ଆଜି ରାଜ୍ୟରୁ ୨୧୪ କରୋନା ଆକ୍ରାନ୍ତ ଚିହ୍ନଟ, ଟୁଇନ୍‌ ସିଟିରୁ ସର୍ବାଧିକ

ଭୁବନେଶ୍ୱର,୧୬ା୯(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୨୧୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୧,୩୫୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୨୯ ଜଣ ଚିହ୍ନଟ ହୋଇଥିବା ବେଳେ ୮୫ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୩୦ ଜଣ ଶିଶୁ ବି ଅଛନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୮ ଏବଂ ସୁନ୍ଦରଗଡ଼ରୁ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୧, ବାଲେଶ୍ୱର ୩, ବଲାଙ୍ଗୀର ୧୦, ବୌଦ୍ଧ ୩, ଦେବଗଡ଼ ୨, ଢେଙ୍କାନାଳ ୬, ଗଜପତି ୨, ଗଞ୍ଜାମ ୨, ଜଗତସିଂହପୁର ୬, ଯାଜପୁର ୩, କଳାହାଣ୍ଡି ୧୧, କନ୍ଧମାଳ ୨ କେନ୍ଦ୍ରାପଡ଼ା ୭, କେନ୍ଦୁଝର ୩, କୋରାପୁଟ ୨,ମୟୂରଭଞ୍ଜ ୩, ନୟାଗଡ଼ ୫, ନୂଆପଡ଼ା ୮, ପୁରୀ ୩, ରାୟଗଡ଼ା ୨, ସମ୍ବଲପୁରରୁ ୯ ଏବଂ ସୋନପୁରରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୯।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୧,୩୫୩ରେ ପହଞ୍ଚିଥିବା ବେଳେ ୧୩,୨୦,୪୫୦ ଜଣ ସୁସ୍ଥ ହୋଇଛନ୍ତି। ୧୬୬୪ ଜଣ ଚିକିିତ୍ସିତ ହେଉଛନ୍ତି।