Posted inଫୁରସତ

୨୫୦୦ ବର୍ଷ ତଳର ଟଏଲେଟ୍‌

ଜେରୁସେଲମ୍‌: ଭାରତରେ କିଛି ବର୍ଷ ଆଗରୁ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଛି। ଫଳରେ ଲୋକେ ଘରେ ଟଏଲେଟ୍‌ର ବ୍ୟବହାର କରୁଛନ୍ତି। ହେଲେ ଅନେକ ଲୋକ ଟଏଲେଟ୍‌ ପାଇଁ ଏବେ ବି ବାହାରକୁ ଯାଉଛନ୍ତି। କିନ୍ତୁ ଇସ୍ରାଏଲ ଲୋକେ ଆମ ଭାରତୀୟଙ୍କଠାରୁ ବହୁ ଆଗରେ ଅଛନ୍ତି। ୨୫୦୦ ବର୍ଷ ପୂର୍ବେ ସେଠାରେ ଟଏଲେଟ୍‌ର ବ୍ୟବହାର କରାଯାଉଥିଲା। ନିକଟରେ ଇସ୍ରାଏଲର ଜେରୁସେଲମରେ ଚାଲିଥିବା ଗାତ ଖୋଳାରୁ ବୈଜ୍ଞାନିକଙ୍କୁ ଏପରି ଏକ ଟଏଲେଟ ମିଳିଛି, ଯାହା ବର୍ତ୍ତମାନ ସମୟରେ ବ୍ୟବହୃତ ହେଉଥିବା ଟଏଲେଟ୍‌ ସହ କିଛିଟା ମିଶୁଛି। ସେବେକାର ଧନୀ ଲୋକମାନେ ଏପରି ଟେଲେଟ୍‌ ବ୍ୟବହାର କରୁଥିବା ଜଣାପଡ଼ିଛି, ଯାହା ତାଙ୍କ ହବେଲି ପାଖରେ ଥିଲା। ତାହା ଏକ ଚୂନା ପଥରରେ ପ୍ରସ୍ତୁତ ହୋଇଛି। କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଏହି ରିସର୍ଚ୍ଚ କରାଯାଇଥିଲା। ସେଥିରେ ଟଏଲେଟ୍‌ ତଳକୁ ଖୋଳା ଯାଇଥିଲା। ଏହି ଟଏଲେଟ୍‌ରୁ ସେବେକାର ଲୋକଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅଭ୍ୟାସ ବାବଦରେ ଜଣାପଡ଼ିଛି। ଟଏଲେଟ୍‌ରୁ ଜିଆର୍ଡିଆ ଡୁଓଡେନେଲ୍ସ ନାମକ ରୋଗର ପ୍ରଥମ ପ୍ରମାଣ ମିଳିଥିବା ଜଣାପଡ଼ିଥିଲା, ଯାହା ପେଟ ରୋଗ, ଡାଇରିଆ, ପେଟ ଇନ୍‌ଫେକ୍ସନ କରାଇଥାଏ। ପ୍ରଦୂଷିତ ପାଣି, ଖାଦ୍ୟ ଫଳରେ ଏପରି ରୋଗ ହେଉଥିବା ଜଣେ ବୈଜ୍ଞାନିକ କହିଛନ୍ତି। ଯାହା ରିସର୍ଚ୍ଚ ସାଇନ୍ସ ମାଗାଜିନ୍‌ ‘ପାରାସିଟୋଲୋଜି’ରେ ପ୍ରକାଶିତ ହୋଇଛି। କୁହାଯାଉଛି ଯେ ଏହାର ବ୍ୟବହାର ରାଜା ମାନଶେହଙ୍କ ସମୟରେ ହେଉଥିଲା। ଯିଏ ଖ୍ରୀଷ୍ଟପୂର୍ବ ୭ମ ଶତାବ୍ଦୀର ମଧ୍ୟଭାଗରେ ୫୦ ବର୍ଷ କାଳ ରାଜୁତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri