ବଜେଟରେ ୨୫ ବର୍ଷର ବ୍ଲୁ ପ୍ରିଣ୍ଟ୍‌: ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ,୧।୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନ ୧୧ ଟାରେ ଦେଶର ସାଧାରଣ ବଜେଟ ୨୦୨୩ ଉପସ୍ଥାପନ କରଛନ୍ତି। ଦେଶର ସ୍ବାଧୀନତାର ସୁବର୍ଣ୍ଣ ଯୁଗର ଏହା ହେଉଛି ପ୍ରଥମ ବଜେଟ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଆମେ ପ୍ରତ୍ୟେକ ବିଭାଗରେ ପହଞ୍ଚିବାକୁ ଚେଷ୍ଟା କରିଛୁ।

ବିଶେଷ କରି ଯୁବକ ଏବଂ ସମସ୍ତ ଶ୍ରେଣୀର ଲୋକଙ୍କୁ ଅର୍ଥନୈତିକ ଶକ୍ତି ଯୋଗାଇବା ପାଇଁ ଉଦ୍ୟମ କରାଯାଇଛି । ଦୁନିଆରେ ମାନ୍ଦାବସ୍ଥା ସତ୍ତ୍ୱେ ଆମର ବର୍ତ୍ତମାନର ଅଭିବୃଦ୍ଧି ପୂର୍ବାନୁମାନ ପ୍ରାୟ ୭ ପ୍ରତିଶତ ରହିଛି ଏବଂ ଚ୍ୟାଲେଞ୍ଜ ସମୟରେ ଭାରତ ଦ୍ରୁତ ବିକାଶ ଆଡକୁ ଗତି କରୁଛି। ସମଗ୍ର ବିଶ୍ୱ ଲୋକମାନେ ଭାରତର ବିକାଶକୁ ପ୍ରଶଂସା କରିଛନ୍ତି ଏବଂ ଏହି ବଜେଟ ହେଉଛି ଆସନ୍ତା ୨୫ ବର୍ଷ ପାଇଁ ବ୍ଲୁ ପ୍ରିଣ୍ଟ। କୋଭିଡ ଟିକାକରଣ ଅଭିଯାନ ଦେଶକୁ ଏକ ନୂତନ ସ୍ତରକୁ ନେଇଛି ଏବଂ ବିଶ୍ୱ ଭାରତର ଶକ୍ତିକୁ ସ୍ବୀକୃତି ଦେଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତର ଲୋକଙ୍କ ମୁଣ୍ଡପିଛା ଆୟ ଦ୍ୱିଗୁଣିତ ହୋଇଛି। ମୁଣ୍ଡପିଛା ଆୟ ବାର୍ଷିକ ୧.୯୭ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବ ଅପେକ୍ଷା ଭାରତୀୟ ଅର୍ଥନୀତି ଅଧିକ ସଂଗଠିତ ହୋଇଛି। ଏହାର ପ୍ରଭାବ ଲୋକଙ୍କ ଜୀବନ ଅବସ୍ଥା ଉପରେ ଦୃଶ୍ୟମାନ ହୋଇଛି।

ସରକାର ୨୨୦ କୋଭିଡ ଟିକା ପ୍ରଦାନ କରିଛନ୍ତି। ସେହିପରି ପିଏମ ସୁରକ୍ଷା ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନାରେ ୪୪.୬କୋଟି ଲୋକ ଉପକୃତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ମାଧ୍ୟମରେ କୋଟି କୋଟି ଚାଷୀ ଲାଭ ପାଇଛନ୍ତି। ୨୮ମାସରେ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଦିଆଯାଇଛି, ଯାହା ଏକ ଛୋଟ କଥା ନୁହେଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

Share