ଅଭିଯୋଗ ସମାଧାନ ପାଇଁ ଖୋଲିବ ୨୪ ଘଣ୍ଟିଆ କଲ୍‌ ସେଣ୍ଟର

ପୁରୀ ଅଫିସ,୭।୧୨: ପୁରୀ ଜିଲା ପୋଲିସ ମୁଖ୍ୟାଳୟରେ ଖୁବ୍‌ଶୀଘ୍ର ୨୪ଘଣ୍ଟିଆ କଲ୍‌ ସେଣ୍ଟର ଖୋଲାଯିବ। ଲୋକଙ୍କ ଅଭିଯୋଗ ସିଧାସଳଖ ଯେଭଳି ତୁରନ୍ତ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେଇହେବ ସେଥିଲାଗି ଏଭଳି ଯୋଜନା କରାଯାଇଛି। କଲ ସେଣ୍ଟର ନମ୍ବର ୭୬୫୩୮୯୧୦୩୦ରେ ଲୋକେ ନିଜର ସମସ୍ୟା ଜଣାଇପାରିବେ। ଏହି ନମ୍ବରରେ ଲୋକେ ସିଧାସଳଖ କଲ୍‌ କରି କଥା ହେବା ସହିତ ହ୍ବାଟ୍‌ସ ଆପ୍‌ ଜରିଆରେ ମଧ୍ୟ ମେସେଜ କରିପାରିବେ। ଯଦି କୌଣସି ବ୍ୟକ୍ତି ନିଜର ସମସ୍ୟା ସମ୍ପର୍କରେ ମେସେଜ କରି ଜଣାନ୍ତି ତେବେ ତୁରନ୍ତ ଏହାକୁ ଗ୍ରହଣ କରି ଅଭିଯୋଗକାରୀଙ୍କ ନିକଟରେ ପୋଲିସ ପହଞ୍ଚିବ। ୨୪ ଘଣ୍ଟାର ବିଭିନ୍ନ ଅଭିଯୋଗ ଉପରେ ଏସ୍‌ପି ନିଜେ ସମୀକ୍ଷା କରିବେ। ଏଥିଲାଗି ଏକ ରିସେପଶନ ସେଣ୍ଟର ଡିପିଓ ପୁରୀରେ ପ୍ରତିଷ୍ଠା କରାଯିବ। ସେଠାରେ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜଣେ ମହିଳା କର୍ମଚାରୀ ରହିବେ। ଛୁଟି ଦିନଗୁଡିକରେ ମଧ୍ୟ ଏହା ଚାଲିବ। ଯଦି କୌଣସି ବ୍ୟକ୍ତି ଡିପିଓ ଆସନ୍ତି ତେବେ ସେ ରିସେପଶନ ସେଣ୍ଟର ଯାଇ ନିଜର ଅଭିଯୋଗ ଦାଖଲ କରିପାରିବେ। ସମସ୍ତ ଅଭିଯୋଗ ଏସ୍‌ପି ନିଜେ ତଦାରଖ କରିବେ। ତାଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସ୍‌ପି ଏହି ଦାୟିତ୍ୱ ତୁଲାଇବେ। ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ଅଭିଯୋଗର ତଦନ୍ତ କରାଯିବ। ଏଥିଲାଗି କେତେଜଣ ନୋଡାଲ ଅଫିସର ନିୟୋଜିତ ହେବେ। ଡିଏସ୍‌ପି ଏଚଆର୍‌ପିସି ମନୋବ୍ରତା ଶତପଥୀ ଅଭିଯୋଗ ଶୁଣାଣିର ନୋଡାଲ ଅଫିସର ରହିବେ। ଏଚ୍‌ଆର୍‌ପିସି ଇନ୍ସପେକ୍ଟରଙ୍କ ଦ୍ୱାରା ସବୁ ଅଭିଯୋଗ ଡିପିଓକୁ ଆସିବା ୫-ଟି କଲ ସେଣ୍ଟର ନମ୍ବର ଜରିଆରେ ଦାଏର କରିବେ। ଡିଏସ୍‌ପି ଏଚ୍‌ଆରପିସି୍‌ ଧାର୍ଯ୍ୟ ସମୟ ମଧ୍ୟରେ ସବୁ ଅଭିଯୋଗର ତଦାରଖକରି ସମାଧାନ ପାଇଁ ପଦକ୍ଷେପ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri