୪୧ ପଞ୍ଚାୟତରେ ୨୪ କାର୍ଯ୍ୟନିର୍ବାହୀ ଅଧିକାରୀ

ନିଶ୍ଚିନ୍ତକୋଇଲି,୨୪ା୨(ସ୍ବ.ପ୍ର.): ପଞ୍ଚାୟତ ଓ ବ୍ଲକ ସ୍ତରରେ ଗ୍ରାମାଞ୍ଚଳର ବିକାଶ ପାଇଁ ପ୍ରକଳ୍ପ ଏବଂ ଯୋଜନାଗୁଡ଼ିକର ସଫଳ ରୂପାୟନ ହୋଇଥାଏ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଦକ୍ଷ ପ୍ରଶାସନିକ ଅଧିକାରୀ ଏବଂ କର୍ମଚାରୀଙ୍କ ଆବଶ୍ୟକତା ରହିଛି। ହେଲେ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ଦୀର୍ଘଦିନ ହେବ ବହୁ ଅଧିକାରୀଙ୍କ ପଦବୀ ଖାଲି ପଡ଼ିଛି। ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ଏକାଧିକ ପଞ୍ଚାୟତରେ ଦାୟିତ୍ୱରେ ରହିଛନ୍ତି। ଆଇପିଓ, ଡବ୍ଲ୍ୟୁଇଓ, ଏଫଇଓ, ଆକାଉଣ୍ଟ ଅଫିସର ପଦବୀରେ ବିଭାଗୀୟ ଅଧିକାରୀ ନ ଥିବାରୁ ଅଧସ୍ତନ କର୍ମଚାରୀ କାମ ଚଳାଉଛନ୍ତି। ନିକଟରେ ବ୍ଲକ ଏବିଡିଓଙ୍କର ଅବସର ନେବାକୁ ଥିବାରୁ ବ୍ଲକରେ ଏକ ପ୍ରକାର କର୍ମଚାରୀ ସଙ୍କଟ ଦେଖିବାକୁ ମିଳିଛି। ନିଶ୍ଚିନ୍ତକୋଇଲି ବ୍ଲକ ୪୧ଟି ପଞ୍ଚାୟତକୁ ନେଇ ଗଠିତ। ବିଭିନ୍ନ ଯୋଜନାରେ ବ୍ଲକରେ ବର୍ଷକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ କର୍ମଚାରୀ ଅଭାବ ହେତୁ ଉନ୍ନୟନ କାର୍ଯ୍ୟ ତଥା ଅର୍ଥ ଦେଣନେଣର ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୀର୍ଘଦିନ ହେବ ସମବାୟ ଅଧିକାରୀଙ୍କ ବଦଳି ହେବା ପରେ ଏହି ପଦବୀ ଖାଲି ପଡିଛି। ସେହିଭଳି ମତ୍ସ୍ୟ ସମ୍ପଦ ଅଧିକାରୀଙ୍କ ପଦୋନ୍ନତି ପରେ ତାଙ୍କ ସ୍ଥାନ ଖାଲି ପଡିଥିବାବେଳେ ବିଭାଗୀୟ ଡେମୋନଷ୍ଟ୍ରେଟର କାର୍ଯ୍ୟ ତୁଲାଉଛନ୍ତି। ଡବ୍ଲ୍ୟୁଇଓ ପଦବୀ ଖାଲି ପଡ଼ିଥିବା ବେଳେ ଜଣେ ଭିଏଲ୍‌ଡବ୍ଲ୍ୟୁ ଏହି କାର୍ଯ୍ୟ ତୁଲାଉଛନ୍ତି। ବ୍ଲକର ଆକାଉଣ୍ଟ ଅଫିସରଙ୍କ ପଦୋନ୍ନତି ପରେ ତାଙ୍କ ପଦବୀ ଖାଲିପଡିଛି। ତାଙ୍କ କାର୍ଯ୍ୟ ଏବିଡିଓ ତୁଲାଉଛନ୍ତି। ଆଇପିଇଓ ପଦବୀ ଦୀର୍ଘଦିନ ହେବ ଖାଲି ପଡିଥିବାବେଳେ ଏଠାକୁ କେହି ଆସିବାକୁ ମଙ୍ଗୁନାହାନ୍ତି। ବ୍ଲକରେ ୫ଟି ୪ର୍ଥ ଶ୍ରେଣୀ ପଦବୀ ଖାଲି ପଡିଛି।
ସରକାର ପଞ୍ଚାୟତ ମାଧ୍ୟମରେ ଗ୍ରାମାଞ୍ଚଳର ବିକାଶ କରିବାକୁ ବିଭିନ୍ନ ଯୋଜନାରେ ଉନ୍ନୟନ କାର୍ଯ୍ୟ କରୁଛନ୍ତି। ବ୍ଲକର ୪୧ଟି ପଞ୍ଚାୟଚରେ ମାତ୍ର ୨୪ ଜଣ ନିର୍ବାହୀ ଅଧିକାରୀ କାର୍ଯ୍ୟ କରୁଛନ୍ତି। ଜଣେ ନିର୍ବାହୀ ଅଧିକାରୀ ଏକାଧିକ ପଞ୍ଚାୟତ ଦାୟିତ୍ୱରେ ରହିଛନ୍ତି। ବ୍ଲକର କାର୍ଯ୍ୟନିର୍ବାହୀ ଅଧିକାରୀ ଝିଲି ବେହେରା ଶିର୍ଲୋ, ବନ୍ଧୁପୁର, ପାଳଦା, ଜନାର୍ଦ୍ଦନପୁର ପଞ୍ଚାୟତ ଦାୟିତ୍ୱରେ ରହିଛନ୍ତି। ସେହିପରି ବିଜୟ କୁମାର ରାଉତ ମହମ୍ମଦପୁର, ମଣିଜଙ୍ଗ, ଇଶାଣୀବରହମପୁର ଓ ସାନ୍ତପୁର ଦାୟିତ୍ୱରେ ଅଛନ୍ତି। ପ୍ରସନ୍ନ କୁମାର ସାହୁ ଅସୁରେଶ୍ୱର, କେଣ୍ଟାଳୋ ଓ କେରିଲୋ ପଞ୍ଚାୟତ ଦାୟିତ୍ୱ ତୁଲାଉଛନ୍ତି। ଯେଉଁ ଭିଏଲ୍‌ଡବ୍ଲ୍ୟୁଙ୍କୁ ଏକାଧିକ ପଞ୍ଚାୟତ ଦିଆଯାଇଛି କେତେବେଳେ କେଉଁ ପଞ୍ଚାୟତର କାର୍ଯ୍ୟ କରୁଛନ୍ତି ଓ କାର୍ଯ୍ୟର କେତେ ସ୍ବଚ୍ଛତା ରହୁଛି ତାହା ତଦନ୍ତ ସାପେକ୍ଷ। ଯୋଜନାର ସଫଳ ରୂପାୟନ ପାଇଁ ଆବଶ୍ୟକ କର୍ମଚାରୀ ନ ଦେବାରୁ ସରକାରଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଦିଗହରା ହେବା ନିଃସନ୍ଦେହ। ତୁରନ୍ତ ବ୍ଲକରେ ଆବଶ୍ୟକ କର୍ମଚାରୀ ଯୋଗାଇ ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଏ ସମ୍ପର୍କରେ ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓଙ୍କୁ ପଚାରିବାରେ ୪ର୍ଥ ଶ୍ରେଣୀ କର୍ମଚାରୀ ପଦବୀ ପାଇଁ ବାରମ୍ବାର ସରକାରଙ୍କୁ ଅବଗତ କରାଯାଇଛି। ଅନ୍ୟ କର୍ମଚାରୀ ପଦବୀ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷ ଅବଗତ ଅଛନ୍ତି। ଖୁବ୍‌ଶୀଘ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସ୍ଥାନ ପୂରଣ କରାଯିବ ବୋଲି ଉଚ୍ଚ କର୍ତ୍ତୃପକ୍ଷ ପ୍ରତିଶ୍ରୁତିି ଦେଇଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri