୧୯୨ ପ୍ରକଳ୍ପ ଲାଗି ୨୨କୋଟି ୨୦ଲକ୍ଷ ବ୍ୟୟବରାଦ

ଜଳେଶ୍ୱର, ୪।୧୧(ଡି.ଏନ.ଏ.) ବାଲେଶ୍ୱର ଜିଲାର ଉପାନ୍ତ ଜଳେଶ୍ୱରର ବିକାଶ ଲାଗି ୧୯୨ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିଲାଗି ମୋଟ ୨୨କୋଟି ୧୯ଲକ୍ଷ ୭୭ହଜାର ୯ଶହ ଟଙ୍କା ବ୍ୟୟ ହେବ। ଏନେଇ ବୁଧବାର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଜଳେଶ୍ୱର ସହରର ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ ଓ ସର୍ବାଙ୍ଗୀନ ଉନ୍ନତି ଲାଗି ବ୍ୟାପକ ପଦକ୍ଷେପ ନିଆଯାଇଛି। ମୋଟ ୧୧୫ଟି ପ୍ରକଳ୍ପ ଲାଗି ୬କୋଟି ୧୩ଲକ୍ଷ ୯୮ହଜାର ଟଙ୍କାର କାର୍ଯ୍ୟାଦେଶ ସମ୍ପର୍କରେ ବିଧାୟକ ପାତ୍ର ସୂଚନା ଦେଇଛନ୍ତି। ଏଥିରେ ବିଭିନ୍ନ ରାସ୍ତା ଓ ଜଳ ନିଷ୍କାସନ ଲାଗି ୭୪ଟି ପ୍ରକଳ୍ପରେ ୩କୋଟି ୧୮ଲକ୍ଷ୨ହଜାର ଟଙ୍କାର ବ୍ୟୟବରାଦ ହୋଇଛି। ସେହିପରି ନୂତନ ଢାଞ୍ଚାରେ ୩୯ଟି ରାସ୍ତା ନିର୍ମାଣ ସକାଶେ ୧କୋଟି ୨୩ଲକ୍ଷ ୫୪ହଜାର ଟଙ୍କାର କାର୍ଯ୍ୟାଦେଶ ହୋଇଥିବା ବିଧାୟକ କହିଛନ୍ତି ା ଅନ୍ୟପକ୍ଷରେ ‘ମଲ୍ଟି ପରପସ୍‌ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ’ ନିର୍ମାଣ ଲାଗି ୯କୋଟି ୨୮ଲକ୍ଷ ଟଙ୍କାର ପ୍ରକଳ୍ପ ଶାନ୍ତିଆଠାରେ ୬୦ଲକ୍ଷ ଟଙ୍କା ବ୍ୟୟବରାଦରେ ପ୍ରତିଷ୍ଠା ହେବାକୁ ଯାଉଥିବା ସେ ସୂଚନା ଦେଇଥିଲେ। ୩କୋଟି ୫୭ଲକ୍ଷ ୮୯ହଜାର ୩୪ଟଙ୍କା ବ୍ୟୟରେ ଜଳେଶ୍ୱରରୁ ଅଲାଲପୁରଯାଏ କଂକ୍ରିଟରୋଡ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କହିଥିଲେ। ଏହାସହ ଅତ୍ୟାଧୁନିକ ଶ୍ମଶାନ ଲାଗି ୮୨ଲକ୍ଷ ୮୩ ହଜାର ଓ ଏକ ପାର୍କ ଲାଗି ୮୯ଲକ୍ଷ ୫୯ହଜାର ଟଙ୍କାର କାର୍ଯ୍ୟାଦେଶ ହୋଇଥିବା ସେ ସୂଚନା ଦେଇଥିଲେ।
ମୁକ୍ତା ଯୋଜନାରେ (ମୁଖ୍ୟମନ୍ତ୍ରୀ କଲ୍ୟାଣ ତପତ୍ର ଅଭିଯାନ ଯୋଜନା) ୬୦ଟି ନୂତନ ଢାଞ୍ଚାରେ ରାସ୍ତା ନିର୍ମାଣ ସକାଶେ ୬୬ଲକ୍ଷ ୭୫ହଜାର ଟଙ୍କା ବ୍ୟୟ ଅଟକଳ ପ୍ରସ୍ତାବ ରଖାଯାଇଛି। ଏହାବ୍ୟତୀତ ୧୦ନଂ. ୱାର୍ଡରେ ଏକ ମିନି ପାର୍କ, ୧୨ନଂ .ୱାର୍ଡରେ ଥିବା ପାର୍କର ବିକାଶ, ୧୭ ଓ ୧୫ ନଂ. ୱାର୍ଡରେ ମିନି ପାର୍କ, ୧୦ ନଂ. ୱାର୍ଡରେ ପୋଖରୀ ଉନ୍ନତି କରଣ, ୧୫ ଓ ୧୬ନଂ. ୱାର୍ଡରେ ଖେଳପଡିଆ ଉନ୍ନତୀକରଣ ତଥା ୧, ୯ ଓ ୧୧ ନଂ ୱାର୍ଡରେ ପରିଶ୍ରାଗାର ନିର୍ମାଣ ଏପରି ମୋଟ ୨କୋଟି ୧୧ଲକ୍ଷ ୪ହଜାର ୯ଶହ ଟଙ୍କା ବ୍ୟୟଅଟକଳ ପ୍ରସ୍ତାବ ରଖାଯାଇଥିବା ସମ୍ପର୍କରେ ବିଧାୟକ ସୂଚନା ଦେଇଥିଲେ। ମଣିପାଟଣାକୁ ରାସ୍ତା ନିର୍ମାଣ ଲାଗି ୧୪.୫ ଲକ୍ଷ ଟଙ୍କାର କାର୍ଯ୍ୟ ଶେଷ ହୋଇଥିବା ବେଳେ ୪୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଜିଲାପାଳଙ୍କ ନିକଟରେ ବିଚାରାଧୀନ ରହିଛି। ୧୫ନଂ. ୱାର୍ଡ ନହଞ୍ଜରା ଆଦିବାସୀ ସାହିକୁ ସଂଯୋଗୀକରଣ ସକାଶେ ୨୬ଲକ୍ଷ ଟଙ୍କାର ପ୍ରସ୍ତାବ ଓ ଶାନ୍ତିଆରୁ ଜାତୀୟ ରାଜପଥ ୬୦କୁ ସଂଯୋଗ ଲାଗି ୫ଲକ୍ଷ ଟଙ୍କାର ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇଥିଲା। ଅତିଶୀଘ୍ର ଏହି ସବୁର କାର୍ଯ୍ୟାଦେଶ ପ୍ରକାଶ ପାଇବ ବୋଲି ପାତ୍ର କହିଛନ୍ତି। ଏହାଛଡା ବର୍ତ୍ତନା-ପଶ୍ଚିମବାର୍ଡ ରାସ୍ତା, ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ, ଟାଉନ୍‌ହଲ, ନୂତନ ପୌର କାର୍ଯ୍ୟାଳୟ, ଶିଖରପୁର ସେତୁ-ଗୁରୁଦାସପୁର ସେତୁ ନଦୀକୂଳ ରାସ୍ତା ନିର୍ମାଣ, ନନ୍ଦିକା-ଜମାଳପୁର ଡ୍ରେନ ନିର୍ମାଣ ସମ୍ପର୍କରେ ଖବରଦାତା ସମ୍ମିଳନୀରେ ଆଲୋଚନା ହୋଇଥିଲା। ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତୀପ କୁମାର ପ୍ରଧାନ ଓ ଟାଉନ ସଭାପତି ସୁରଜିତ୍‌ ଘୋଷ ଉପସ୍ଥିତ ଥିଲେv


Enter your email to get our daily news in your inbox.

All Right Reserved By Dharitri.Com

ଅଭଦ୍ର କହିଦେଲେ ସିଏସ୍‌ଓ: ରାଗିକି ପଞ୍ଚମ ହେଲେ ଚାଷୀ,ଜବାବ ମାଗିଲେ ସରପଞ୍ଚ

ବାଲେଶ୍ବର,୧୦।୨(ବାଞ୍ଛାନିଧି ଦେ): ବାଲେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ଚାଷୀଙ୍କୁ ‘ଅଭଦ୍ର’ କହିବା ଅଭିଯୋଗରେ ମଙ୍ଗଳବାର ଚାଷୀମାନେ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଜିଲା ମୁଖ୍ୟ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ରାତି ଅଧରେ ପଡ଼ୋଶୀ ଘରେ ନିଆଁ ଲଗାଇ…

ଖଇରା,୧୦।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ମୁଣିଦା ଗାଁର ନିରଞ୍ଜନ ପାଢୀଙ୍କର ୩ ବଖରା ଘର ପୋଡି ନଷ୍ଟ ହୋଇ ଯାଇଛି । ତେବେ…

ଇଣ୍ଡିଆନ ଆଇଡଲ୍‌ -୧୬ ଫାଇନାଲରେ ଜ୍ୟୋତିର୍ମୟୀ: ମଙ୍ଗଳକାମନା କରି ଅଖଣ୍ଡ ଦୀପଦାନ

ନୀଳଗିରି, ୧୦।୨(ପ୍ରଶାନ୍ତ ବିଶ୍ୱାଳ):ସୋନି ଟିଭି ରିଆଲଟି ଶୋ ‘ଇଣ୍ଡିଆନ ଆଇଡଲ୍‌ -୧୬’ର ଫାଇନାଲ ରାଉଣ୍ଡରେ ପହଞ୍ଚତ୍ଛନ୍ତି ନୀଳଗିରି ମାଟିର ସୁନାଝିଅ ଜ୍ୟୋତିର୍ମୟୀ ନାୟକ। ବାଲେଶ୍ୱର ଜିଲା ନୀଳଗିରି…

ହାତରେ କଟୁରି ଧରି ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀ, ମଦ ନିଶାରେ ଚୁର ହୋଇ…

ପାଟଣା,୭।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ବ୍ଲକ କୁଣ୍ଡୁଳା ପଞ୍ଚାୟତ ଜୟପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ କଟୁରି ଧରି…

ବିଶ୍ୱବିଦ୍ୟାଳୟ ଗେଷ୍ଟ ହାଉସରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି

ବାଲେଶ୍ୱର, ୩।୨( ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପହଞ୍ଚିଛନ୍ତି । ବିଶ୍ୱବିଦ୍ୟାଳୟକୁ ଏହା ତାଙ୍କର ପ୍ରଥମ ଗସ୍ତ ।…

ସ୍କୁଲରେ ହଣାକଟା: ୯ମ ଶ୍ରେଣୀ ଛାତ୍ରଙ୍କୁ ହାଣିଲେ ୧୦ମ ଛାତ୍ର

ବାଲେଶ୍ୱର,୩୧ା୧(ବାଞ୍ଛାନିଧି ଦେ): ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ…

ସ୍କୁଲ ଛାତ୍ର ନିକଟରୁ ମିଳିଲା ବନ୍ଧୁକ: ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ

ବାହାନଗା, ୩୧। ୧(ଅରୂପ କୁମାର ଦାସ ): ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗସ୍ଥିତ ଦାସମହାପାତ୍ର ହାଇସ୍କୁଲର ଜଣେ ଛାତ୍ରଙ୍କ ବ୍ୟାଗରୁ ଏକ ବନ୍ଧୁକ ବାହାରିଥିଲା। ଏହି…

୨୦ ଲକ୍ଷ ଟଙ୍କା ଆତ୍ମସାତ: ସମବାୟ ସମିତିର ପୂର୍ବତନ ସମ୍ପାଦକ ଗିରଫ

ବାଲେଶ୍ୱର,୨୯।୧: ସରକାରୀ ଟଙ୍କା ହେରଫେର କରି ଗିରଫ ହେଲେ ସମବାୟ ସମିତିର ପୂର୍ବତନ ସମ୍ପାଦକ। ଫସଲ ବୀମା ଯୋଜନାରେ ବ୍ୟାପକ ସରକାରୀ ଅର୍ଥ ହରିଲୁଟ କରିବା ଅଭିଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri