ଲିଙ୍ଗ ନିରୂପଣ ଧରାଇଲେ ମିଳିବ ୨୫ ହଜାର

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): କନ୍ୟାଭ୍ରୂଣର ଜୀବନ ଅଧିକାରକୁ ସୁରକ୍ଷା କରିବା ତଥା ଲିଙ୍ଗ ନିରୂପଣ ଭଳି ବେଆଇନ କାର୍ଯ୍ୟକୁ ରୋକିବା ପାଇଁ ରାଜ୍ୟ ସରକାର ସୂଚନା ପ୍ରଦାନକାରୀ ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଛନ୍ତି। ଏଥିପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି। ବେଆଇନ ଲିଙ୍ଗ ନିରୂପଣ ସମ୍ପର୍କରେ ସୂଚନା ଦେଲେ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯିବ। ଏହି ପ୍ରୋତ୍ସାହନ ରାଶି ୩ଟି କିସ୍ତିରେ ୨୫ ହଜାର ଟଙ୍କା ଦିଆଯିବ। ପ୍ରଥମ କିସ୍ତିରେ ସୂଚନା ଠିକ୍‌ ଥିଲେ ୧୦ ହଜାର ଟଙ୍କା ସୂଚନା ପ୍ରଦାନକାରୀଙ୍କୁ ପ୍ରଦାନ କରାଯିବ। ଦ୍ୱିତୀୟ କିସ୍ତି ବାବଦ ୧୦ ହଜାର ଟଙ୍କା ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଶିଟ ଦାଖଲ ହେବା ପରେ ଏବଂ ତୃତୀୟ କିସ୍ତି ୫ ହଜାର ଟଙ୍କା ଅଭିଯୁକ୍ତଙ୍କୁ ଆଇନ ଅନୁଯାୟୀ ଦଣ୍ଡବିଧାନ ହେବା ପରେ ମିଳିବ। ଏହି ସ୍କିମ୍‌ ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶୁକ୍ରବାର ଗାଇଡ୍‌ଲାଇନ ଜାରି କରାଯାଇଛି। ପ୍ରି-କନ୍‌ସେପ୍‌ଶନ ଆଣ୍ଡ ପ୍ରି-ନାଟାଲ ଡାଇଗ୍ନୋଷ୍ଟିକ୍‌ ଟେକ୍ନିକ୍ସ(ପିସି ଏବଂ ପିଏନ୍‌ଡିଟି) ଆଇନକୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଗାଇଡ୍‌ଲାଇନକୁ ସରଳୀକରଣ କରାଯାଇ ଜିଲାପାଳ ଏବଂ ଏନ୍‌ଫୋର୍ସମେଣ୍ଟ ଅଧିକାରୀଙ୍କ ନିକଟକୁ ପଠାଯାଇଛି। ଲୋକମାନଙ୍କୁ ଏନେଇ ସଚେତନତା କରିବା ଲାଗି ପଦକ୍ଷେପ ନେବାକୁ ଜିଲାଗୁଡ଼ିିକୁ କୁହାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି। ଲିଙ୍ଗ ନିରୂପଣ ନେଇ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସୂଚନା ପାଇବା ସକାଶେ ଜିଲାଗୁଡ଼ିକ ବିଶ୍ୱାସଭାଜନ ସୂଚନା ପ୍ରଦାନକାରୀ ନେଟ୍‌ଓ୍ବର୍କ ସ୍ଥାପନ କରିବେ। ଜିଲାସ୍ତରରେ ପୃଥକ୍‌ ଭାବେ ଗୁପ୍ତ ଫାଇଲ୍‌ ଓ ରେଜିଷ୍ଟର ପ୍ରସ୍ତୁତ କରିବେ। ଏଥିସହିତ ଅଭିଯୋଗ ଗ୍ରହଣ କରିବା ପାଇଁ ଟେଲିଫୋନ ନମ୍ବର ବ୍ୟବସ୍ଥା କରିବେ। ଅଭିଯୋଗ ଗ୍ରହଣ କରିବା ପାଇଁ ଜଣେ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ଅଭିଯୋଗ ମିଳିବା ପରେ ଉପଯୁକ୍ତ ଅଧିକାରୀ ଜିଲା ଟାସ୍କଫୋର୍ସ ସହାୟତାରେ ଅଭିଯୋଗର ସତ୍ୟାସତ୍ୟ ଜାଣିବା ଲାଗି ଚଢ଼ାଉ କରିପାରିବେ। ନୂତନ ଗାଇଡ୍‌ଲାଇନ ସମ୍ପର୍କରେ ସୂଚନା ଦେଇ ବିଭାଗୀୟ ସଚିବ କହିଛନ୍ତି ଯେ ବୈଷୟିକ ଜ୍ଞାନକୌଶଳର ଅପବ୍ୟବହାର କରି ଭ୍ରୂଣର ଲିଙ୍ଗ ନିରୂପଣ କରାଯାଉଛି, ଯାହାକି ମହିଳା ଓ ପୁରୁଷ ଅନୁପାତ ହ୍ରାସ ହେବାର ଏକ ପ୍ରମୁଖ କାରଣ। ଲିଙ୍ଗ ନିରୂପଣ ଯୋଗୁ ଶିଶୁକନ୍ୟାଙ୍କ ସଂଖ୍ୟା ହ୍ରାସ ପାଉଛି। ଫଳରେ ସାମାଜିକ ସନ୍ତୁଳନକୁ ବିଗାଡୁଛି। ଏଭଳି ବେଆଇନ କାର୍ଯ୍ୟକୁ ରୋକିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି। ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇପାରିଲେ ଲିଙ୍ଗ ନିରୂପଣ ଭଳି ସମସ୍ୟାରେ ବିରାମ ଲାଗିପାରିବ। ଜିଲାସ୍ତରରେ ଏହାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ କୁହାଯାଇଛି ବୋଲି ସଚିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri