ସରିଲା ଯାଞ୍ଚ: ୨ ଲକ୍ଷ ୨୦ ହଜାର ୪୧୪ ପ୍ରାର୍ଥିପତ୍ର କାଏମ

ଭୁବନେଶ୍ୱର,୨୩।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରବିବାର ପ୍ରାର୍ଥିପତ୍ର ଯାଞ୍ଚ ଶେଷ ହୋଇଛି । ଯାଞ୍ଚ ବେଳେ ୮ହଜାର ୬୪୮ନାମାଙ୍କନପତ୍ର କଟିଥିବା ବେଳେ ୨ଲକ୍ଷ ୨୦ହଜାର ୪୧୪ ପ୍ରାର୍ଥିପତ୍ର କାଏମ ରହିଛି । ସରପଞ୍ଚ ପଦ ପାଇଁ ୩୨ହଜାର ୮୬୦ ପ୍ରାର୍ଥିପତ୍ର କାଏମ ରହିଛି । ସେହିଭଳି ପଞ୍ଚାୟତ ସମିତି ପାଇଁ ୨୭ହଜାର ୩୪ ପ୍ରାର୍ଥିପତ୍ର ଓ ଓ୍ବାର୍ଡ ସଭ୍ୟ ପାଇଁ ୧ଲକ୍ଷ ୫୬ହଜାର ୭୫୩ ପ୍ରାର୍ଥିପତ୍ର କାଏମ ରହିଛି ।

ସେପଟେ ଜିଲା ପରିଷଦ ପାଇଁ ୩ହଜାର ୭୬୭ ନାମାଙ୍କନ କାଏମ ରହିଛି । ତେବେ ମୋଟ ୨ ଲକ୍ଷ ୨୯ ହଜାର ୬୨ଟି ପ୍ରାର୍ଥିପତ୍ର ଦାଖଲ ହୋଇଥିଲା । ଏଥିରେ ୧ ଲକ୍ଷ ୬୨ ହଜାର ୨୯୭ଟି ଓ୍ବାଡମେମ୍ବର ପାଇଁ ପ୍ରାର୍ଥିପତ୍ର ଦାଖଲ ହୋଇଥିଲା । ସେହିଭଳି ସରପଞ୍ଚ ପାଇଁ ୩୪ ହଜାର ୬୧୩, ସମିତିସଭ୍ୟ ପାଇଁ ୨୮ ହଜାର ୧୫୩ ଓ ଜିଲାପରିଷଦ ପାଇଁ ୩ ହଜାର ୯୯୯ ଜଣଙ୍କ ମୋଟ ପ୍ରାର୍ଥିପତ୍ର ଦାଖଲ ହୋଇଥିଲା ।