୨୪ ଦିନ ପରେ ପାସେଞ୍ଜର ରେଳଭଡ଼ା ଦ୍ୱିଗୁଣିତ; ଜଳେଶ୍ୱରରେ ଉତ୍ତେଜନା

ଜଳେଶ୍ୱର, ୩।୧୦(ଡି.ଏନ.ଏ.):  ଖଡ଼ଗପୁର-ଭଦ୍ରକ ମଧ୍ୟରେ ସବୁ ପାସେଞ୍ଜର ଟ୍ରେନ ଚଳାଚଳ ଲାଗି ପ୍ରବଳ ଦାବି ହେଉଥିବା ବେଳେ ତାଲା ବନ୍ଦ ପରେ ଚଳାଚଳ ଆରମ୍ଭ ହୋଇଥିବା ପାସେଞ୍ଜର ଟ୍ରେନ୍‌ର ଭଡ଼ା ଶନିବାରଠାରୁ ଦ୍ୱିଗୁଣିତ ହୋଇଛି। ଫଳରେ ବାଲେଶ୍ୱର ଜିଲା ଜଳେଶ୍ୱରରେ ଉତ୍ତେଜନା ଦେଖାଦେଇଛି ା
ଦକ୍ଷିଣପୂର୍ବ ରେଳପଥର ଜଳେଶ୍ୱର ଦେଇ ୬ଯୋଡ଼ା ପାସେଞ୍ଜର ଚଳାଚଳ କରୁଥିବା ବେଳେ ତାଲା ବନ୍ଦ ଯୋଗୁ ସବୁଗୁଡିକ ବନ୍ଦ ହୋଇଯାଇଥିଲା। ଏସବୁ ଚଳାଚଳ ଲାଗି ସମାଜ କଲ୍ୟାଣ ବିକାଶ ପରିଷଦର ବାରମ୍ବାର ଦାବି ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଜାରି ରଖିଥିଲା। ଜଳେଶ୍ୱରର ବଣିକ ସଂଘ, ରେଳ ୟୁଜର୍ସ କମିଟି, ବସ୍ତା ଓ ରୂପ୍‌ସା ରେଳ ଷ୍ଟେସନରେ ଆନ୍ଦୋଳନ ଧମକ ଯୋଗୁ ଗତ ସେପ୍ଟେମ୍ବର ୭ତାରିଖଠାରୁ ଗୋଟିଏ ପାସେଞ୍ଜର ଟ୍ରେନ ଚଳାଚଳ ଆରମ୍ଭ କରିଥିଲା ା ପୂର୍ବରୁ ଜଳେଶ୍ୱରରୁ ବାଲେଶ୍ୱର ୧୫ଟଙ୍କା ରେଳଭଡ଼ା ପଡୁଥିବା ବେଳେ ଶନିବାର ସକାଳଠାରୁ ଏହା ୩୦ଟଙ୍କାକୁ ବୃଦ୍ଧି ପାଇଛି। ଫଳରେ ଯାତ୍ରୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଏହା ଜଣାଯିବା ପରେ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ କେତେକ ରେଳଯାତ୍ରୀ କର୍ତ୍ତୃପକ୍ଷଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି। ଏପରିକି ଆନ୍ଦୋଳନ ଲାଗି ରେଳ ସୁରକ୍ଷା ସଂଘ ପକ୍ଷରୁ ସଜବାଜ ହେଉଥିବା ଜଣାଯାଇଛି। ଆଗାମୀ ଦିନରେ ପାର୍ବଣ ଋତୁ ଥିବାରୁ ଯାତ୍ରୀ ସମାଗମକୁ ଲକ୍ଷ୍ୟ କରି ରେଳ କର୍ତ୍ତୃପକ୍ଷ ଯାତ୍ରୀମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି ା ଅତିଶୀଘ୍ର ଏ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ ହେବ ବୋଲି ସୂଚନା ମିଳିଛି ା


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?