ଭୋଜି ଖାଇ ୨୪ ଗୁରୁତର ଘଟଣା: ନୀଳଗିରି ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ସଜନାଗଡ଼,୧୬।୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ବେଗୁନିଆ ପଞ୍ଚାୟତ ତୁଟାପଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଶୁକ୍ରବାର ଭୋଜି ଖାଇ ୨୪ରୁ ଊର୍ଦ୍ଧ୍ୱ ଲୋକ ନୀଳଗିରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ତେବେ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରଶ୍ନ ଉଠାଇଛନ୍ତି। ଏହା ସହ ସେ ନୀଳଗିରିବାସୀଙ୍କୁ ଭୟଭୀତ ନ ହେବା ପାଇଁ କହିଛନ୍ତି। ଏ ବିଷୟରେ ଜିଲା ପ୍ରଶାସନ ସମେତ ରାଜ୍ୟ ପ୍ରଶାସନ ସହ ମୁଁ ନିରନ୍ତର ସଂଯୋଗରେ ଅଛି ବୋଲି କହିଛନ୍ତି। ତେବେ ରବିବାର ନୀଳଗିରି ଏସ୍‌ଡିଏମ୍‌ ଅଜୟ କୃଷ୍ଣ ସାମଲ
ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ।