୨୪ ଦିନ ପରେ ପାସେଞ୍ଜର ରେଳଭଡ଼ା ଦ୍ୱିଗୁଣିତ; ଜଳେଶ୍ୱରରେ ଉତ୍ତେଜନା

ଜଳେଶ୍ୱର, ୩।୧୦(ଡି.ଏନ.ଏ.):  ଖଡ଼ଗପୁର-ଭଦ୍ରକ ମଧ୍ୟରେ ସବୁ ପାସେଞ୍ଜର ଟ୍ରେନ ଚଳାଚଳ ଲାଗି ପ୍ରବଳ ଦାବି ହେଉଥିବା ବେଳେ ତାଲା ବନ୍ଦ ପରେ ଚଳାଚଳ ଆରମ୍ଭ ହୋଇଥିବା ପାସେଞ୍ଜର ଟ୍ରେନ୍‌ର ଭଡ଼ା ଶନିବାରଠାରୁ ଦ୍ୱିଗୁଣିତ ହୋଇଛି। ଫଳରେ ବାଲେଶ୍ୱର ଜିଲା ଜଳେଶ୍ୱରରେ ଉତ୍ତେଜନା ଦେଖାଦେଇଛି ା
ଦକ୍ଷିଣପୂର୍ବ ରେଳପଥର ଜଳେଶ୍ୱର ଦେଇ ୬ଯୋଡ଼ା ପାସେଞ୍ଜର ଚଳାଚଳ କରୁଥିବା ବେଳେ ତାଲା ବନ୍ଦ ଯୋଗୁ ସବୁଗୁଡିକ ବନ୍ଦ ହୋଇଯାଇଥିଲା। ଏସବୁ ଚଳାଚଳ ଲାଗି ସମାଜ କଲ୍ୟାଣ ବିକାଶ ପରିଷଦର ବାରମ୍ବାର ଦାବି ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଜାରି ରଖିଥିଲା। ଜଳେଶ୍ୱରର ବଣିକ ସଂଘ, ରେଳ ୟୁଜର୍ସ କମିଟି, ବସ୍ତା ଓ ରୂପ୍‌ସା ରେଳ ଷ୍ଟେସନରେ ଆନ୍ଦୋଳନ ଧମକ ଯୋଗୁ ଗତ ସେପ୍ଟେମ୍ବର ୭ତାରିଖଠାରୁ ଗୋଟିଏ ପାସେଞ୍ଜର ଟ୍ରେନ ଚଳାଚଳ ଆରମ୍ଭ କରିଥିଲା ା ପୂର୍ବରୁ ଜଳେଶ୍ୱରରୁ ବାଲେଶ୍ୱର ୧୫ଟଙ୍କା ରେଳଭଡ଼ା ପଡୁଥିବା ବେଳେ ଶନିବାର ସକାଳଠାରୁ ଏହା ୩୦ଟଙ୍କାକୁ ବୃଦ୍ଧି ପାଇଛି। ଫଳରେ ଯାତ୍ରୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଏହା ଜଣାଯିବା ପରେ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ କେତେକ ରେଳଯାତ୍ରୀ କର୍ତ୍ତୃପକ୍ଷଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି। ଏପରିକି ଆନ୍ଦୋଳନ ଲାଗି ରେଳ ସୁରକ୍ଷା ସଂଘ ପକ୍ଷରୁ ସଜବାଜ ହେଉଥିବା ଜଣାଯାଇଛି। ଆଗାମୀ ଦିନରେ ପାର୍ବଣ ଋତୁ ଥିବାରୁ ଯାତ୍ରୀ ସମାଗମକୁ ଲକ୍ଷ୍ୟ କରି ରେଳ କର୍ତ୍ତୃପକ୍ଷ ଯାତ୍ରୀମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି ା ଅତିଶୀଘ୍ର ଏ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ ହେବ ବୋଲି ସୂଚନା ମିଳିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri