ଆଜି ବି ୨୦୦ ଟପିଲା କରୋନା

ଭୁବନେଶ୍ୱର,୪ା୭(ବ୍ୟୁରୋ): ସୋମବାର ରାଜ୍ୟରୁ ୨୪୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୦,୭୮୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୪୩ ଜଣ ଚିହ୍ନଟ ହୋଇଥିବା ବେଳେ ୧୦୨ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୪୨ ଜଣ ଶିଶୁ ବି ଅଛନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୩୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୮ ଏବଂ ସୁନ୍ଦରଗଡ଼ରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ବାଲେଶ୍ୱର ୩, ବରଗଡ଼ ୨, ବଲାଙ୍ଗୀର ୧, ଜଗତସିଂହପୁର ୧, ଯାଜପୁର ୪, ଝାରସୁଗୁଡ଼ା ୪, କଳାହାଣ୍ଡି ୧, କେନ୍ଦ୍ରାପଡ଼ା ୨, ମାଲକାନଗିରି ୧, ମୟୂରଭଞ୍ଜ ୭, ନୟାଗଡ଼ ୨, ପୁରୀ ୨, ରାୟଗଡ଼ାରୁ ୩ ଏବଂ ସୋନପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୨୮।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୦,୭୮୩ରେ ପହଞ୍ଚିଥିବା ବେଳେ ୧୨,୮୦,୧୧୪ ଜଣ ସୁସ୍ଥ ହୋଇଛନ୍ତି। ୧୪୯୦ଜଣ ଚିକିିତ୍ସିତ ହେଉଛନ୍ତି।