ବାତ୍ୟା ଆଶ୍ରୟ ସ୍ଥଳୀରେ ବିତୁଛି ୨୪ ପରିବାରଙ୍କ ଜୀବନ

ପାରଳାଖେମୁଣ୍ଡି,୧୮ା୧୦(ଡି.ଏନ୍‌.ଏ.): ତିତ୍‌ଲି ମହାବାତ୍ୟାକୁ ଚାରିବର୍ଷ ବିତିଛି। ହେଲେ ଆଜିବି ପାରଳାଖେମୁଣ୍ଡି ପୌରପାଳିକା ଅଞ୍ଚଳରେ ୨୪ ପରିବାର ବାସହରା ହୋଇ ସ୍କୁଲ ଘରେ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳିରେ ଆଶ୍ରୟ ନେଇ ରହିଛନ୍ତି । ପୌରପାଳିକା ଓ ଜିଲା ପ୍ରଶାସନ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇଚାଲିଛନ୍ତି କିନ୍ତୁ ବାସହରାଙ୍କୁ ମିଳି ନି ବାସଗୃହ। ୨୦୧୮ ଅକ୍ଟୋବରରେ ତିତ୍‌ଲି ମହାବାତ୍ୟାର କରାଳ ରୂପକୁ ଚାରି ବର୍ଷ ପରେବି ଭୁଲି ପାରୁ ନାହାନ୍ତି ଲୋକମାନେ। ବାତ୍ୟାରେ ଜିଲାର ଅନେକ କ୍ଷୟକ୍ଷତି ହେବାସହ ବହୁ ଧନଜୀବନ ନଷ୍ଟ ହୋଇଥିଲା। ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ କ୍ଷତି ପୂରଣ ସାଙ୍ଗକୁ ସ୍ବତନ୍ତ୍ର ସହାୟତା ରାଶି ମଧ୍ୟ ପ୍ରଦାନ ନିମନ୍ତେ କୋଟି କୋଟି ଟଙ୍କାର ଅନୁଦାନ ମଧ୍ୟ ଆସିଥିଲା। କିନ୍ତୁ ପାରଳାଖେମୁଣ୍ଡି ପୌରପରିଷଦର ରେଳବାଇ ନିକଟ ବସ୍ତି ଅଞ୍ଚଳର ୨୪ ପରିବାର ଆଜିବି ବାସହରା ହୋଇ ତିତ୍‌ଲି ବାତ୍ୟା ସମୟରେ ଦିଆଯାଇଥିବା ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀରେ ରହିବାକୁ ବାଧ୍ୟ ହେଉଛନ୍ତି । ପୌରପାଳିକା ର ୩ ନମ୍ବର ୱାର୍ଡରେ ଥିବା ଅରବିନ୍ଦ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଏହି ବାସହରାଙ୍କ ଆଶ୍ରୟସ୍ଥଳୀ। ବାତ୍ୟାପରେ ସମସ୍ତ ପରିବାରକୁ ଗୃହ ଯୋଗାଇ ଦେବାପାଇଁ ପ୍ରଶାସନ ଓ ପୌରପାଳିକା ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା ହେଲେ ଚାରି ବର୍ଷ ପରେବି ବାସଗୃହ ନପାଇ ବାସହରା ହୋଇ ସ୍କୁଲ ଘରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଛନ୍ତି। ବର୍ଷା ଦିନେ ସ୍କୁଲ ଘରେ ଗୋଟିଏ ବଖରାରେ ୨୪ ପରିବାରର ୬୦ରୁ ଅଧିକ ସଦସ୍ୟ ଚଳିବା ବହୁ କଷ୍ଟ ହୋଇପଡିଛି। ଏପଟେ ଛାତରୁ ପାଣି ଗଳୁଛି। ବାଳିକା ଝିଅ, ଛୋଟ ପିଲାଙ୍କୁ ନେଇ ବହୁ ଦୁଃଖ କଷ୍ଟରେ ସମୟ କଟାଉଛନ୍ତି ବସ୍ତି ବାସିନ୍ଦା। ପ୍ରଶାସନିକ ଅଧିକାରୀଙ୍କ ପାଖକୁ ଦୌଡ଼ି ଦୌଡ଼ି ହତାଶ ହେଲେଣି କେହିଜଣେ ଗୁହାରି ଶୁଣୁନଥିବା ଅଭିଯୋଗ କରିଛନ୍ତି। ଏମିତି କି ୪ବର୍ଷ ମଧ୍ୟରେ ସ୍କୁଲ ଘରେ ଆଶ୍ରୟ ନେଇଥିବା ଲୋକଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ଘଟିଥିବା ବସ୍ତି ବାସିନ୍ଦା କହିଛନ୍ତି। ତିତ୍‌ଲି ବାତ୍ୟାର ପରବର୍ତ୍ତୀ ସ୍ଥିତିରେ ଅନେକ ବାସଗୃହ ହରାଇଥିବା ଲୋକେ ବାସଗୃହ ପାଇଛନ୍ତି ଓ କିଛି ଅଯୋଗ୍ୟ ବ୍ୟକ୍ତି ସରକାରୀ ବାସ ଗୃହ ହାତେଇଛନ୍ତି । ହେଲେ ବାତ୍ୟା ଆଶ୍ରୟ ସ୍ଥଳୀରେ ବର୍ଷ ବର୍ଷ ଧରି ଆଶ୍ରୟ ନେଇ ରହିଥିବା ବାସହରା ଲୋକଙ୍କ କଥା କାହିଁକି ବିଚାର କରୁନାହାନ୍ତି ପ୍ରଶାସନିକ ଅଧିକାରୀମାନେ ବୋଲି ପ୍ରଶ୍ନ କରିଛନ୍ତି। ସେପଟେ ପାରଳାଖେମୁଣ୍ଡି ପୌରପରିଷଦ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା କହିଛନ୍ତି ଜାଗା ମିଶନ ଜରିଆରେ ସେମାନଙ୍କ ନିମନ୍ତେ ଜାଗା ଚିହ୍ନଟ କରାଯାଇଛି ଶୀଘ୍ର ଅନ୍ୟତ୍ର ଥଇଥାନ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri