Posted inଖେଳ

ଦକ୍ଷିଣ ଆଫ୍ରିକାକୁ ଫେରୁଛି କ୍ରିକେଟ

ଜୋହାନ୍ସବର୍ଗ, ୧୮।୬(ପି.ଟି.)-  କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ ଯୋଗୁ ଗତ ମାର୍ଚ୍ଚରୁ ବନ୍ଦ ରହିଥିବା କ୍ରିକେଟ ଏବେ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଛି। କିଙ୍ଗଫିଶର୍ସ, କାଇଟ୍ସ ଓ ଇଗଲ୍ସ ନାମରେ ୩ଟି ଦଳକୁ ନେଇ ଏକ ‘୩ଟି କ୍ରିକେଟ’ ପ୍ରତିଯୋଗିତା ଚଳିତ ମାସ ୨୭ ତାରିଖରେ ଆୟୋଜନ କରିବାକୁ କ୍ରିକେଟ ସାଉଥ୍‌ ଆଫ୍ରିକା(ସିଏସଏ) ବୁଧବାର ଘୋଷଣା କରିଛି। ସେଞ୍ଚୁରିଅନର ସୁପରସ୍ପୋର୍ଟ ପାର୍କରେ ମ୍ୟାଚ ଖେଳାଯିବ। ସର୍ବପ୍ରଥମ ସଲିଡାରିଟି କପ୍‌ରେ ୩ଟି ଦଳ ଭାଗନେବେ। କରୋନା ଜନିତ ଲକ୍‌ଡାଉନ୍‌ ପରେ ଦେଶରେ ଏହା ପ୍ରଥମ ସ୍ପୋର୍ଟିଂ ଇଭେଣ୍ଟ ହେବ। ନୂଆ ଫର୍ମାଟ ଅନୁସାରେ ଦକ୍ଷିଣ ଆଫ୍ରିକାର ଶୀର୍ଷସ୍ଥାନୀୟ ୨୪ ଖେଳାଳି ୩ଟି ଦଳରେ ବିଭକ୍ତ ହୋଇ ଖେଳିବେ। ମ୍ୟାଚ ୩୬ ଓଭର ବିଶିଷ୍ଟ ହେବ। ପ୍ରତି ହାଫ୍‌ରେ ୧୮ ଓଭର ଲେଖାଏ ରହିବ। ପ୍ରତି ଟିମ୍‌ ୧୨ ଓଭର ଲେଖାଏ ବ୍ୟାଟିଂ କରିବେ। ଅନ୍ୟ ୨ଟି ଟିମ୍‌ ୬ ଓଭର ଲେଖାଏ ବୋଲିଂ କରିବେ। କେଉଁ ଦଳ ପ୍ରଥମେ ବ୍ୟାଟିଂ କିମ୍ବା ବୋଲିଂ କରିବ ତାହା ଡ୍ର ମାଧ୍ୟମରେ ନିର୍ଦ୍ଧାରିତ ହେବ। ପ୍ରଥମାର୍ଦ୍ଧରେ ବ୍ୟାଟିଂ ଓ ବୋଲିଂ ରୋଟେଶନ ଭିତ୍ତିରେ ହେବ। ପ୍ରଥମାର୍ଦ୍ଧରେ ଯେଉଁ ଦଳ ସର୍ବାଧିକ ସ୍କୋର କରିଥିବା ସେ ଦ୍ୱିତୀୟାର୍ଦ୍ଧରେ ପ୍ରଥମେ ବ୍ୟାଟିଂ କରିବ। ସେହି ଅନୁସାରେ ପରବର୍ତ୍ତୀ ୨ ଦଳ ବ୍ୟାଟିଂ କରିବେ। ଯଦି କୌଣସି ଦଳ ୭ଟି ଉଇକେଟ ହରାଇଲା ତେବେ ଶେଷ ବ୍ୟାଟ୍ସମ୍ୟାନ ଏକାକୀ ବ୍ୟାଟିଂ କରିବେ। ତେବେ ସେ କେବଳ ଇଭେନ ନମ୍ବର ରନ ସ୍କୋର କରିପାରିବେ। ସର୍ବାଧିକ ରନ କରିଥିବା ଦଳ ସ୍ବର୍ଣ୍ଣ ଏବଂ ପରବର୍ତ୍ତୀ ଦୁଇ ଦଳ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇବେ।

ଅଂଶଗ୍ରହଣକାରୀ ଦଳ
କିଙ୍ଗଫିଶର୍ସ: କାଗିଶୋ ରାବାଡ଼ା(ଅଧିନାୟକ), ଫାଫ୍‌ ଡୁପ୍ଲେସି, କ୍ରିସ୍‌ ମୋରିସ, ଟାବ୍ରାଇଜ୍‌ ଶାମ୍‌ସି, ରୀଜା ହେଣ୍ଡ୍ରିକ୍ସ, ଜାନେମନ ମଲନ, ହେନରିଚ୍‌ କ୍ଲାସେନ, ଗ୍ଲେଣ୍ଟନ ଷ୍ଟୁରମାନ।
କାଇଟ୍ସ: କ୍ୱିଣ୍ଟନ ଡିକକ୍‌(ଅଧିନାୟକ), ଡେଭିଡ ମିଲର, ଟେମ୍ବା ବାଭୁମା, ଏଡ଼ରିଚ୍‌ ନର୍ଜେ, ଡାଓ୍ବିନ ପ୍ରିଟୋରିଅସ, ବେଉରନ ହେଣ୍ଡ୍ରିକ୍ସ, ଜେ.ଜେ. ସ୍ମୁଟ୍ସ, ଲଉଥୋ ସିପାମ୍ଲା।
ଇଗଲ୍ସ: ଏବି ଡି’ଭିଲର୍ସ(ଅଧିନାୟକ), ଇଡେନ ମାରକ୍ରାମ, ଲୁନ୍‌ଗି ଏନ୍‌ଗିଡି, ଆଣ୍ଡିଲ୍‌ ଫେଲୁକ୍ୱାୟୋ, ରସି ଭାନ୍‌ ଡର୍‌ ଡୁସେନ, ଜୁନିୟର ଡାଲା, କାଏଲ ଭେରିନେ, ସିସାନ୍ଦା ମଗଲା।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri