୨୫ ତାଲା ଭାଙ୍ଗି ଚୋରି

ସମ୍ବଲପୁର,୨୬ା୩(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ଭିମ୍‌ସାର କଲେଜ ପରିସରରୁ ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଏଫ୍‌ଏମ୍‌ଟି, ପାଥୋଲୋଜି, ମାଇକ୍ରୋବାଇଲୋଜି, ଆନୋଟୋମି ବିଭାଗ କୋଠରୀର ପ୍ରାୟ ୨୫ ତାଲା ଭଙ୍ଗାଯାଇ ୨ ଲାପ୍‌ଟପ, ୧ ପ୍ରୋଜେକ୍ଟର ମେଶିନ ଚୋରି ହୋଇଥିବା ଭାରପ୍ରାପ୍ତ ଅଧ୍ୟକ୍ଷ ଡାକ୍ତର ପ୍ରଦୀପ ମହାନ୍ତି ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ କରିଛନ୍ତି। ଏ ନେଇ ଥାନାରେ ଏକ ମାମଲା(ନଂ.୧୧୪/୨୧) ରୁଜୁ ହୋଇଛି। ବୁର୍ଲା ଥାନା ଅଧିକାରୀ ବି.ବି. ଭୋଇ କହିଛନ୍ତି, ଶୁକ୍ରବାର ସକାଳେ କଲେଜରୁ ଚୋରି ହୋଇଥିବା ନେଇ ଅଭିଯୋଗ ପରେ ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ଏହି ସମୟରେ କାର୍ଯ୍ୟରତ ସୁରକ୍ଷା କର୍ମୀ ଓ ୱାଚରଙ୍କୁ ପଚରାଉଚୁରା କରାଯାଇଛି। କେତେକ ସ୍ଥାନରେ ସିସିଟିଭି ଅଚଳ ଯୋଗୁ ସାହଯ୍ୟ ନେଇ ହେଉନାହିଁ। ତଥାପି ସୁରାକ ମିଳିଛି, ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଥିଲେ। ଏ ସମ୍ପର୍କରେ ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର କହିଛନ୍ତି, ଚୋରିକୁ ନେଇ ଅଭିଯୋଗ ହୋଇଛି। ସୁରକ୍ଷା କର୍ମୀମାନଙ୍କୁ ପୋଲିସ ପଚରାଉଚୁରା କରୁଛି। ଆଗକୁ ଆହୁରି ସୁରକ୍ଷା କର୍ମୀ ନିୟୋଜିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସିବି ପୁନର୍ବିନ୍ୟାସ: ବୁଧବାରଠାରୁ ଉଚ୍ଛେଦ ପ୍ରକ୍ରିୟା ଜୋରଦାର

କଟକ ଅଫିସ,୧୧।୨: ବୁଧବାରଠାରୁ ଉଚ୍ଛେଦ ପ୍ରକ୍ରିୟା ଜୋରଦାର ହେବ। ଫେବୃୟାରୀ ମଧ୍ୟରେ ଉଚ୍ଛେଦ କାର୍ଯ୍ୟ ଶେଷ କରାଯିବ। ମନ୍ଦିର ଓ ମସ୍‌ଜିଦ୍‌ ଆଦି ଉଚ୍ଛେଦ ହେବ।...

ବାଘ ଛାଲ ବିକ୍ରି ପାଇଁ ହେଉଥିଲା ଡିଲ୍‌, ଧରାପଡ଼ିଲେ ଯୁବକ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଭୁବନେଶ୍ୱରର ବରମୁଣ୍ଡାରେ କଲରା ପତରିୟା ବାଘ ଛାଲ ବିକ୍ରି ପାଇଁ ମଙ୍ଗଳବାର ଡିଲ୍‌ ଚାଲିଥିଲା। ଏହି ସମୟରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ...

ଅପରାହ୍ନ ୩ଟା ୩୦ରେ ରୁକୁଣା ରଥ ଟଣା

ପୁରୁଣା ଭୁବନେଶ୍ୱର,୬ା୪ (ଡି.ଏନ୍‌.ଏ.): ଆସନ୍ତା ୯ତାରିଖ ଅର୍ଥାତ୍‌ ଶନିବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ଏନେଇ ମଙ୍ଗଳବାର ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ...

ଜଙ୍ଗଲରେ ନିଆଁ, ରାସ୍ତାରେ ହାତୀପଲ

ସମ୍ବଲପୁର,୨୭ା୩(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ଲାଗି ରହିଛି। ଶୁକ୍ରବାର ରାତି ପ୍ରାୟ ୮ଟା ସମୟରେ ହାତୀ ପଲ ୫୫ନଂ....

ଭଞ୍ଜନଗରରେ ହେବ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ

ଭଞ୍ଜନଗର,୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ ହେବ। ସେଥିରେ ୧୦ ଆଇସିୟୁ ବେଡ୍‌ ରହିବ।...

ପାରାଦୀପ : ପୌରପାଳିକାରେ ସାମିଲ ହେବାକୁ ବସ୍ତିବାସିନ୍ଦାଙ୍କ କସରତ

ପାରାଦୀପ,୧୯।୧୦(ସ୍ବ.ପ୍ର): ପାରାଦୀପର ଇଫ୍‌କୋ ଖାରଖାନା ସଂଲଗ୍ନ ଓ କାଉଡ଼ିଆ ନଦୀକୂଳରେ ରହିଛି ବିଜୟଚାନ୍ଦପୁର ବସ୍ତି। ୨୦୦୦ରୁ ଅଧିକ ଲୋକ ଓ ୬୫୦ ଭୋଟର ଥିବା ଏହି...

ପୁଣି କରୋନା ନେଲା ୧୯ ଜୀବନ

ଭୁବନେଶ୍ୱର,୧୩।୫(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନାରେ ୧୯ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୨୫୧ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...

ଗଞ୍ଜାମ ଜିଲା ପ୍ରଶାସନ ନଜରରେ ଭୁବନେଶ୍ବର ଫେରନ୍ତା

ଛତ୍ରପୁର,୬ା୪(ଡି.ଏନ୍‌.ଏ.)-ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସେଠାରୁ ଗଞ୍ଜାମ ଜିଲାକୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖାଯିବ। ଭୁବନେଶ୍ୱର ଫେରନ୍ତାଙ୍କ ଚିହ୍ନଟ କରି ତୁରନ୍ତ କ୍ୱାରାଣ୍ଟାଇନ୍‌ରେ...

Advertisement
Archives

Model This Week