ଟୁଇଟରରେ ୨,୫୦୦ ସମସ୍ୟା ସମାଧାନ

ଭଦ୍ରକ ଅଫିସ,୨୫।୩: ଛାତ୍ର ଜୀବନରୁ ଅସହାୟ ଲୋକଙ୍କ ସମସ୍ୟା ସମ୍ପର୍କରେ ଟୁଇଟ୍‌ କରି ସରକାରଙ୍କ ପାଖରେ ପହଞ୍ଚାଇବା ଓ ସେମାନଙ୍କୁ ସାହାଯ୍ୟ କରିବା ତାଙ୍କର ଏକପ୍ରକାର ସେବା ପାଲଟି ଯାଇଛି। ଯେକୌଣସି ଲୋକଙ୍କ ସମସ୍ୟା ବିଭିନ୍ନ ଗଣମାଧ୍ୟମରୁ ଜାଣିବା ପରେ ତୁରନ୍ତ ତାହାକୁ ଟୁଇଟ୍‌ କରି ସମାଧାନର ରାସ୍ତା ବାହାର କରିଥାନ୍ତି। ତାଙ୍କ ଟୁଇଟ୍‌ ଦ୍ୱାରା ସମାଧାନ ହୋଇପାରୁଥିବାରୁ ସେ ଚର୍ଚ୍ଚାରେ ରହିଥିବା ବେଳେ ‘ଟୁଇଟର ବଏ’ ଭାବେ ପରିଚିତ ହୋଇଛନ୍ତି। ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ବନ୍ଧଗଁା ପଞ୍ଚାୟତ ପଗଡ଼ ଗ୍ରାମର ଶୁଭ୍ରାଂଶୁ ସେନାପତି(୨୩)। ସେ ଏପର୍ଯ୍ୟନ୍ତ ଟୁଇଟ୍‌ କରି ସମାଧାନ କଲେଣି ଅଢ଼େଇ ହଜାରରୁ ଊର୍ଦ୍ଧ୍ୱ ସମସ୍ୟା। ବର୍ତ୍ତମାନ ସମୟରେ ମୋବାଇଲ ଓ ସୋସିଆଲ ମିଡିଆକୁ ଯୁବଗୋଷ୍ଠୀ ମନୋରଞ୍ଜନର ମାଧ୍ୟମ ଭାବେ ବାଛି ନେଇଥିବା ବେଳେ ସେ ଏହାକୁ ଆୟୁଧ କରି ଲୋକଙ୍କ ସମସ୍ୟାର ସମାଧାନ କରିପାରୁଛନ୍ତି। କେବଳ ଭଦ୍ରକ ନୁହେଁ ରାଜ୍ୟର ବିଭିନ୍ନ ଅଞ୍ଚଳର ସମସ୍ୟା ସମ୍ପର୍କରେ ପ୍ରଶାସନକୁ ଟୁଇଟ୍‌ କରି ସମାଧାନ କରିବାରେ ସକ୍ଷମ ହୋଇଛନ୍ତି।
ପଗଡ଼ ଗ୍ରାମର ଗୃହିଣୀ ମାଳତୀ ସେନାପତି ଓ ଚାଷୀ ମାୟାଧର ସେନାପତିଙ୍କ ପୁଅ ଶୁଭ୍ରାଂଶୁ। ସେ ଆଗରପଡ଼ା କଲେଜରୁ ଯୁକ୍ତ ୩ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇ ଆଇନ ପଢ଼ିବାକୁ ସ୍ଥିର କରିଛନ୍ତି। ପ୍ରଶାସନିକ ଅବହେଳାର ଶିକାର ହୋଇଥିବା ଲୋକ, ସରକାରୀ ସୁବିଧାରୁ ବଞ୍ଚତ୍ତ ଅସହାୟ, ନିରାଶ୍ରୟ, ଜିଲା ପ୍ରଶାସନର ଅବହେଳା ନେଇ ସେ ବିଭାଗୀୟ ଅଧିକାରୀ, ସଚିବ ଓ ମନ୍ତ୍ରୀମାନଙ୍କୁ ଟୁଇଟ୍‌ କରିଥାନ୍ତି। ତାଙ୍କର ଏହି ଟୁଇଟ୍‌କୁ ନେଇ ଅଧିକାଂଶ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଲୋକ ନ୍ୟାୟ ପାଇପାରିଛନ୍ତି। ୨୦୧୯ଠାରୁ ଏପର୍ଯ୍ୟନ୍ତ ୩,୭୦୦ରୁ ଅଧିକ ସମସ୍ୟା ସମ୍ପର୍କରେ ସେ ଟୁଇଟ୍‌ କରିସାରିଲେଣି। ତିହିଡ଼ି ବ୍ଲକର ବାହାବଳପୁରରେ ସ୍ବାମୀ ମରିଯିବା ପରେ ବିଧବା ସ୍ତ୍ରୀ ତାଙ୍କ ପିଲାଛୁଆଙ୍କୁ ଧରି ବହୁ କଷ୍ଟରେ ପରିବାର ଚଳାଉଥିବା ବେଳେ ତାଙ୍କୁ କୌଣସି ସରକାରୀ ସହାୟତା ମିଳିପାରୁ ନ ଥିବା ନେଇ ଏକ ଖବରକାଗଜରୁ ପଢ଼ିଥିଲେ।
ଏହି ଘଟଣା ସମ୍ପର୍କରେ ସେ ଜିଲାପାଳଙ୍କୁ ଟୁଇଟ୍‌ କରିଥିଲେ। ଏହାଦ୍ୱାରା ସେହିଦିନ ପ୍ରଶାସନ ପକ୍ଷରୁ ତଦନ୍ତ କରାଯିିବା ସହ ପରେ ଉକ୍ତ ମହିଳାଙ୍କୁ ସହାୟତା ଯୋଗାଇ ଦିଆଯାଇଥିଲା। ଏହା ପରଠାରୁ ସେ ଏଭଳି ଟୁଇଟ୍‌ କରିବା ଜାରି ରଖିଛନ୍ତି ବୋଲି ଶୁଭ୍ରାଂଶୁ କହିଛନ୍ତି। ପ୍ରକାଶଥାଉ କି, ଢେଙ୍କାନାଳରୁ ଦକ୍ଷିଣ ଆଫ୍ରିକା ଯାଇଥିବା ଜଣେ ଯୁବକ କୋଭିଡ୍‌ ସମୟରେ ଘରକୁ ଫେରି ପାରୁ ନ ଥିଲେ। ଶୁଭ୍ରାଂଶୁଙ୍କ ଟୁଇଟ୍‌ ଯୋଗୁ ସେ ଘରକୁ ଫେରିଥିଲେ। କମ୍‌ ବୟସରୁ ଏଭଳି ଭାବେ ଲୋକଙ୍କୁ ସେବା ଯୋଗାଉଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ସମ୍ମାନିତ କରାଯାଇଥିବା ବେଳେ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri