ରାୟଗଡ଼ା ଜିଲାର ୨ ଜେଲରୁ ୨୧୮ କରୋନା ପଜିଟିଭ

ରାୟଗଡ଼ା ଅଫିସ/ ଗୁଣପୁର,୨୯ା୮(ଡି.ଏନ୍‌.ଏ.): ରାୟଗଡ଼ା ସମଗ୍ର ରାଜ୍ୟରେ ଶେଷ ଜିଲାଭାବେ ଜୁନ୍‌ ୩ରେ କରୋନା ତାଲିକାରେ ସାମିଲ ହୋଇଥିଲା। ପ୍ରଥମେ ଜଣେ ଦିଲ୍ଲୀ ଫେରନ୍ତା ଯୁବତୀ ସଂକ୍ରମିତ ହୋଇଥିଲେ। ତେବେ ତିନି ମାସ ମଧ୍ୟରେ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୪୨୧୫ରେ ପହଞ୍ଚିଛି। ସମସ୍ତ ରେକର୍ଡ ଅତିକ୍ରମ କରି ଗତ ୨୪ ଘଣ୍ଟା ମଧ୍ୟରେ ଜିଲାରୁ ୪୯୫ ପଜିଟିଭ ଚିହ୍ନଟ ହୋଇଥିବା ଶୁକ୍ରବାର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେହିପରି ଜିଲାରୁ ଆଉ ଜଣଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ସଂକ୍ରମିତଙ୍କ ମଧ୍ୟରେ ଜିଲାର ୨ ସବ୍‌ଜେଲରୁ ୨୧୮ ଜଣ ରହିଥିବା ଜଣାପଡ଼ିଛି। ରାୟଗଡ଼ା ସବ୍‌ଜେଲରୁ ୫ କର୍ମଚାରୀଙ୍କ ସମେତ ୧୫୭ ଏବଂ ଗୁଣପୁର ସବ୍‌ଜେଲରୁ ୬୧ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଚିହ୍ନଟ କର୍ମଚାରୀ ଏବଂ ଅନ୍ତେବାସୀଙ୍କୁ ଜେଲ୍‌ସ୍ଥିତ କୋଭିଡ୍‌ କେୟାର୍‌ ହୋମ୍‌(ସିସିଏଚ୍‌)ରେ ଆଇସୋଲେଶନରେ ରଖି ଚିକିତ୍ସା କରାଯାଉଛି। ରାୟଗଡ଼ା ଜେଲ୍‌ ସିସିଏଚ୍‌ ପାଇଁ ଡା. ଅବନୀ ମହାପାତ୍ର(ଏମ୍‌ଏସ୍‌, ଆର୍‌ଆର୍‌ଟି) ଏବଂ ଗୁଣପୁର ସବ୍‌ଜେଲ ସିସିଏଚ୍‌ ପାଇଁ ଡା. ରମେଶ ଚନ୍ଦ୍ର ସାହୁ(ଏସ୍‌ଡିଏମ୍‌ଓ, ଗୁଣପୁର)ଙ୍କୁ ଅଥରାଇଜ୍‌ଡ୍‌ ମେଡିକାଲ ଅଫିସରଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ଅଥରାଇଜ୍‌ଡ୍‌ ପର୍ସନ୍‌ ଭାବେ ୨ ସବ୍‌ଜେଲ୍‌ର ଅଧୀକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଥିବା ଜିଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ଜିଲାରୁ ମୋଟ ୪୨୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୨୭୮ଜଣ ସୁସ୍ଥହୋଇ ଫେରିଥିବାବେଳେ ୨୨ଜଣଙ୍କ ମୃତ୍ୟୁ ଘଟିଛି। ଜିଲାରେ ଆଉ ୧୯୧୫ ସଂକ୍ରମିତ ଚିକିତ୍ସିତ ଥିବା ଜଣାପଡ଼ିଛି। ତେବେ ଚଳିତ ମାସରେ ପରୀକ୍ଷା ସଂଖ୍ୟା ବୃଦ୍ଧି ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ଏହାକୁ ନିୟନ୍ତ୍ରଣ କରିବାକୁ ପ୍ରଚେଷ୍ଟା ଜାରି ରହଛି ବୋଲି ଜିଲାପାଳ କହିଛନ୍ତି। ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା ରହିଛି। ତେବେ ଲକ୍ଷଣକୁ ନ ଲୁଚାଇ ପ୍ରଶାସନକୁ ଜଣାଇବା ପାଇଁ ସେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ବର ସାଜିବେ ସଚିନ ତେନ୍ଦୁଲକରଙ୍କ ପୁଅ: ଜାଣନ୍ତୁ ଅର୍ଜନୁଙ୍କ ମୋଟ ସମ୍ପତ୍ତି କେତେ

ନୂଆଦିଲ୍ଲୀ,୧୧।୨:ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଡ ବଣ୍ଟାଉଛି। ସଚିନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ…

ଟ୍ରେଡ ଡିଲରେ ଆମେରିକା ଚୁପଚାପ କରିଦେଲା ଘୋଟାଲା! କ’ଣ ପରିବର୍ତ୍ତନ ହେଲା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୧୧।୨: ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପ୍ରତି ଘୋଷିତ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମାକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ହ୍ବାଇଟ ହାଉସ ଚୁପ ଚାପ…

ବିଜେଡିରୁ ଇସ୍ତଫା ଦେଲେ ଜିଲା ଉପସଭାପତି, ଏହି କାରଣ ଦର୍ଶାଇ…

ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା…

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବାହାରକୁ ଯିବା ପୂର୍ବରୁ କ’ଣ ଖୋଲା, କ’ଣ ବନ୍ଦ, ଦେଖନ୍ତୁ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୨: ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ…

ପୁଇଁହେବା ବେଳେ ବୃଦ୍ଧାଙ୍କ ଦେହରେ ଲାଗିଲା ନିଆଁ

ଆନନ୍ଦପୁର ୧୧।୨(ସୁଶାନ୍ତ କୁମାର ସାହୁ): ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁବା ବେଳେ ପୋଡିହୋଇ ବୃଦ୍ଧା ଜଣକ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି…

ଟ୍ରମ୍ପଙ୍କ ସାଂସଦ ଆଣିଲେ H1B ଭିଜା ଶେଷ କରିବାର ପ୍ଲାନ, ଜାଣନ୍ତୁ ଭାରତୀୟଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

ଓ୍ବାଶିଂଟନ,୧୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ଜଣେ ସାଂସଦ ଏକ ବିଲ ଆଗତ କରିଛନ୍ତି ଯାହା ଭାରତୀୟମାନଙ୍କ ପାଇଁ ଏକ ବଡ଼ ଆଘାତ। ସୋମବାର (ଫେବୃଆରୀ…

PUCC ନେଇ ବଡ଼ ବୟାନ ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର,୧୧।୨: PUCC ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ PUCC କରିବା ବାଧ୍ୟତାମୂଳକ କହିଛନ୍ତି । ଟୋଲ ଗେଟ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri