୨୨୮ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଜବତ

ସୋନପୁର,୨୫।୩(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଲାତୁରପେଟସ୍ଥିତ ରୁଦ୍ର ମହାକୁଡଙ୍କ ବାସଭବନରେ ଯୋଗାଣ ବିଭାଗ ପକ୍ଷରୁ ଶୁକ୍ରବାର ଚଢାଉ କରାଯାଇଛି। ରୁଦ୍ର ନିଜ ବାସଭବନରେ ବେଆଇନ ଭାବରେ ବିପୁଳ ପରିମାଣର ଗ୍ୟାସ ସିଲିଣ୍ଡର ମହଜୁଦ ରଖି ଦୀର୍ଘ ବର୍ଷ ଧରି ବ୍ୟବସାୟ ଚଳାଇ ଆସୁଥିଲେ। ଏହି ଅଭିଯୋଗ ମିଳିବା ପରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ ହୋଇଥିଲା। ତେବେ ଚଢାଉ ସମୟରେ ହିନ୍ଦୁସ୍ଥାନ ପେଟ୍ରୋଲିୟମ(ଏଚ୍‌ପି) କମ୍ପାନୀର ବିପୁଳ ପରିମାଣର ସବ୍‌ସିଡିଯୁକ୍ତ ରନ୍ଧନ ଗ୍ୟାସ ସିଲିଣ୍ଡର ଦେଖି ଯୋଗାଣ ବିଭାଗର ଅଧିକାରୀ ମାନେ ତାଜୁବ୍‌ ହୋଇ ଯାଇଥିଲେ। ରୁଦ୍ରଙ୍କ ବାସଭବନରୁ ୬୫ଟି ଖାଲି ସିଲିଣ୍ଡର ଓ ୧୬୩ଟି ଗ୍ୟାସ ଭର୍ତ୍ତି ସିଲିଣ୍ଡର ମୋଟ ୨୨୮ଟି ସିଲିଣ୍ଡର ଠାବ କରା ଯାଇଥିଲା। ବିଭାଗ ପକ୍ଷରୁ ସମସ୍ତ ସିଲିଣ୍ଡର ଜବତ କରାଯାଇ କେନ୍‌ଝିରିଆପାଲିସ୍ଥିତ ଏଚ୍‌ପି କମ୍ପାନୀର ଏଜେନ୍ସିଙ୍କ ଜିମା ଦିଆଯାଇଛି। ଏହି ବେଆଇନ କାର୍ଯ୍ୟ ସମ୍ପର୍କରେ ଯୋଗାଣ ବିଭାଗ ଜିଲାପାଳଙ୍କ ଜରିଆରେ ଏଚ୍‌ପି କମ୍ପାନୀକୁ ଅବଗତ କରିବ। ଆଇନ ଅନୁଯାୟୀ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁବର୍ଣ୍ଣପୁର ଜିଲା ଯୋଗାଣ ଅଧିକାରୀ ସୁରେଶ କୁମାର ପାଣିଗ୍ରାହୀ କହିଛନ୍ତି। ଜନବସତି ବାହାରେ ଗ୍ୟାସ ସିଲିଣ୍ଡର ରଖିବା ନିୟମ ଥିବା ବେଳେ ରୁଦ୍ର କେଉଁ କ୍ଷମତା ବଳରେ ନିଜ ବାସଭବନରେ ରଖି ବ୍ୟବସାୟ ଚଳାଇଥିଲେ। ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବିଭାଗ କିଭଳି ଚୁପ୍‌ ରହିଥିଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସହକାରୀ ଯୋଗାଣ ଅଧିକାରୀ ଲଳିତ ମୋହନ ପଟ୍ଟନାୟକଙ୍କ ନେତୃତ୍ୱରେ ବୀରମହାରାଜପୁର ଯୋଗାଣ ନିରୀକ୍ଷକ ପିଙ୍କୁ ଭୋଇ, ସୋନପୁର ଯୋଗାଣ ନିରୀକ୍ଷକ ଦେବାଶିଷ ତ୍ରିପାଠୀ ଓ ଉଲୁଣ୍ଡା ଯୋଗାଣ ନିରୀକ୍ଷକ ରାଜକିଶୋର ନାୟକ ଏହି ଚଢାଉରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ଶିଶୁ ଶ୍ରମିକ, ନାବାଳିକା ଯୌନ ନିର୍ଯାତନା: ସଚେତନତା ନେଇ…

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବଙ୍ଗ ଭାଷାଭାଷୀ ବହୁଳ ପଞ୍ଚାୟତମାନଙ୍କରେ ଶିଶୁ ଶ୍ରମିକ, ନାବାଳିକା ଶିଶୁଙ୍କୁ ଯୌନ ନିର୍ଯାତନା, ଶିଶୁ ଚାଲାଣ…

ବଢିଲା କ୍ୟାନସର ରୋଗୀଙ୍କ ଚିନ୍ତା! ୧ ଲକ୍ଷ ଟଙ୍କାର ଇଞ୍ଜେକ୍ସନରେ କେବଳ ପାଣି ଆଉ ଜୀବାଣୁ

ନୂଆଦିଲ୍ଲୀ,୨୬।୮: ଯେତେବେଳେ ପ୍ରାୟ ଏକ ଲକ୍ଷ ଟଙ୍କା ମୂଲ୍ୟର ଏକ ଇଞ୍ଜେକ୍ସନ ଜଣେ ଗରିବ କର୍କଟ ରୋଗୀଙ୍କ ମାଗଣା ଚିକିତ୍ସା ପାଇଁ ଉଦ୍ଦିଷ୍ଟ ସରକାରୀ ହସ୍ପିଟାଲରୁ ଗାଏବ…

ଜଳୁନି ଷ୍ଟ୍ରିଟ ଲାଇଟ: ଚେତାବନୀ ଦେଲେ ଲକ୍ଷ୍ମୀପୁର ଗ୍ରାମବାସୀ, ପଞ୍ଚାୟତ ନିର୍ବାଚନରେ…

ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ସରକାର ପଞ୍ଚାୟତର ବିକାଶ ହେଉଛି ବୋଲି ଡିଣ୍ଡିପ ପିଟୁଥିବାବେଳେ ଏବେ ବି କିଛି ପଞ୍ଚାୟତ ଅବହେଳିତ ଅବସ୍ଥାରେ ରହିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର…

ଛାତରୁ ଖସୁଛି କଂକ୍ରିଟ୍‌, ତଳେ ପଢ଼ୁଛନ୍ତି ପିଲା: ଶ୍ରେଣୀଗୃହରେ ଜମୁଛି ପାଣି

ଆନନ୍ଦପୁର,୨6ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ମନୋହରପୁର ପଞ୍ଚାୟତ ମନୋହରପୁର ଉଚ୍ଚ ବିଦ୍ୟାଳୟ ଅବହେଳିତ ହୋଇପଡ଼ିଛି। ଶ୍ରେଣୀଗୃହ ଭଗ୍ନ ଅବସ୍ଥାରେ ଥିବାବେଳେ ଛାତରୁ…

ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କଲା GIVA; କୃତି ସାନନଙ୍କ ପୋଷାକକୁ ନେଇ ହଙ୍ଗାମା

ମୁମ୍ବାଇ,୨୬।୮: ଅଳଙ୍କାର ବ୍ରାଣ୍ଡ GIVA ବଲିଉଡ ଅଭିନେତ୍ରୀ କୃତି ସାନନଙ୍କ ସହିତ ତାଙ୍କର ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କରିନେଇଛି। ବିଜ୍ଞାପନରେ କୃତି ସାନନ ପିନ୍ଧିଥିବା ପୋଷାକକୁ…

ସରକାରଙ୍କ ବଡ଼ ନିଷ୍ପତ୍ତି: ବୃଦ୍ଧ ମାତାପିତାଙ୍କ ପ୍ରତି ଅତ୍ୟାଚାର କରୁଥିବା ପିଲାମାନଙ୍କୁ ମିଳବ ନାହିଁ ସମ୍ପତ୍ତିରେ ଅଧିକାର

ଲକ୍ଷ୍ନୌ,୨୬।୮: ଉତ୍ତର ପ୍ରଦେଶରେ, ବୃଦ୍ଧ ମାତାପିତା ଏବେ ସେମାନଙ୍କୁ ଅବହେଳା କିମ୍ବା ଦୁର୍ବ୍ୟବହାର କରୁଥିବା ପିଲାମାନଙ୍କୁ ସହଜରେ ସମ୍ପତ୍ତିରୁ ବେଦଖଲ କରିପାରିବେ। ବରିଷ୍ଠ ନାଗରିକଙ୍କ ଅଧିକାରକୁ ସୁରକ୍ଷିତ…

ବୟଫ୍ରେଣ୍ଡଙ୍କ କାର୍‌ରେ ୩୪୦୦ ଚୁମ୍ବନ ଦେଲେ ଗର୍ଲଫ୍ରେଣ୍ଡ: ଶେଷରେ ଭୋଗିବାକୁ ପଡ଼ିଲା…

ଗ୍ବାଲିୟର, ୨୬।୮:ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ପ୍ରେମ ପ୍ରକାଶର ଏକ ଅଜବ ଉପାୟ ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଗ୍ବାଲିୟରରେ ଜଣେ ଯୁବତୀ ନିଜ ପ୍ରେମିକଙ୍କ…

ରକ୍ଷାବନ୍ଧନରେ ହେଉଛି ଅଦ୍ଭୁତ ତ୍ରିବେଣୀ ସଂଗମ: ଏହି ଶୁଭ ମୁହୂର୍ତ୍ତରେ ରାକ୍ଷୀ ବାନ୍ଧିଲେ ଚମକିବ ଭାଇଙ୍କ ଭାଗ୍ୟ!

ରକ୍ଷାବନ୍ଧନ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ପ୍ରତୀକ। ଏହି ପର୍ବରେ ଯେତେବେଳେ ଶୁଭ ଯୋଗ ଗଠିତ ହୁଏ, ସେତେବେଳେ ଏହାର ମହତ୍ତ୍ୱ ଆହୁରି ବଢ଼ିଯାଏ। ଚଳିତ ବର୍ଷ ଅଗଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri