ଡରାଇଲାଣି ମୃତ୍ୟୁ ସଂଖ୍ୟା: ଆଉ ୨୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୬।୨(ବ୍ୟୁରୋ): ରାଜ୍ୟରେ ଆଉ ୨୩ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରେ ଭଦ୍ରକର ୮୮ ବର୍ଷୀୟ ବୃଦ୍ଧ, ଭୁବନେଶ୍ୱରର ୫୬ ବର୍ଷୀୟ ମହିଳା, ୫୨ ବର୍ଷୀୟ ବ୍ୟକ୍ତି, ୬୮ ବର୍ଷୀୟ ବୃଦ୍ଧ, ୭୦ ବର୍ଷୀୟ ବୃଦ୍ଧ, ୫୯ ବର୍ଷୀୟ ବ୍ୟକ୍ତି, ବଲାଙ୍ଗୀରର ୭୭ ବର୍ଷୀୟ ବୃଦ୍ଧ, ଗଞ୍ଜାମର ୪୩ ବର୍ଷୀୟ ମହିଳା, ଜଗତସିଂହପୁରର ୭୧ ବର୍ଷୀୟ ବୃଦ୍ଧ, କଳାହାଣ୍ଡିର ୭୧ ବର୍ଷୀୟ ବୃଦ୍ଧ, କନ୍ଧମାଳର ୭୦ ବର୍ଷୀୟ ବୃଦ୍ଧ, ଖୋର୍ଦ୍ଧାର ୫୧ ବର୍ଷୀୟ ମହିଳା, ୪୫ ବର୍ଷୀୟ ବ୍ୟକ୍ତି, ଖୋର୍ଦ୍ଧାର ୬୮ ବର୍ଷୀୟ ବୃଦ୍ଧ, ୬୪ ବର୍ଷୀୟ ବୃଦ୍ଧ, କୋରାପୁଟର ୩୫ ବର୍ଷୀୟ ବ୍ୟକ୍ତି, ବର୍ଷକର ଶିଶୁ, ନୟାଗଡ଼ର ୪୪ ବର୍ଷୀୟ ବ୍ୟକ୍ତି, ୫୪ ବର୍ଷୀୟ ମହିଳା, ପୁରୀର ୬୨ ବର୍ଷୀୟ ବୃଦ୍ଧ, ୭୨ ବର୍ଷୀୟ ବୃଦ୍ଧ, ୭୬ ବର୍ଷୀୟ ବୃଦ୍ଧା ଅଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ରବିବାର ଟୁଇଟ୍‌ କରି ସୂଚନା ଦିଆଯାଇଛି।