ଆଜି ରାଜ୍ୟରୁ ୨୪୫ ପଜିଟିଭ୍‌ ଚିହ୍ନଟ, ଆଉ ୩ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୧ା୧(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ୨୪୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯,୮୬୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୩୯ ଜଣ ଚିହ୍ନଟ ହୋଇଥିବା ବେଳେ ୧୦୬ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ସମ୍ବଲପୁରରୁ ସର୍ବାଧିକ ୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୩୪ ଏବଂ ଅନୁଗୋଳରୁ ୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱରରୁ ୫, ବରଗଡ଼ ୧୪, ବଲାଙ୍ଗୀର ୯, ବୌଦ୍ଧ ୧, କଟକ ୧୫, ଦେବଗଡ଼ ୧, ଢେଙ୍କାନାଳ ୧, ଜଗତସିଂହପୁର ୪, ଯାଜପୁର ୧୫, ଝାରସୁଗୁଡ଼ା ୯, କଳାହାଣ୍ଡି ୩, କନ୍ଧମାଳ ୨, କେନ୍ଦ୍ରାପଡ଼ା ୮, କେନ୍ଦୁଝର ୧, ଖୋର୍ଦ୍ଧା ୧୯, ମୟୂରଭଞ୍ଜ ୧୭, ନୟାଗଡ଼ ୨, ନୂଆପଡ଼ା ୫, ରାୟଗଡ଼ା ୧, ଏବଂ ସୋନପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୋଲ୍‌ ସଂଖ୍ୟା ରହିଛି ୫।

ସେହିପରି ଆଜି ରାଜ୍ୟରେ ୩ ଜଣଙ୍କ ଜୀବନ ନେଇଛି କରୋନା। ଖୋର୍ଦ୍ଧା, କଟକ ଏବଂ ନବରଙ୍ଗପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନାରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯,୮୬୬ ରେ ପହଞ୍ଚିଥିବା ବେଳେ ୩,୨୫,୪୩୨ଜଣ ସୁସ୍ଥ ହୋଇଛନ୍ତି। ୨୫୦୫ ଜଣ ଚିକିତ୍ସିତ ହେଉଛନ୍ତି। ମୃତ୍ୟୁସଂଖ୍ୟା ୧୮୭୬କୁ ବୃଦ୍ଧି ପାଇଛି।