୂର୍ବ ୭ମ ଶତାବ୍ଦୀର ମଧ୍ୟଭାଗରେ ୫୦ ବର୍ଷ କାଳ ରାଜୁତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

ଆକାଉଣ୍ଟଧାରୀ ସାବଧାନ! ୨୫ ସେପ୍ଟେମ୍ୱର ସୁଦ୍ଧା ସାରନ୍ତୁ ବ୍ୟାଙ୍କ୍‌ କାମ, ନହେଲେ ଉଠାଇପାରିବେନି ଟଙ୍କା?

ନୂଆଦିଲ୍ଲୀ,୨୨।୮: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡ଼ିତ କୌଣସି ଜରୁରୀ କାର୍ଯ୍ୟ ବାକି ଅଛି, ତେବେ ତାହାକୁ ଯଥାଶୀଘ୍ର ସାରିଦେବା ହିଁ ଆପଣଙ୍କ ପାଇଁ ଲାଭଦାୟକ ହେବ।…

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସାଂସଦ ନବ ଚରଣ ମାଝୀ ମଙ୍ଗଳବାର…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଖେଳାଳି: କ୍ରିକେଟ୍‌ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ…

ରାହୁ-କେତୁଙ୍କ କୃପାରୁ ସିଂହ ସମେତ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା: ବର୍ଷ ଶେଷ ସୁଦ୍ଧା ଧନଲାଭର ଯୋଗ! ହେବ ଏକ୍ସଟ୍ରା ରୋଜଗାର

ଭୁବନେଶ୍ୱର: ବର୍ଷ ଶେଷରେ ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୫ ଡିସେମ୍ବର ୨୦୨୬ରେ ରାହୁ କୁମ୍ଭ ରାଶିରୁ ବାହାରି ମକର ରାଶିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?