ରାଜ୍ୟର ୨୪୬୭ ଗାଁ ଅପହଞ୍ଚ

ଯାଜପୁର ଅଫିସ,୧୮ା୩:ରାଜ୍ୟର ୨୪୬୭ ଗାଁ ଏବେ ବି ଅପହଞ୍ଚ ଅବସ୍ଥାରେ ରହିଛି। ଏହି ଗାଁଗୁଡିକୁ ଆଜି ପର୍ଯ୍ୟନ୍ତ ରାସ୍ତା ସଂଯୋଗ ହୋଇନାହିଁ ା ସେଥିମଧ୍ୟରୁ ରାୟଗଡ଼ା ଜିଲାରେ ସର୍ବାଧିକ ୩୦୫ ଗ୍ରାମ ରହିଥିବା ବେଳେ ଦ୍ୱିତୀୟରେ କଳାହାଣ୍ଡି ଜିଲାର ୨୭୦ ଗ୍ରାମ ଏବଂ ତୃତୀୟରେ ଶିଳ୍ପ ସମୃଦ୍ଧ ଜଗତସିଂହପୁର ଜିଲାର ୨୧୧ ଗାଁ ରହିଛି। ବର୍ତ୍ତମାନ ଏପରି ସ୍ଥିତି ଅସମ୍ଭବ ମନେ ହେଉଥିଲେ ବି ନିରାଟ ସତ। ଚଳିତ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏହି ତଥ୍ୟ ରଖିଛନ୍ତି। ତେବେ ବରଗଡ଼, ଭଦ୍ରକ, ବଲାଙ୍ଗୀର, କଟକ, ଯାଜପୁର ଓ ସୁବର୍ଣ୍ଣପୁର ଜିଲାର କୌଣସି ଗ୍ରାମ ଅପହଞ୍ଚ ନୁହେଁ ବୋଲି ସେ ଦର୍ଶାଇଛନ୍ତି। ହେଲେ ଯାଜପୁର ଓ ବଲାଙ୍ଗୀର ଜିଲାର କେତୋଟି ଗ୍ରାମକୁ ଉଦାହରଣ ଭାବେ ନିଆଗଲେ ବିଧାନସଭାରେ ଉପସ୍ଥାପିତ ‘ଅପହଞ୍ଚ ନୁହେଁ’ ତଥ୍ୟ ବାସ୍ତବତାଠାରୁ ଭିନ୍ନ ବୋଲି ଜଣାପଡିଛି ା
ଶିକ୍ଷା ଓ ଗମନାଗମନ କେବଳ ସଭ୍ୟତାର ଆଧାର ନୁହେଁ, ଏକ ଅଞ୍ଚଳ ଓ ଜାତିର ପ୍ରଗତିର ପରିଚାୟକ ା ଯେଉଁ ଅଞ୍ଚଳରେ ଗମନାଗମନର ସୁବିଧା ରହିଛି, ଅଧିବାସୀ ଅଧିକ ଶିକ୍ଷିତ ସେହି ଅଞ୍ଚଳ ସେତେ ବିକଶିତ । ଏହା ଗଣତନ୍ତ୍ରକୁ ଅଧିକ ସୁଦୃଢ କରିଥାଏ ବୋଲି କୁହାଯାଏ ା ଏହିକ୍ରମରେ ସରକାର ୨୦୧୮-୧୯ ଆର୍ଥିକ ବର୍ଷରେ ଅପହଞ୍ଚ ଗ୍ରାମକୁ ରାସ୍ତା ସଂଯୋଗ ନିମନ୍ତେ ଉପାନ୍ତ(ଅନକନେକ୍ଟେଡ ପିପୁଲସ୍‌ ଏସେସିବିଲିଟି ଇନ୍‌ ଟ୍ରାଇବାଲ ଏରିଆ) ପ୍ରଣୟନ କରିଥିଲେ। ଏଥିପାଇଁ ୫୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏହି ଯୋଜନା ମାଧ୍ୟମରେ ୧୦୦ରୁ ଊର୍ଦ୍ଧ୍ୱ ଜନସଂଖ୍ୟା ଥିବା ରାଜସ୍ବ ଗ୍ରାମଗୁଡ଼ିକୁ ରାସ୍ତାର ଗ୍ରେଡ-୨ ମେଟାଲିଂ ଷ୍ଟାଣ୍ଡାର୍ଡ ଯାଏ ତିଆରି ନିମନ୍ତେ ମହାମତ୍ା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ) ଏବଂ ସିଏଫ୍‌ସି/ଏସଏଫ୍‌ସି ଯୋଜନାରେ ଉପଲବ୍ଧ ଅର୍ଥରୁ ଖର୍ଚ୍ଚ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହାବାଦ ମାତୃ ଓ ଶିଶୁ ମୃତ୍ୟୁ ହାର ନିୟନ୍ତ୍ରଣ କରିବାକୁ ୨୦୧୫-୧୬ରୁ ସମ୍ପୂର୍ଣ୍ଣା ଯୋଜନା ପ୍ରଣୀତ ହୋଇଛି। ଅଥଚ ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁ ଅପହଞ୍ଚଗ୍ରାମଗୁଡ଼ିକରେ ଏହି ଯୋଜନାର ରୂପରେଖ କାର୍ଯ୍ୟକାରୀ ହେବାରେ ଅନ୍ତରାୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏହି କାରଣରୁ ଉପରୋକ୍ତ ଜିଲା ବାଦ୍‌ ଅନୁଗୋଳ ଜିଲାରେ ୧୦୮, ବାଲେଶ୍ୱରରେ ୬୪, ବୌଦ୍ଧରେ ୫୪, ଦେବଗଡ଼ରେ ୪୦, ଢେଙ୍କାନାଳରେ ୮୬, ଗଞ୍ଜାମରେ ୯୩, ଗଜପତିରେ ୧୬୦, ଝାରସୁଗୁଡ଼ାରେ ୬, କନ୍ଧମାଳରେ ୧୨୬, କେନ୍ଦ୍ରାପଡ଼ାରେ ୧୭, କେନ୍ଦୁଝରରେ ୧୪୧, ଖୋର୍ଦ୍ଧାରେ ୩, କୋରାପୁଟରେ ୯୮, ମାଲକାନଗିରିରେ ୧୫୦, ମୟୂରଭଞ୍ଜରେ ୧୪୫, ନବରଙ୍ଗପୁରରେ ୧୮୮, ନୟାଗଡ଼ରେ ୭୩, ନୂଆପଡ଼ାରେ ୫୬, ପୁରୀରେ ୨, ସମ୍ବଲପୁରରେ ୫୮ ଓ ସୁନ୍ଦରଗଡ଼ ଜିଲାରେ ୧୩ ଗ୍ରାମ ଏବେ ବି ଅପହଞ୍ଚ ହୋଇ ରହିଛି। ତେବେ ଅପହଞ୍ଚ ତାଲିକାରେ ଦର୍ଶାଯାଇ ନ ଥିବା ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ନାନ୍ଦପୁଲା ପଞ୍ଚାୟତ ମହୁଲପାଲି ଗ୍ରାମ ଓ ମହରାପଦର ପଞ୍ଚାୟତର ଗୁଲାମୁଣ୍ଡା ଗ୍ରାମକୁ ଏଠାରେ ଉଦାହରଣ ଭାବେ ନିଆଯାଇ ପାରେ। ସେହିପରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତର ତୁମୁଣି ଏବଂ ସୁକିନ୍ଦା ବ୍ଲକ ହାତୀବାରୀ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ନାଳିଆଝର ଗ୍ରାମକୁ ସାମିଲ କରାଯାଇପାରେ। ଉପରୋକ୍ତ ଗ୍ରାମଗୁଡିକୁ ସମ୍ପୂର୍ଣ୍ଣ ରାସ୍ତା ସଂଯୋଗ ହୋଇ ନ ଥିବାରୁ ସଂପୃକ୍ତ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଉପଯୁକ୍ତ ତଦନ୍ତ କରାଗଲେ ରାଜ୍ୟରେ ଆହୁରି ଅନେକ ଗ୍ରାମ ଅପହଞ୍ଚ ଥିବା ନଜରକୁ ଆସିବ ବୋଲି ମତ ପ୍ରକାଶ ପାଇଛି ା
ଏହାବାଦ୍‌ ୨୦୧୯ ଜୁଲାଇ ସୁଦ୍ଧା କୋର ନେଟୱର୍କ ହିସାବରେ ଯାଜପୁର ଜିଲାର ୧୩୩ଟି ଗ୍ରାମକୁ ସଡ଼କ ସଂଯୋଗ ହୋଇ ନ ଥିବା ଜଣାପଡିଥିଲା। ଏହି ଦେଢବର୍ଷ ମଧ୍ୟରେ ଉପରୋକ୍ତ ଗ୍ରାମକୁ କିପରି ରାସ୍ତା ସଂଯୋଗ ହେଲା ତାହା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଏହିସବୁ ଅପହଞ୍ଚ ଇଲାକାରେ ଅନେକ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ା କିନ୍ତୁ ସ୍ବଭାବସୁଲଭ ଢଙ୍ଗରେ ସେହିସବୁ ଯୋଜନା ଓ କାର୍ଯ୍ୟକ୍ରମ ଦିଗହରା ହୋଇଛି ା ଏଥିପାଇଁ ବିଜୟୀ ଲୋକପ୍ରତିନିଧି ଓ ନିର୍ବାଚନରେ ଭାଗ ନେଇ ପରାଜୟ ବରଣ କରିଥିବା ବିରୋଧୀଦଳର ନେତାମାନେ ଦାୟୀ ବୋଲି କୁହାଯାଇପାରେ ା ପ୍ରଶାସନିକ ଅବହେଳା ମଧ୍ୟ ତା’ଠାରୁ ଅଧିକ ଦୋଷୀ ମନେହୁଏ ା
ଅନ୍ୟପକ୍ଷେ ଅପହଞ୍ଚ ଇଲାକାରେ ସ୍ବତନ୍ତ୍ର ଭିଏଚ୍‌ଏନଡି ଓ ନିୟମିତ ଟିକାକରଣ, ରେଡକାର୍ଡ, ଯୁଗ୍ମ ପରିଦର୍ଶନ, ଶିଶୁର ଜନ୍ମ ପ୍ରସ୍ତୁତୀକରଣ, ବିକଳ୍ପ ପରିବହନ ବ୍ୟବସ୍ଥା, ଗର୍ଭବତୀ ମହିଳାଙ୍କ ପରିବହନ ଖର୍ଚ୍ଚର ପ୍ରତିପୂରଣ, ଗର୍ଭବତୀ ଓ ଅସୁସ୍ଥ ଶିଶୁଙ୍କ ପ୍ରତ୍ୟାବର୍ତ୍ତନ ବାବଦରେ ପ୍ରୋସତ୍ାହନ ରାଶି, ଦେୟମୁକ୍ତ ଖାଦ୍ୟ, ଉନ୍ନତ ମାନର ପ୍ରସବ ପରିଚାଳନା ଆଦି ବ୍ୟବସ୍ଥା ପରିଚାଳନା କରାଯାଇଛି ବୋଲି ମନ୍ତ୍ରୀ ଜେନା ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri