ବାହାଘରରେ ୨୫, ଅନ୍ତ୍ୟେଷ୍ଟିକ୍ରିୟାରେ ୨୦

ପୁରୀ ଅଫିସ,୨।୮: ଶ୍ରୀମନ୍ଦିର ବ୍ୟତୀତ ଜିଲାର ଅନ୍ୟ ସମସ୍ତ ଧାର୍ମିକ ଅନୁଷ୍ଠାନ ଓ ପର୍ଯ୍ୟଟନସ୍ଥଳୀକୁ ଖୋଲି ଦିଆଯାଇଛି। କୋଭିଡ୍‌ କଟକଣା ପାଳନ ପୂର୍ବକ ଲୋକେ ସର୍ବସାଧାରଣ ସ୍ଥାନକୁ ଯାଇପାରିବେ। ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ଶନିବାର ଓ ରବିବାର ପୁରୀ ସହରରେ ଶଟଡାଉନ୍‌ ବଳବତ୍ତର ରହିବ। ତେଣୁ ଉକ୍ତ ଦୁଇଦିନ ସମ୍ପୃକ୍ତ ଅନୁଷ୍ଠାନ ଗୁଡ଼ିକରେ ସାଧାରଣ ପ୍ରବେଶ ବନ୍ଦ ରହିବ। ଧାର୍ମିକ ଅନୁଷ୍ଠାନରେ ଭୋଗ, ପ୍ରସାଦ ବଣ୍ଟନ ଓ ସେବନ ଉପରେ କଟକଣା ଜାରି ହୋଇଛି। ଧାର୍ମିକ ଅନୁଷ୍ଠାନ ଅବା ପର୍ଯ୍ୟଟନସ୍ଥଳୀରେ ଥିବା ପରିଚାଳନା କମିଟି କୋଭିଡ୍‌ ଗାଇଡଲାଇନ୍‌ ପାଳନ କରାଇବେ ଓ ପର୍ଯ୍ୟଟକଙ୍କ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ସୁନିଶ୍ଚିତ କରିବେ। ଅନୁଷ୍ଠାନ ଆଗରେ କୋଭିଡ୍‌ ଗାଇଡଲାଇନ୍‌ ସୂଚନାଫଳକ ଲଗାଇବେ। ୬୫ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି, ସମ୍ବେଦନଶୀଳ ରୋଗରେ ଆକ୍ରାନ୍ତ ବ୍ୟକ୍ତି, ଗର୍ଭବତୀ ଓ ୧୦ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ ସର୍ବସାଧାରଣ ସ୍ଥାନକୁ ନ ଆସିବା ପାଇଁ ପ୍ରଶାସନ ନିବେଦନ କରିଛି। କୌଣସି ବ୍ୟକ୍ତି କୋଭିଡ୍‌ ଗାଇଡଲାଇନ୍‌ ଭଙ୍ଗ କରିଥିବା ପ୍ରମାଣ ମିଳିଲେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ସହରରେ ଯାନବାହନ ଚଳାଚଳ ବନ୍ଦ ରହିବ ଓ କେବଳ ମାଲବାହୀ ଗାଡ଼ି ଓ ଜରୁରିକାଳୀନ ସେବା ଜାରି ରହିବ। ତେବେ ପୁରୀ ସହରରେ ୫ ଦିନ ଓ ଜିଲାର ଅନ୍ୟ ସମସ୍ତ ସ୍ଥାନରେ ସପ୍ତାହକ ୭ ଦିନ ଧାର୍ମିକ ଅନୁଷ୍ଠାନ ଏବଂ ପର୍ଯ୍ୟଟନସ୍ଥଳୀ ଖୋଲା ରହିବ। ଆସନ୍ତା ମାସ ୧ ତାରିଖ ପର୍ଯ୍ୟନ୍ତ ଏହି ଗାଇଡଲାଇନ୍‌ ବଳବତ୍ତର ରହିବ ବୋଲି ଜିଲାପାଳ ସମର୍ଥ ବର୍ମା କହିଛନ୍ତି। ଟେଷ୍ଟିଂ, ଟ୍ରାକିଂ, ଭାକ୍ସିନେସନ୍‌ ଓ କୋଭିଡ୍‌ଜନିତ ସଚେତନତା ଉପରେ ଗୁରୁତ୍ୱ ଦିଆଯିବ। କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହେଲେ ସଂପୃକ୍ତ ଅଞ୍ଚଳରେ କଟକଣା ବଢ଼ିବ। ସାରା ଜିଲାରେ ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର ରହିବ।
ଅନ୍ୟପକ୍ଷରେ ସାଧାରଣ ଲୋକେ ରାସ୍ତା ଉପରେ ଠିଆ ହୋଇ ଷ୍ଟ୍ରିଟ୍‌ ଫୁଡ୍‌ ଖାଇପାରିବେ। ଜିଲାର ସବୁ ସ୍ଥାନରେ ହାଟ ବସିପାରିବ। ସାମାଜିକ ଅନୁଷ୍ଠାନକୁ ଅନୁମତି ରହିଛି। ବିବାହ ପାଇଁ ୨୫, ବ୍ରତୋପନୟନ ଓ ଅନ୍ତ୍ୟେଷ୍ଟିକ୍ରିୟା ଆଦିରେ ୨୦ ଜଣ ଲୋକଙ୍କୁ ଅନୁମତି ମିଳିବ। ବ୍ୟବସାୟିକ ଉଦ୍ଦେଶ୍ୟରେ ସର୍ବାଧିକ ଶହେ, ଉଦ୍‌ଘାଟନ ଓ ଶିଳାନ୍ୟାସ ଭଳି କାର୍ଯ୍ୟକ୍ରମରେ ସର୍ବାଧିକ ୩୦ ଜଣଙ୍କୁ ଏକାଠି ହେବାକୁ ଅନୁମତି ମିଳିବ। କୌଣସି କାର୍ଯ୍ୟକ୍ରମରେ ଏକତ୍ରିତ ଭାବେ ଖାଦ୍ୟ ପରଷା ଯାଇପାରିବ ନାହିଁ। ପାର୍ସଲ ନେଇ ବ୍ୟକ୍ତିଗତ ସ୍ଥାନରେ ଖାଇପାରିବେ। ଆମୋଦପ୍ରମୋଦ ଉଦ୍ୟାନ, ପାର୍କ, ୱାଟର ପାର୍କ ଭଳି ଅନୁଷ୍ଠାନ ସମେତ ସୁଇମିଂ ପୁଲ୍‌ ଖୋଲା ରହିବ। ରାଜ୍ୟ ସରକାରଙ୍କ ସମସ୍ତ କୋଭିଡ୍‌ କଟକଣା ଓ ପୁରୀ ପାଇଁ ଥିବା ନିର୍ଦ୍ଦେଶନାମା ବଳବତ୍ତର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri