ବିନା ଭାତରେ ୨୧ବର୍ଷ

ମାଥିଲି,୨।୪(ଡି.ଏନ.ଏ.): ମାଲକାନଗିରି ଜିଲାରେ ଏପରି ଜଣେ ଯୁବକ ଅଛନ୍ତି ଯିଏ ଜନ୍ମ ହେବାଠାରୁ ଏ ପର୍ଯ୍ୟନ୍ତ ଭାତ ଖାଇନାହାନ୍ତି। କେବଳ ଚୁଡ଼ା ମୁଢ଼ି ଖାଇ ବଞ୍ଚତ୍ଛନ୍ତି। ସେ ହେଲେ ଗ୍ରାମର ମୀନ କୁମାର ସଗରିଆ ଓ ପାର୍ବତୀ ସାଗରିଆଙ୍କ ପୁଅ କିଶୋର। ଜିଲାର ମାଥିଲି ବ୍ଲକ ଧୁଙ୍ଗିଆପୁଟ ପଞ୍ଚାୟତର ପାତ୍ରପୁଟ ଗ୍ରାମରେ ତାଙ୍କ ଘର।
ଜନ୍ମ ହେବା ପରଠାରୁ କିଶୋରଙ୍କ ଭାତ ଖାଇବା ପ୍ରତି ଆଗ୍ରହ ନାହିଁ। ତାଙ୍କର ଏପରି ଚିନ୍ତାଧାରା ପରିବାର ଲୋକଙ୍କୁ ଚିନ୍ତାରେ ପକାଇଥିଲା। ପରିବାର ଲୋକେ ଅନେକ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ଭାତ ଖୁଆଇ ପାରି ନ ଥିଲେ। ଶେଷରେ ନିରାଶ ହୋଇ ନୀରବ ରହିଥିଲେ। କିଶୋର ଭାତ ବଦଳରେ ଚୁଡ଼ା ମୁଢ଼ି ଖାଇବାରେ ଆଗ୍ରହ ପ୍ରକାଶ କରିଥିଲେ। ତାହାକୁ ସେ ଏପର୍ଯ୍ୟନ୍ତ ଖାଇ ରହି ଆସୁଛନ୍ତି ବୋଲି କହନ୍ତି ସେ। ଏଥିପାଇଁ କେବେ ସେ ଦୁର୍ବଳତା ଅନୁଭବ କରିନାହାନ୍ତି କି କିଛି ସମସ୍ୟା ଉପୁଜିନାହିଁ ବୋଲି କହନ୍ତି କିଶୋର। ବାପାଙ୍କୁ ହରାଇଥିବା କିଶୋର ନିଜ ପାଠପଢା ପ୍ରତି ମଧ୍ୟ ଯତ୍ନବାନ୍‌ ଅଛନ୍ତି।
ଗୋବିନ୍ଦପାଲିସ୍ଥିତ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜରେ ସ୍ନାତକ ଶେଷ କରିଥିବା କିଶୋରଙ୍କ ଉପରେ ପରିବାର ଚଳାଇବା ଦାୟିତ୍ୱ ରହିଛି। ଏହାକୁ ତୁଲାଇବା ସହ ସାନ ଭଉଣୀଭାଇଙ୍କୁ ପାଠ ପଢ଼ାଉଛନ୍ତି। ଏ ସମ୍ପର୍କରେ ମାଥିଲି ଉପଖଣ୍ଡ ଡାକ୍ତରଖାନାର ଭାରପ୍ରାପ୍ତ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ପିଲାଟି ଦିନରୁ କିଶୋର ଚୁଡ଼ା ମୁଢ଼ି ଖାଉଛନ୍ତି, ଏହା ମଧ୍ୟ ଏକ ପ୍ରକାର ଖାଦ୍ୟ। ମାତ୍ର ଭାତ ନ ଖାଇବା ଦ୍ୱାରା ଶରୀରରେ ଶକ୍ତିର ଅଭାବ ଦେଖାଯାଏ। ଏହା ପରେ ତାଙ୍କର ସମସ୍ୟା ସୃଷ୍ଟି କରିପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

ଦାୟିତ୍ୱ ଗ୍ରହଣ କଲେ ନୂଆ ଯୋଗାଣ ଅଧିକାରୀ, କହିଲେ ସମସ୍ତ କାର୍ଯ୍ୟକୁ ଦୁର୍ନୀତିମୁକ୍ତ କରିବା ସହ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଭାବେ ବସନ୍ତ କୁମାର ପଣ୍ଡା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ କେନ୍ଦୁଝର ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri