ବ୍ଲାକ୍‌ମେଲ କରି ସାଇବର ସୁନ୍ଦରୀ ଠକିନେଲେ ୨୫ ଲକ୍ଷ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ମାଟ୍ରିମୋନି ସାଇଟରେ ଜୀବନ ସାଥୀ ଖୋଜୁଥିବା ଜଣେ ଆଇଟି ଇଞ୍ଜିନିୟରଙ୍କୁ ମିଛ ଜାଲରେ ଫସାଇ ମହିଳା ସାଇବର ଠକ କିଛି ଦିନ ତଳେ ୨୪ଲକ୍ଷ ଲୁଟି ନେଇଥିଲେ। ଏବେ ରାଜଧାନୀରେ ପୁଣି ଜଣେ ସରକାରୀ ଟେଲିକମ୍‌ କମ୍ପାନୀର ଅବସରପ୍ରାପ୍ତ କର୍ମଚାରୀ ସାଇବର ସୁନ୍ଦରୀଙ୍କ ଜାଲରେ ପଡ଼ିଛନ୍ତି। ଅଶ୍ଳିଳ ଭିଡ଼ିଓ କଲ୍‌ କରିବା ପରେ ବ୍ଲାକ୍‌ମେଲ କରି ସାଇବର ସୁନ୍ଦରୀ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ୨୫ ଲକ୍ଷ ଟଙ୍କା ନେଇଯାଇଛନ୍ତି। ଏନେଇ ଭୁବନେଶ୍ୱର ସାଇବର ଥାନାରେ ତାଙ୍କ ପକ୍ଷରୁ ଗୁରୁବାର ଅଭିଯୋଗ କରାଯାଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି। ଲୁଟର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାଁ ଓ ଠିକଣା ଜଣାପଡ଼ିନାହିଁ। ତେବେ ସମ୍ମାନହାନି ହେବାର ଭୟରେ ସେ ତାଙ୍କ ପରିଚୟ ଗୋପନ ରଖିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଦୁଇଦିନ ତଳେ ଏକ ଅଜଣା ହ୍ବାଟ୍ସଆପ୍‌ ନମ୍ବରେ ମେସେଜ୍‌ ଆସିଥିଲା। ଉକ୍ତ ହ୍ବାଟ୍ସଆପ୍‌ ଆକାଉଣ୍ଟ ପ୍ରୋଫାଇଲରେ ଜଣେ ସୁନ୍ଦରୀ ଯୁବତୀଙ୍କ ଫଟୋ ରହିଥିଲା। ଏହାପରେ ସେ ସାଇବର ସୁନ୍ଦରୀଙ୍କ ସହ ସେ ଚାଟ କରିଥିଲେ। କିଛି ସମୟ ପରେ ସାଇବର ସୁନ୍ଦରୀ ଜଣକ ହଠାତ୍‌ ଅଶ୍ଳୀଳ ଭିଡ଼ିଓ କଲ୍‌ କରିଥିଲେ। ଏହି କଲ୍‌କୁ ସେ ରିସିଭ୍‌ କରି କିଛି ସମୟ କଥା ହୋଇଥିଲେ। ଏହି ଅନ୍ତରଙ୍ଗ ମୁହୂତ୍ତର୍ର୍କୁ ସାଇବର ସୁନ୍ଦରୀ ରେକର୍ଡ କରିଦେଇଥିଲେ। ପରେ ଉକ୍ତ ଅଶ୍ଳୀଳ ଭିଡିଓ ଓ ଫଟୋକୁ ହ୍ବାଟ୍ସଆପ୍‌ ଜରିଆରେ ତାଙ୍କୁ ସାଇବର ସୁନ୍ଦରୀ ପଠାଇଥିଲେ। ଏହା ଦେଖି ଅବସରପ୍ରାପ୍ତ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେପଟୁ ସାଇବର ସୁନ୍ଦରୀ ବାରମ୍ବାର ଟଙ୍କା ମାଗିଥିଲେ। ଟଙ୍କା ନଦେଲେ ଉକ୍ତ ଫଟୋ ଓ ଭିଡିଓକୁ ମେସେଞ୍ଜର ଦ୍ୱାରା ତାଙ୍କ ସମ୍ପର୍କୀୟଙ୍କୁ ପଠାଇଦେବେ ବୋଲି ଧମକ ଦେଇଥିଲେ। ଲୋକଲଜ୍ଜାର ଶିକାର ହେବା ଭୟରେ ପର୍ଯ୍ୟାୟକ୍ରମେ ୨୫ ଲକ୍ଷ ଟଙ୍କା ସାଇବର ସୁନ୍ଦରୀ ଆକାଉଣ୍ଟକୁ ପଠାଇ ଦେଇଥିଲେ। ଏହାପରେ ସେ ଅଭିଯୋଗ କରିବାକୁ ଭୟ କରୁଥିଲେ। ଜଣେ ବନ୍ଧୁଙ୍କ ପରାମର୍ଶ ନେଇ ସେ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri