୩ ଗାଁର ୨୫୦ ଘର, ୫ଶହ ଏକର ଚାଷଜମି ନିଶ୍ଚିହ୍ନ ହେବା ଆଶଙ୍କା

ବାଲିଆପାଳ, ୩୧।୭(ଗୋପାଳ ଚନ୍ଦ୍ର ସାହୁ):ସୁବର୍ଣ୍ଣରେଖା ନଦୀ ଅବବାହିକାର ବାଲି ଓ ମାଟି ଏବେ ଚୋରାଚାଲାଣକାରୀଙ୍କ କବ୍‌ଜାରେ। କେଉଁଠି ଡଙ୍ଗାରେ ତ କେଉଁଠି ଜେସିବି ଲଗାଇ ହଜାର ହଜାର ଟ୍ରିପ୍‌ ବାଲି, ମାଟି ଖୋଳି ନେଉଛନ୍ତି। ନଦୀ ଅବବାହିକାରେ କୃତ୍ରିମ ନଦୀ ସୃଷ୍ଟି ହୋଇଛି। ବନ୍ୟା ଆସିଲେ ଧନ ଜୀବନକୁ ପ୍ରଭାବିତ ହେବା ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁବର୍ଣ୍ଣରେଖା ନଦୀକୂଳିଆ ବାଲିଆପାଳ ବ୍ଲକ ଅସ୍ତି ପଞ୍ଚାୟତର ଚଡ଼ବଢ଼ାପାଳ, ଛୋଟଖାନପୁର ଓ ବଡ଼ଖାନପୁର ଗାଁର ଗ୍ରାମବାସୀ। ଯେଉଁ ହାରରେ ପ୍ରତିଦିନ ଚୋରାରେ ବାଲି ଉଠାଯାଉଛି ସୁବର୍ଣ୍ଣରେଖାରେ ବନ୍ୟା ଆସିଲେ ଏହି ୩ଟି ଗ୍ରାମର ୨୫୦ରୁ ଅଧିକ ପରିବାରର ଘରଦ୍ୱାର ସୁବର୍ଣ୍ଣରେଖା ନଦୀଗର୍ଭକୁ ଚାଲିଯିବା ସହିତ ପାଖାପାଖି ୫ଶହ ଏକର ଚାଷଜମି ବାଲିଚର ହୋଇଯିବ ବୋଲି ଗ୍ରାମର ଅମୂଲ୍ୟ ନନ୍ଦୀ, ଅନନ୍ତ ସାହୁ, ବେଣୁଧର ନନ୍ଦୀ, ଅଜୟ ଅଣ୍ଡିଆ, ବିଶ୍ୱଜିତ ଅଣ୍ଡିଆ, ରାଜେନ୍ଦ୍ର ମାହାନା, ନୀଳକଣ୍ଠ ରଣାଙ୍କ ସହିତ ବହୁ ଗ୍ରାମବାସୀ ଆଶଙ୍କା କରି ଅଭିଯୋଗ କରିଛନ୍ତି।
ପୂର୍ବର ସୁବର୍ଣ୍ଣରେଖା ନଦୀର ପ୍ରଳୟଙ୍କରୀ ବନ୍ୟାରେ ଏହି ୩ଟି ଗାଁର ବହୁ ଲୋକ ସେତେବେଳେ ମୃତ୍ୟୁବରଣ କରିବା ସହିତ ଗୋରୁଙ୍କ ଜୀବନ ମଧ୍ୟ ଯାଇଥିଲା। ବନ୍ୟାରେ ସମ୍ପୂର୍ଣ୍ଣ ଭାବେ ଘରଦ୍ୱାର ନିଶ୍ଚିହ୍ନ ହୋଇଯାଇଥିଲା। କିଛି ବର୍ଷ ପରେ ଗ୍ରାମବାସୀ ନିଜକୁ ସଳଖି ଘର ଦ୍ୱାର କରି ବସତି ସ୍ଥାପନ କରିଛନ୍ତି। ବାଲି ଚୋରାଚାଲାଣକାରୀମାନେ ନିଜ ସ୍ବାର୍ଥ ପାଇଁ ୩ଟି ଗାଁର ଜୀବନଜୀବିକାକୁ ଜଳାଞ୍ଜଳି ଦେବାକୁ ପଛାଉନାହାନ୍ତି। ବାରମ୍ବାର ଅଭିଯୋଗ ହେଲେ ପ୍ରଶାସନ ବେଳେ ବେଳେ ଚଢ଼ାଉ କରି ଜରିମାନା ନେଇ ଯାଉଛନ୍ତି। ତା’ ପରେ ଯେଭଳି ବାଲିଉଠା ଚାଲିବା କଥା, ସେପରି ଚାଲୁଛି। ଏ ଦିଗରେ ଜିଲାପାଳ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri