Posted inଫୁରସତ

୨୪ ହଜାର କୋଟିର କମ୍ପାନୀ ଦାନକଲେ ପରିବେଶପ୍ରେମୀ

ଓ୍ବାଶିଂଟନ୍‌:ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ, ପ୍ରାକୃତିକ ବିପର୍ଯ୍ୟୟ, ଯୁ୍‌ଦ୍ଧ ଆଦି ବିଭିନ୍ନ କାରଣରୁ ପୃଥିବୀ ବିନାଶ ମୁହଁା ହେବାରେ ଲାଗିଛି। ଏଥିରେ ବ୍ୟଥିତ ହୋଇ ଜଣେ ଅରବପତି ତାଙ୍କ ୩ ବିଲିୟନ ଡଲାର (ପ୍ରାୟ ୨୪ ହଜାର କୋଟି ଟଙ୍କା)ମୂଲ୍ୟର କମ୍ପାନୀକୁ ଏକ ଅଣଲାଭକାରୀ ସଂସ୍ଥା (ଏନ୍‌ଜିଓ)କୁ ଦାନ କରିଛନ୍ତି। ସେ ହେଲେ ଆମେରିକୀୟ ବ୍ୟବସାୟୀ ୟୋଭନ୍‌ ଚୌଇନାର୍ଡ। ୮୩ ବର୍ଷୀୟ ପରିବେଶବିତ୍‌ ତଥା ଫିଲାନ୍ଥ୍ରୋପିଷ୍ଟ ତାଙ୍କ ଆଉଟ୍‌ଡୋର୍‌ କ୍ଲଥିଙ୍ଗ କମ୍ପାନୀ ପାଟାଗୋନିଆକୁ ଚାରିଟିକୁ ଦାନ କରିଥିବା ଏହାର ଓ୍ବେବ୍‌ସାଇଟ୍‌ରେ ପୋଷ୍ଟ କରି ଘୋଷଣା କରିଛନ୍ତି।
ଅନୁସାରେ, ଚୌଇନାର୍ଡ ୧୯୭୩ରେ ପାଟାଗୋନିଆ ପ୍ରତିଷ୍ଠା କରିଥିଲେ। ଏହାର ମୁଖ୍ୟାଳୟ କାଲିଫର୍ନିଆରେ ରହିଛି। ୧୦ ଦେଶରେ କମ୍ପାନୀର ଶତାଧିକ ଷ୍ଟୋର ରହିଛି। ୧୬ ଦେଶରେ ଏହାର ନିଜର ଫ୍ୟାକ୍ଟ୍ରି ଅଛି। ଚୌଇନାର୍ଡ ଜଣେ ପରିବେଶ ପ୍ରେମୀ ଭାବେ ଜଣା। ପରିବେଶ ସୁରକ୍ଷା ଦିଗରେ ତାଙ୍କର ଅନେକ କାର୍ଯ୍ୟ ପାଇଁ ସେ ଲୋକପ୍ରିୟତା ହାସଲ କରିଛନ୍ତି। ପାଟାଗୋନିଆର ଓ୍ବେବ୍‌ସାଇଟ୍‌ରେ ସେ କମ୍ପାନୀ ଦାନ କରିବା ନେଇ ଲେଖିଛନ୍ତି, ପୃଥିବୀ ହିଁ ଆମର ଏକମାତ୍ର ଶେୟାରହୋଲ୍ଡର। ବିଶ୍ୱତାପନ, ଜୈବ ବିବିଧତା ନଷ୍ଟ ହେଉଥିବା ଆମେ ପାଖରୁ ଦେଖୁଛେ। ଏସବୁକୁ ରୋକିବା ପାଇଁ ଆମ ଅବଦାନ ଜରୁରୀ। ପାଟାଗୋନିଆ ଏହାର ଦାୟିତ୍ୱ ତୁଲାଇବ ବୋଲି ସେ କହିଛନ୍ତି। ଦାନ ପରେ କମ୍ପାନୀ ଏହାର ପୋଷାକ ତିଆରି ଜାରି ରଖିବ। ଏଥିରୁ ବାହାରିବାକୁ ଥିବା ସମସ୍ତ ଲାଭ ପରିବେଶ ସୁରକ୍ଷା ଦିଗରେ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri