ନାଁକୁ ବାହ୍ୟ ମଳମୁକ୍ତ ଗ୍ରାମ: ୨୫ ପରିବାରରେ ନାହିଁ ପାଇଖାନା

ଖଇରା,୩୦।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ନନ୍ଦୁର ଗ୍ରାମ ପଞ୍ଚାୟତ ଅଧୀନ ମଠନୂଆଗାଁ ଗ୍ରାମକୁ ବାହ୍ୟ ମଳମୁକ୍ତ ଗ୍ରାମ ଭାବେ ସରକାର ଘୋଷଣା କରିଛନ୍ତି। ଏଥିସହ ଜିଲା ଜଳ ପରିମଳ ମିଶନ ତରଫରୁ ଜୁଲାଇ ୨୨ ତାରିଖରେ ଗ୍ରାମରେ ସୂଚନାଫଳକ ଲଗାଇ ଦିଆଯାଇଛି। ଏହି ଘଟଣା ଗ୍ରାମବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଗ୍ରାମରେ ଆହୁରି ୨୫ପରିବାର ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ପାଇବାରୁ ବଞ୍ଚିତ ଥିବା ବେଳେ ରେକର୍ଡ ପତ୍ରରେ ଶତପ୍ରତିଶତ ସଫଳତା ଦେଖାଇ ବାଃ ବାଃ ନେବାକୁ ଉଦ୍ୟମ କରାଯାଇଛି। ଏଭଳି ଘଟଣା ପଞ୍ଚାୟତିରାଜ ତଥା ଜଳ ପରିମଳ ବିଭାଗର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଛି। ଘଟଣା ସମ୍ପର୍କରେ ସମସ୍ତ ଗ୍ରାମବାସୀ ଖଇରା ବିଡିଓ ଦେବେନ୍ଦ୍ର ବଳଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
ଉକ୍ତ ଗ୍ରାମର ପରିବାର ସଂଖ୍ୟା ୬୦। ଲୋକସଂଖ୍ୟା ପାଖାପାଖି ୩ଶହ। ୬୦ ପରିବାର ମଧ୍ୟରୁ ବର୍ଷେ ତଳେ ୧୫ଜଣଙ୍କର ପାଇଖାନା ନିର୍ମାଣ କରାଯାଇଥିଲା। ୨ମାସ ତଳେ ୨୦ଜଣ ନିଜସ୍ବ ଉଦ୍ୟମରେ ପାଇଖାନା ନିର୍ମାଣ କରିଥିଲେ। ଏଥିମଧ୍ୟରୁ ୧୦ଜଣଙ୍କୁ ଅର୍ଥ ମିଳି ସାରିଥିବା ବେଳେ ବାକି ୧୦ଜଣ ଦୌଡି ଦୌଡି ନୟାନ୍ତ ହୋଇଥିଲେ ମଧ୍ୟ ବିଲ୍‌ ପାଇନାହାନ୍ତି। ବାକି ୨୫ଜଣଙ୍କୁ ଏପର୍ଯ୍ୟନ୍ତ ପାଇଖାନା ମିଳିନାହିଁ। ଏଭଳି ପରିସ୍ଥିତିରେ ଶହେ ପ୍ରତିଶତ ନିର୍ମାଣ ହୋଇଥିବା ନେଇ ତଥ୍ୟକୁ ଗ୍ରାମର ଲକ୍ଷ୍ମଣ ବେହେରା ସମାଲୋଚନା କରିଛନ୍ତି। ଏହାର ତଦନ୍ତ କରାଗଲେ କେତେ ପରିବାର ନାମରେ କେତେ ଟଙ୍କା ହଡପ କରାଯାଇଛି ତାହା ଜଣାପଡିବ ବୋଲି ଗ୍ରାମର ପ୍ରଦୀପ ସାମଲ, ବିଦ୍ୟାଧର ପରିଡା, ଲକ୍ଷ୍ମୀକାନ୍ତ ମହାନ୍ତି ଅଭିଯୋଗ କହିଛନ୍ତି। ସରକାରଙ୍କ ଗାଇଡ୍‌ଲାଇନ ମୁତାବକ ଶତପ୍ରତିଶତ ପାଇଖାନା ନିର୍ମାଣ ହେବା ପରେ ବାହ୍ୟ ମଳମୁକ୍ତ ଗ୍ରାମ ଘୋଷଣା ହେବା କଥା। ହେଲେ ୪୦ପ୍ରତିଶତ ପରିବାରକୁ ପାଇଖାନା ମିଳି ନ ଥିବା ବେଳେ ସେମାନେ ମଳତ୍ୟାଗ ପାଇଁ ଖୋଲା ପଡିଆ ଉପରେ ନିର୍ଭର କରୁଛନ୍ତି। ଏଭଳି ଘୋଷଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଗ୍ରାମର ପର୍ଶୁରାମ ମହାନ୍ତି ଓ ଉପେନ୍ଦ୍ର ପରିଡ଼ା ଅଭିଯୋଗ କରିଛନ୍ତି। ଲଗାଯାଇଥିବା ସୂଚନାଫଳକ ଗ୍ରାମର ଶୋଭା ନଷ୍ଟ କରୁଥିବାରୁ ତାହାକୁ ହଟାଇବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କୁ ଯୋଗାଯୋଗ କରିବାରେ ଏବେ ଯୋଜନା କାର୍ଯ୍ୟକ୍ଷମ ନ ଥିବାରୁ ବାକି ପାଇଖାନା ନିର୍ମାଣ କରାଯିବା ସମ୍ଭବପର ନୁହେଁ ବୋଲି କହିଛନ୍ତି। ସେହିଭଳି ଏହି ପଞ୍ଚାୟତର ଅସୁରିଆ ଗ୍ରାମରେ ସମାନ ପରିସ୍ଥିତି ଉପୁଜିଥିବା ସମ୍ପୃକ୍ତ ଗ୍ରାମବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri