କାରାଦଣ୍ଡ ୨୨ବର୍ଷ ୬ମାସ

ସେ ଥିଲେ ସ୍ବାଧୀନତା ସଂଗ୍ରାମୀ। ତାଙ୍କୁ ଧରାଇଦେଲେ ୫ଶହ ଟଙ୍କାର ପୁରସ୍କାର ମିଳିବ ବୋଲି ଘୋଷଣା କରିଥିଲା ତତ୍କାଳୀନ ଇଂରେଜ ସରକାର। ରେଳଧାରଣା କାଟିବା, ପୋଷ୍ଟ ଅଫିସ ପୋଡ଼ିବା ଓ ପୋଲିସ ପୋଷାକକୁ ପୋଡ଼ି ସେତେବେଳେ ସେ ଦୁର୍ଦ୍ଧର୍ଷ ସଂଗ୍ରାମୀ ପରିଚୟ ପାଇଥିଲେ। ତେବେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଇଂରେଜ ସରକାର ୨୨ ବର୍ଷ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ସେ ହେଲେ ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ତିଗିରିଆ ଗ୍ରାମର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ କୃଷ୍ଣମୋହନ ରାଉତରାୟ।
୧୮୯୯ ଜୁନ୍‌ ୨୮ରେ ଜନ୍ମିତ କୃଷ୍ଣମୋହନଙ୍କ ପିତା ଆନନ୍ଦ ଚନ୍ଦ୍ର ରାଉତରାୟ ତକତ୍ାଳୀନ ରାଜକନିକା ରାଜାଙ୍କର ଗୁମାସ୍ତା ଭାବରେ କାର୍ଯ୍ୟ କରୁଥିଲେ। ରାଜକନିକା ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ସମୟରେ ତାଙ୍କ ସଂଗ୍ରାମୀ ଜୀବନ ଆରମ୍ଭ ହୋଇଥିଲା। ପ୍ରଜା ଆନ୍ଦୋଳନରେ କୃଷ୍ଣ ମୋହନଙ୍କ ସାମିଲ ହେବା ଖବର ତକତ୍ାଳୀନ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ନିକଟରେ ପହଞ୍ଚିଲା। ସେଠାରୁ ପୁଅକୁ ହଟାଇନେବାକୁ ବାପା ଆନନ୍ଦ ଚନ୍ଦ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଭଦ୍ରକ ହାଇସ୍କୁଲରେ ତାଙ୍କର ପାଠପଢ଼ା ଚାଲିଲା। ସେଠାରେ ବି ଇଂରେଜ ସରକାର ବିରୋଧରେ ଛାତ୍ର ଆନ୍ଦୋଳନ ଆରମ୍ଭ କଲେ କୃଷ୍ଣମୋହନ। ଏହି ଖବର ଇଂରେଜ ସରକାରଙ୍କ ନିକଟରେ ପହଞ୍ଚିଲା, ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଗଲା। ସେଠାରୁ ଗାଁକୁ ଫେରିଆସି କେତେଜଣ ଯୁବକଙ୍କୁ ସାଥିରେ ଧରି ଆନ୍ଦୋଳନ କରିବାରୁ ତାଙ୍କୁ ଗିରଫ କରି ଜେଲରେ ଭର୍ତ୍ତିକରିଦେଲେ ଇଂରେଜ ସରକାର। ବର୍ଷଟିଏ ପରେ ଜେଲରୁ ଫେରି ବିଭିନ୍ନ ସ୍ଥାନରେ ଯୁବଗୋଷ୍ଠୀଙ୍କୁ ଏକତ୍ରିତ କରି ଆନ୍ଦୋଳନ ଆରମ୍ଭ କରିଥିଲେ। ସେ ପଣ୍ଡିତ ଉକତ୍ଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର ପ୍ରମୁଖ ବିଶିଷ୍ଟ ନେତାଙ୍କ ଗହଣରେ ସାମିଲ ହୋଇ ନିଷ୍ଠାର ସହ ଜନସେବାରେ ଆଗେଇଯାଇଥିଲେ। ୧୯୩୦ରେ ବଡ଼ଚଣା ବ୍ଲକର ଖଡ଼ଗପୁରଠାରେ ସ୍ବରାଜ ଆଶ୍ରମ ପ୍ରତିଷ୍ଠା କରିଥିଲେ। ଏହା ପରେ ନିଜସ୍ବ ଉଦ୍ୟମରେ ଏକ ବାନରସେନା ଗଠନ କରି ସାରା ଜିଲାରେ ସତ୍ୟାଗ୍ରହ ସହ ବିଦେଶୀ ବସ୍ତ୍ରବର୍ଜନ ଓ ଆନ୍ଦୋଳନ ପାଇଁ ତାଲିମ ପ୍ରଦାନ କରିଥିଲେ। ୧୯୩୧ରେ ଗୋପବନ୍ଧୁ ଚୌଧୁରୀ ଓ ରମା ଦେବୀଙ୍କ ସହ ମିଶି ଲବଣ ସତ୍ୟାଗ୍ରହ ଆରମ୍ଭ କରିଥିଲେ। ଇଂରେଜ ସରକାର ତାଙ୍କୁ ଧରାଇଦେବା ଲାଗି ସେତେବେଳେ ୫ ଶହ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ଏହା ପରେ ସେ ଲୁଚି ଲୁଚି ଓଡ଼ିଶା ସାରା ବୁଲି ଆନ୍ଦୋଳନକୁ ଜୋରଦାର କରିଥିଲେ। ଏଥିସହ ସେ ଓଡ଼ିଶାରୁ କଂଗ୍ରେସର ପ୍ରତିନିଧିତ୍ୱ କରି ୧୯୪୦ରେ କଂଗ୍ରେସ ଜୋନାଲ କମିଟିର ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ବମ୍ବେର ନାସିକ ଠାରେ ଅନୁଷ୍ଠିତ କଂଗ୍ରେସର ଜାତୀୟ ସମ୍ମିଳନୀରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ବେଶ୍‌ ଚର୍ଚ୍ଚାରେ ରହିଥିଲେ। ତେବେ ୧୯୪୨ରେ ସେ ଗିରଫ ହେବା ପରେ ଇଂରେଜ ସରକାର ତାଙ୍କୁ ୨୨ ବର୍ଷ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଯାହାକି ସେ ସମୟର ଥିଲା ଏକ ବିରଳ ଘଟଣା। ଜଣେ ମହାନ୍‌ ସଂଗ୍ରାମୀ ଭାବେ ଡାକଘର ପୋଡ଼ି, ରେଳଧାରଣା କାଟିବା, ଇଂରେଜ ବ୍ୟକ୍ତିମାନଙ୍କୁ ମାରିବା, ବିଦେଶୀ ବସ୍ତ୍ର ପୋଡ଼ିବା ଆଦି ବହୁ ସଙ୍ଗିନ ଦଫା ତାଙ୍କ ବିରୋଧରେ ଲାଗିଥିଲା। ୧୯୪୬ ଏପ୍ରିଲ ୨୩ରେ ସେ କାରାମୁକ୍ତ ହୋଇଥିଲେ। ତେବେ ୧୯୫୧ ଫେବୃୟାରୀ ୯ରେ ଏହି ସଂଗ୍ରାମୀଙ୍କର ଅକାଳ ବିୟୋଗ ହୋଇଥିଲା। ଛାତ୍ର ଜୀବନରୁ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିବା କ୍ରାନ୍ତିକାରୀ କୃଷ୍ଣମୋହନଙ୍କୁ କେବଳ ଗୋଟିଏ ପ୍ରତିମୂର୍ତ୍ତିରେ ସୀମିତ ରଖାଯାଇଛି। ତାଙ୍କର ଦୀର୍ଘ ୩୭ ବର୍ଷର ସଂଗ୍ରାମୀ ଜୀବନ ସମ୍ପର୍କରେ କୌଣସି ପ୍ରଚାର ପ୍ରସାର ଅଦ୍ୟାବଧି ହୋଇନାହିଁ। ଏ ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ ଜଣାଇବାର ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀମାନେ ମତପୋଷଣ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri