ଲକ୍ଷ୍ନୌ ଆଗରେ ୨୧୧ ଟାର୍ଗେଟ

ମୁମ୍ବାଇ,୩୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ସପ୍ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟିଂ କରିବାକୁ ଆସି ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୨୧୦ ରନ୍‌ କରିଛି। ଫଳରେ ଲକ୍ଷ୍ନୌ ଆଗରେ ବିଜୟ ପାଇ ୨୧୧ ରନ୍‌ର ଟାଗେର୍ଟ ରଖିଛି ଚେନ୍ନାଇ।

ଚେନ୍ନାଇର ଦୁଇ ଓପନର୍‌ ରବିନ ଉତ୍‌ଥପା ଏବଂ ରୁତୁରାଜ ଗାଇକୱାଡ ବ୍ୟାଟିଂ କରିବାକୁ ଆସି ଭଲ ଷ୍ଟାଟ ଦେଇଥିଲେ। ହେଲେ ରୁତୁରାଜ ୧ ରନ୍‌ କରି ରନ୍‌ ଆଉଟ ହୋଇଯାଇଥିଲେ। ପରେ ଦଳକୁ ସମ୍ଭାଳି ଥିଲେ ରବିନ ଉତ୍‌ଥପା। ସେ ୨୭ଟି ବ୍‌ଲରେ ୫୦ ରନ୍‌(୮ ଚଉକା ଏବଂ ୧ ଛକା) କରି ରବି ବିଷ୍ଣୁଙ୍କ ବଲ୍‌ରେ ଆଉଟ ହୋଇଥିଲେ। ସେହିପରି ମୋଇନ ଅଲି ମଧ୍ୟ ୩୫ ରନ୍‌ କରି ଆଉଟ ହୋଇଯାଇଥିଲେ। ହେଲେ ଯୁବ ଖେଳାଳି ଶିବମ ଦୁବେ ଏବଂ ଅମ୍ବାତି ରାୟଡୁ ଧର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ଅମ୍ବାତି ରାୟଡୁ ୨୦ ବଲ୍‌ରେ ୨୭ ରନ୍‌ କରିଥିବା ବେଳେ ଶିବମ ଦୁବେ ୩୦ ବଲ୍‌ରେ ୪୯ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ଅଧିନାୟକ ରବିନ୍ଦ୍ର ଜାଡେଜା ୧୭ ରନ୍‌ କରିଥିବା ବେଳେ ଏମ୍‌.ଏସ୍‌. ଧୋନି ୬ଟି ବଲ୍‌ରେ ୧୬ ରନ୍‌ (୨ଟି ଚଉକା ଏବଂ ଗୋଟିଏ ଛକା) କରିଥିଲେ।

Share