୨୪ ଦିନ ବିତିଲା, କଳିଙ୍ଗା ଘାଟି ରାସ୍ତା ନୋହିଲା: ଉଠିଲା ବିକଳ୍ପ ରାସ୍ତା ନିର୍ମାଣ ଦାବି

ଭଞ୍ଜନଗର,୯।୧୦(ବାବୁଲା ପ୍ରଧାନ)-ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଗତ ମାସ ୧୬ ତାରିଖରେ ପ୍ରବଳ ବର୍ଷା ଯୋଗୁ ଘାଟିର ଦୁଇଟି ଝରଣା ସ୍ଥାନରେ ବଡ ବଡ ପଥର ସବୁ ଖସିବା ସହ ମାଟି ଅତଡା ଧସିଥିଲା। ଫଳରେ ଘାଟି ଦେଇ ଯାଇଥିବା ଜାତୀୟ ରାଜପଥ ର ଦୁଇଟି ସ୍ଥାନରେ ରାସ୍ତା ଧୋଇ ହୋଇଯାଇଥିଲା। ସେହିଦିନଠାରୁ ଘାଟି ରାସ୍ତା ବନ୍ଦ ଅଛି।
ଏହାପରେ ଜାତୀୟ ରାଜପଥ ପକ୍ଷରୁ ରାସ୍ତା କାମ ଆରମ୍ଭ ହୋଇଛି। କିନ୍ତୁ କାମ ମନ୍ଥର ଗତିରେ ଚାଲିଥିବା ଯୋଗୁ ଆଜି ପର୍ଯ୍ୟନ୍ତ ରାସ୍ତା ମରାମତି କାମ ସରିନାହିଁ। ଆଜକୁ ୨୪ ଦିନ ବିତିଗଲା ରାସ୍ତା ସ୍ବାଭାବିକ ହୋଇନାହିଁ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରି ରାସ୍ତା କାମ କରାଯାଇଥିଲେ କାମ ଏତେଦିନ ବିଳମ୍ବ ହୋଇ ନ ଥାନ୍ତା। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଉକ୍ତ ରାସ୍ତା ମରାମତି ପ୍ରତି ଯେତିକି ତତ୍ପରତା ଦେଖାଇବା କଥା ଦେଖାଉ ନ ଥିବା ଅଭିଯୋଗ ହୋଇଛି। ତେଣୁ ଆଜି ଏହି ସମସ୍ୟା ଦେଖାଦେଇଛି। ରାସ୍ତା କାମ ବିଳମ୍ବ ଯୋଗୁ ଲୋକେ ଅଧିକ ୬୦ କିମି ରାସ୍ତା ଦେଇ ଯାତାୟତ କରୁଛନ୍ତି। ଅନ୍ୟପଟେ ଘାଟି ରାସ୍ତା ଖୋଲି ନ ଥିବା ଯୋଗୁ ଦୋକାନ, ହୋଟେଲ କରି ପରିବାର ଚଳାଉଥିବା ଶତାଧିକ ପରିବାର ବର୍ତ୍ତମାନ ରୋଜଗାର ହରାଉଛନ୍ତି । ତେଣୁ ସଂପୃକ୍ତ ଅଞ୍ଚଳବାସୀ ଗୁରୁବାର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଭେଟି ରାସ୍ତା କାମ ତ୍ୱରାନିତ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏଥିସହ ବର୍ତ୍ତମାନ ଦୁର୍ଗାପ୍ରସାଦରୁ କଲିଙ୍ଗା ପର୍ଯ୍ୟନ୍ତ ଥିବା ବିକଳ୍ପ ଚଲାପଥକୁ ପକ୍କା ରାସ୍ତାରେ ପରିଣତ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି।
ବର୍ତ୍ତମାନ କଳିଙ୍ଗା ଘାଟି ରାସ୍ତାଟି ପ୍ରାୟ ୨୦୦ ବର୍ଷର ପୁରୁଣା ରାସ୍ତା। ଭବିଷ୍ୟତ ପାଇଁ ଉକ୍ତ ରାସ୍ତା ସୁରକ୍ଷିତ ନୁହେଁ। ତେଣୁ ବିକଳ୍ପ ରାସ୍ତା ସେଠି ଆବଶ୍ୟକତା ରହିଛି। ଭଞ୍ଜନଗର ବିଧାୟକଙ୍କୁ ଦାବୀିପତ୍ର ପ୍ରଦାନ
ପରେ ଉକ୍ତ ଅଞ୍ଚଳବାସୀ ଭଞ୍ଜନଗର ଉପ ଜିଲାପାଳ ଉମାଶଙ୍କର ବେହେରାଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାର କଳିଙ୍ଗା ଘାଟି ନିକଟରେ ରହିଥିବା ଲୋକେ ଉପସ୍ଥିତ ଥିଲେ। ଏଥିସହ ଅନ୍ୟାନ୍ୟ ବିଭାଗର ମନ୍ତ୍ରୀଙ୍କୁ ମଧ୍ୟ ଡାକ ମାଧ୍ୟମରେ ଦାବିପତ୍ର ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?