ଲୁଟେରାଙ୍କଠୁ ମିଳିଲା ୨୨ ବୋଲେରୋ

ବଲାଙ୍ଗୀର ଅଫିସ,୨୨।୩: ଓଡ଼ିଶା-ଆନ୍ଧ୍ର ପ୍ରଦେଶରେ ସକ୍ରିୟ ବୋଲେରୋ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ବଲାଙ୍ଗୀର ପୋଲିସ। ବଲାଙ୍ଗୀର ଏସ୍‌ପି ନିତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ସଦର ଏସ୍‌ଡିପିଓ ତୋଫାନ ବାଗଙ୍କ ତତ୍ତ୍ୱାବଧାନରେ ବଲାଙ୍ଗୀର ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚଢାଉ କରି ୨୨ଟି ବୋଲେରୋ ଜବତ କରିବାରେ ସଫଳ ହୋଇଛି। ପୋଲିସ ଲୁଟ ଘଟଣାରେ ସମ୍ପୃକ୍ତ ୫ ଜଣ ଲୁଟେରାଙ୍କ ସହ ୫ଜଣ କ୍ରେତାଙ୍କୁ ଗିରଫ କରିଛି। ଏପରି କି ପୋଲିସ ୧୫ ଲକ୍ଷ ଟଙ୍କାର ଲୁଟ ସ୍ପେୟାର ପାର୍ଟସ ଜବତ କରାଯାଇଛି।