ବାହାଘରରେ ୨୫, ଅନ୍ତ୍ୟେଷ୍ଟିକ୍ରିୟାରେ ୨୦

ପୁରୀ ଅଫିସ,୨।୮: ଶ୍ରୀମନ୍ଦିର ବ୍ୟତୀତ ଜିଲାର ଅନ୍ୟ ସମସ୍ତ ଧାର୍ମିକ ଅନୁଷ୍ଠାନ ଓ ପର୍ଯ୍ୟଟନସ୍ଥଳୀକୁ ଖୋଲି ଦିଆଯାଇଛି। କୋଭିଡ୍‌ କଟକଣା ପାଳନ ପୂର୍ବକ ଲୋକେ ସର୍ବସାଧାରଣ ସ୍ଥାନକୁ ଯାଇପାରିବେ। ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ଶନିବାର ଓ ରବିବାର ପୁରୀ ସହରରେ ଶଟଡାଉନ୍‌ ବଳବତ୍ତର ରହିବ। ତେଣୁ ଉକ୍ତ ଦୁଇଦିନ ସମ୍ପୃକ୍ତ ଅନୁଷ୍ଠାନ ଗୁଡ଼ିକରେ ସାଧାରଣ ପ୍ରବେଶ ବନ୍ଦ ରହିବ। ଧାର୍ମିକ ଅନୁଷ୍ଠାନରେ ଭୋଗ, ପ୍ରସାଦ ବଣ୍ଟନ ଓ ସେବନ ଉପରେ କଟକଣା ଜାରି ହୋଇଛି। ଧାର୍ମିକ ଅନୁଷ୍ଠାନ ଅବା ପର୍ଯ୍ୟଟନସ୍ଥଳୀରେ ଥିବା ପରିଚାଳନା କମିଟି କୋଭିଡ୍‌ ଗାଇଡଲାଇନ୍‌ ପାଳନ କରାଇବେ ଓ ପର୍ଯ୍ୟଟକଙ୍କ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ସୁନିଶ୍ଚିତ କରିବେ। ଅନୁଷ୍ଠାନ ଆଗରେ କୋଭିଡ୍‌ ଗାଇଡଲାଇନ୍‌ ସୂଚନାଫଳକ ଲଗାଇବେ। ୬୫ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି, ସମ୍ବେଦନଶୀଳ ରୋଗରେ ଆକ୍ରାନ୍ତ ବ୍ୟକ୍ତି, ଗର୍ଭବତୀ ଓ ୧୦ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ ସର୍ବସାଧାରଣ ସ୍ଥାନକୁ ନ ଆସିବା ପାଇଁ ପ୍ରଶାସନ ନିବେଦନ କରିଛି। କୌଣସି ବ୍ୟକ୍ତି କୋଭିଡ୍‌ ଗାଇଡଲାଇନ୍‌ ଭଙ୍ଗ କରିଥିବା ପ୍ରମାଣ ମିଳିଲେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ସହରରେ ଯାନବାହନ ଚଳାଚଳ ବନ୍ଦ ରହିବ ଓ କେବଳ ମାଲବାହୀ ଗାଡ଼ି ଓ ଜରୁରିକାଳୀନ ସେବା ଜାରି ରହିବ। ତେବେ ପୁରୀ ସହରରେ ୫ ଦିନ ଓ ଜିଲାର ଅନ୍ୟ ସମସ୍ତ ସ୍ଥାନରେ ସପ୍ତାହକ ୭ ଦିନ ଧାର୍ମିକ ଅନୁଷ୍ଠାନ ଏବଂ ପର୍ଯ୍ୟଟନସ୍ଥଳୀ ଖୋଲା ରହିବ। ଆସନ୍ତା ମାସ ୧ ତାରିଖ ପର୍ଯ୍ୟନ୍ତ ଏହି ଗାଇଡଲାଇନ୍‌ ବଳବତ୍ତର ରହିବ ବୋଲି ଜିଲାପାଳ ସମର୍ଥ ବର୍ମା କହିଛନ୍ତି। ଟେଷ୍ଟିଂ, ଟ୍ରାକିଂ, ଭାକ୍ସିନେସନ୍‌ ଓ କୋଭିଡ୍‌ଜନିତ ସଚେତନତା ଉପରେ ଗୁରୁତ୍ୱ ଦିଆଯିବ। କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହେଲେ ସଂପୃକ୍ତ ଅଞ୍ଚଳରେ କଟକଣା ବଢ଼ିବ। ସାରା ଜିଲାରେ ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର ରହିବ।
ଅନ୍ୟପକ୍ଷରେ ସାଧାରଣ ଲୋକେ ରାସ୍ତା ଉପରେ ଠିଆ ହୋଇ ଷ୍ଟ୍ରିଟ୍‌ ଫୁଡ୍‌ ଖାଇପାରିବେ। ଜିଲାର ସବୁ ସ୍ଥାନରେ ହାଟ ବସିପାରିବ। ସାମାଜିକ ଅନୁଷ୍ଠାନକୁ ଅନୁମତି ରହିଛି। ବିବାହ ପାଇଁ ୨୫, ବ୍ରତୋପନୟନ ଓ ଅନ୍ତ୍ୟେଷ୍ଟିକ୍ରିୟା ଆଦିରେ ୨୦ ଜଣ ଲୋକଙ୍କୁ ଅନୁମତି ମିଳିବ। ବ୍ୟବସାୟିକ ଉଦ୍ଦେଶ୍ୟରେ ସର୍ବାଧିକ ଶହେ, ଉଦ୍‌ଘାଟନ ଓ ଶିଳାନ୍ୟାସ ଭଳି କାର୍ଯ୍ୟକ୍ରମରେ ସର୍ବାଧିକ ୩୦ ଜଣଙ୍କୁ ଏକାଠି ହେବାକୁ ଅନୁମତି ମିଳିବ। କୌଣସି କାର୍ଯ୍ୟକ୍ରମରେ ଏକତ୍ରିତ ଭାବେ ଖାଦ୍ୟ ପରଷା ଯାଇପାରିବ ନାହିଁ। ପାର୍ସଲ ନେଇ ବ୍ୟକ୍ତିଗତ ସ୍ଥାନରେ ଖାଇପାରିବେ। ଆମୋଦପ୍ରମୋଦ ଉଦ୍ୟାନ, ପାର୍କ, ୱାଟର ପାର୍କ ଭଳି ଅନୁଷ୍ଠାନ ସମେତ ସୁଇମିଂ ପୁଲ୍‌ ଖୋଲା ରହିବ। ରାଜ୍ୟ ସରକାରଙ୍କ ସମସ୍ତ କୋଭିଡ୍‌ କଟକଣା ଓ ପୁରୀ ପାଇଁ ଥିବା ନିର୍ଦ୍ଦେଶନାମା ବଳବତ୍ତର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri