୨୪ ଦିନ ବିତିଲା, କଳିଙ୍ଗା ଘାଟି ରାସ୍ତା ନୋହିଲା: ଉଠିଲା ବିକଳ୍ପ ରାସ୍ତା ନିର୍ମାଣ ଦାବି

ଭଞ୍ଜନଗର,୯।୧୦(ବାବୁଲା ପ୍ରଧାନ)-ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଗତ ମାସ ୧୬ ତାରିଖରେ ପ୍ରବଳ ବର୍ଷା ଯୋଗୁ ଘାଟିର ଦୁଇଟି ଝରଣା ସ୍ଥାନରେ ବଡ ବଡ ପଥର ସବୁ ଖସିବା ସହ ମାଟି ଅତଡା ଧସିଥିଲା। ଫଳରେ ଘାଟି ଦେଇ ଯାଇଥିବା ଜାତୀୟ ରାଜପଥ ର ଦୁଇଟି ସ୍ଥାନରେ ରାସ୍ତା ଧୋଇ ହୋଇଯାଇଥିଲା। ସେହିଦିନଠାରୁ ଘାଟି ରାସ୍ତା ବନ୍ଦ ଅଛି।
ଏହାପରେ ଜାତୀୟ ରାଜପଥ ପକ୍ଷରୁ ରାସ୍ତା କାମ ଆରମ୍ଭ ହୋଇଛି। କିନ୍ତୁ କାମ ମନ୍ଥର ଗତିରେ ଚାଲିଥିବା ଯୋଗୁ ଆଜି ପର୍ଯ୍ୟନ୍ତ ରାସ୍ତା ମରାମତି କାମ ସରିନାହିଁ। ଆଜକୁ ୨୪ ଦିନ ବିତିଗଲା ରାସ୍ତା ସ୍ବାଭାବିକ ହୋଇନାହିଁ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରି ରାସ୍ତା କାମ କରାଯାଇଥିଲେ କାମ ଏତେଦିନ ବିଳମ୍ବ ହୋଇ ନ ଥାନ୍ତା। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଉକ୍ତ ରାସ୍ତା ମରାମତି ପ୍ରତି ଯେତିକି ତତ୍ପରତା ଦେଖାଇବା କଥା ଦେଖାଉ ନ ଥିବା ଅଭିଯୋଗ ହୋଇଛି। ତେଣୁ ଆଜି ଏହି ସମସ୍ୟା ଦେଖାଦେଇଛି। ରାସ୍ତା କାମ ବିଳମ୍ବ ଯୋଗୁ ଲୋକେ ଅଧିକ ୬୦ କିମି ରାସ୍ତା ଦେଇ ଯାତାୟତ କରୁଛନ୍ତି। ଅନ୍ୟପଟେ ଘାଟି ରାସ୍ତା ଖୋଲି ନ ଥିବା ଯୋଗୁ ଦୋକାନ, ହୋଟେଲ କରି ପରିବାର ଚଳାଉଥିବା ଶତାଧିକ ପରିବାର ବର୍ତ୍ତମାନ ରୋଜଗାର ହରାଉଛନ୍ତି । ତେଣୁ ସଂପୃକ୍ତ ଅଞ୍ଚଳବାସୀ ଗୁରୁବାର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଭେଟି ରାସ୍ତା କାମ ତ୍ୱରାନିତ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏଥିସହ ବର୍ତ୍ତମାନ ଦୁର୍ଗାପ୍ରସାଦରୁ କଲିଙ୍ଗା ପର୍ଯ୍ୟନ୍ତ ଥିବା ବିକଳ୍ପ ଚଲାପଥକୁ ପକ୍କା ରାସ୍ତାରେ ପରିଣତ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି।
ବର୍ତ୍ତମାନ କଳିଙ୍ଗା ଘାଟି ରାସ୍ତାଟି ପ୍ରାୟ ୨୦୦ ବର୍ଷର ପୁରୁଣା ରାସ୍ତା। ଭବିଷ୍ୟତ ପାଇଁ ଉକ୍ତ ରାସ୍ତା ସୁରକ୍ଷିତ ନୁହେଁ। ତେଣୁ ବିକଳ୍ପ ରାସ୍ତା ସେଠି ଆବଶ୍ୟକତା ରହିଛି। ଭଞ୍ଜନଗର ବିଧାୟକଙ୍କୁ ଦାବୀିପତ୍ର ପ୍ରଦାନ
ପରେ ଉକ୍ତ ଅଞ୍ଚଳବାସୀ ଭଞ୍ଜନଗର ଉପ ଜିଲାପାଳ ଉମାଶଙ୍କର ବେହେରାଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାର କଳିଙ୍ଗା ଘାଟି ନିକଟରେ ରହିଥିବା ଲୋକେ ଉପସ୍ଥିତ ଥିଲେ। ଏଥିସହ ଅନ୍ୟାନ୍ୟ ବିଭାଗର ମନ୍ତ୍ରୀଙ୍କୁ ମଧ୍ୟ ଡାକ ମାଧ୍ୟମରେ ଦାବିପତ୍ର ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗର ୨୧ ଚୋରଙ୍କୁ ବାନ୍ଧିଲା ଭଞ୍ଜନଗର ପୋଲିସ, ବିଦେଶୀ ଲିଙ୍କ୍‌ର ହେବ ଖୋଳତାଡ଼, ପାଖରୁ ମିଳିଲା…

ଭଞ୍ଜନଗର,୩୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର ୨୧ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହ ସେମାନଙ୍କଠାରୁ ୧୦୬୬ଟି…

ଚାଲାଣ କଟା ପରେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣାଗାଡ଼ି : ଆଜି ରାସ୍ତାରେ ମୃତଦେହ ରଖି …

ସମ୍ବଲପୁର,୩୧।୧(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭତରା ପେଟ୍ରୋଲ ପମ୍ପ ନିକଟରେ ଜାତୀୟ ରାଜପଥ-୫୫ରେ ଶୁକ୍ରବାର ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡ଼ି ଧକ୍କାରେ…

NCP ବିଧାୟକ ଦଳର ନେତା ନିର୍ବାଚିତ ହେଲେ Sunetra Pawar, ସନ୍ଧ୍ୟା ୫ଟାରେ ଉପ ମୁଖ୍ୟମନ୍ତ୍ରୀ ଶପଥ ନେବେ

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ବୈଠକରେ ନିଷ୍ପତ୍ତି ହୋଇଛି। ସୁନେତ୍ରା ପାୱାର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ଏବଂ ସା ୫ଟାରେ ଶପଥ ଗ୍ରହଣ କରିବେ।…

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଏମିତି କହିଦେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୩୧।୧: ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଶେଷ ସୁପର ୬ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ରବିବାର ଅନୁଷ୍ଠିତ ହେବ। ଏହି ମ୍ୟାଚ ଅତ୍ୟନ୍ତ…

ଡାଏଲଗ ନାହିଁ, ଦର୍ଶକଙ୍କୁ ଦୁଇ ଘଣ୍ଟା ବାନ୍ଧି ରଖୁଛି ଏହି ଫିଲ୍ମ

ମୁମ୍ବାଇ: ଡାଏଲଗ୍‌ ବିନା ଫିଲ୍ମ। ଆଜିର ଯୁଗରେ ଏମିତି ଫିଲ୍ମ ନିର୍ମାଣ କରିବା ବୋଧହୁଏ କାଠିକର ପାଠ। କିନ୍ତୁ ନିର୍ଦ୍ଦେଶକ କିଶୋର ପାଣ୍ଡୁରଙ୍ଗ ବେଲେକର ଟିକେ ନିଆରା।…

CM ଦେବେନ୍ଦ୍ର ଫଡ଼ନଭିସଙ୍କ ପାଖରେ ରହିବ ଅର୍ଥ ବିଭାଗ, Deputy CM ସୁନେତ୍ରାଙ୍କ ଶପଥ ଗ୍ରହଣ ପୂର୍ବରୁ ରାଜନୀତି ସରଗରମ

ମୁମ୍ବାଇ,୩୧।୧: ଶନିବାର ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଘଟଣା ଘଟୁଛି। ପାୱାର ପରିବାର ଏବଂ ଏନସିପି ମଧ୍ୟରେ ଆଭ୍ୟନ୍ତରୀଣ ରାଜନୈତିକ ଅସ୍ଥିରତା ମଧ୍ୟରେ, ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ…

ଭୟଙ୍କର ଦୁର୍ଘଟଣା: ହଳଦିଆପଦର ଓଭରବ୍ରିଜରେ ଟ୍ରକ ଧକ୍କାରେ ୫ମୃତ, ଜଣେ ଗୁରୁତର 

ବ୍ରହ୍ମପୁର,୩୧।୧(ସୁବାସ ଚନ୍ଦ୍ର ପାଢ଼ୀ): ସଡ଼କ ଦୁର୍ଘଟଣା ହ୍ରାସ  ପାଇଁ ଅନେକ ଯୋଜନା କରାଯାଉଛି। ତାହାସତ୍ତ୍ବେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିବାରେ ଲାଗିଛି। ଶନିବାର ମଧ୍ୟାହ୍ନରେ ହଳଦିଆପଦର ଓଭରବ୍ରିଜରେ…

ଦାଦନ ଶ୍ରମିକଙ୍କ ପାଇଁ ଖୁସିଖବର: ଜିଲା ଭିତରେ ଯୋଗାଇ ଦିଆଯିବ କାମ, ମନ୍ତ୍ରୀ କହିଲେ…

ବଲାଙ୍ଗୀର, ୩୧/୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଏକ ଦାଦନ ପ୍ରବଣ ଜିଲା। ତଥ୍ୟ ଅନୁସାରେ ଜିଲାରୁ ୧୯ ହଜାର ଦାଦନ ଶ୍ରମିକ ନିଜ ଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri