୩୦ ଜିଲା ପରିଷଦରେ ୨୧ ମହିଳା ସଭାପତି

ଭୁବନେଶ୍ୱର,୧୫ା୩(ବ୍ୟୁରୋ): ଗତ ଜିଲା ପରିଷଦ ନିର୍ବାଚନରେ ବିଜୁ ଜନତା ଦଳକୁ ବିପୁଳ ସଫଳତା ମିଳିଛି। ୩୦ ଜିଲା ପରିଷଦରେ ୨୧ ଜଣ ମହିଳା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ମୋଟ ଆସନର ଏହା ୭୦ ପ୍ରତିଶତ। ଏହି ବିଜୟ ପାଇଁ ବିଜେଡି ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଛି । ସୋମବାର ବିଜେଡି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବିଜେଡିର ତିନି ମୁଖପାତ୍ର ସୁଲତା ଦେଓ, ଲୋରା ମହାପାତ୍ର ଓ ସୋଫିଆ ଆଲାମ କହିଛନ୍ତି ଯେ, ଏହି ବିଜୟ ଓଡ଼ିଶା ବିକାଶର ବିଜୟ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଭୋଟରମାନଙ୍କ ବିଶ୍ୱାସ ଏବଂ ବିଜେଡି ସରକାରଙ୍କ ଗରିବଙ୍କ ପ୍ରତି ଥିବା ଦରଦ ତଥା ବିକାଶମୂଳକ କାର୍ଯ୍ୟର ଫଳାଫଳ ବୋଲି କହିଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ଦଳ ରାଜ୍ୟର ସମସ୍ତ ୩୦ଟି ଜିଲାରେ ଜିଲା ପରିଷଦ ଗଠନ କରିଛି । ବିଜୁ ଜନତା ଦଳ ପାଇଁ ଏହି ବୃହତ୍‌ ବିଜୟ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱକୁ ପ୍ରତିପାଦିତ କରିଛି । ବିକାଶର କୌଣସି ବିକଳ୍ପ ନାହିଁ ବୋଲି ପ୍ରମାଣ କରି ଦେଖାଇଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୮୦ ପ୍ରତିଶତରୁ ଅଧିକ ଆସନ ଜିତିବା ଦେଶର ଯେ କୌଣସି ସ୍ଥାନ ସହ ତୁଳନାତ୍ମକ ନୁହେଁ। ମହିଳା, ଯୁବକ ଏବଂ ଶିକ୍ଷିତ ବ୍ୟକ୍ତି ନିଶ୍ଚିତ ଭାବରେ ଅଭିବୃଦ୍ଧି ଏବଂ ବିକାଶ କ୍ଷେତ୍ରରେ ଓଡ଼ିଶାକୁ ନୂତନ ଶିଖରକୁ ନେଇଯିବେ ।
ଇତିହାସରେ ଏହା ପ୍ରଥମ ଥର ଯେ ଏତେ ସଂଖ୍ୟକ ମହିଳା ଓଡ଼ିଶାର ଜିଲାରେ ନେତୃତ୍ୱ ନେବାକୁ ଯାଉଛନ୍ତି ।
ମୟୂରଭଞ୍ଜ, ଗଞ୍ଜାମ, କେନ୍ଦୁଝର, ସୁନ୍ଦରଗଡ଼, ବଲାଙ୍ଗୀର, ସମ୍ବଲପୁର ଏବଂ ଅବିଭକ୍ତ କୋରାପୁଟ ଜିଲା (ନବରଙ୍ଗପୁର ବ୍ୟତୀତ) ମହିଳା ଜିଲାପରିଷଦ ସଭାପତିଙ୍କ ହାତକୁ ଯାଇଛି  । ସେମାନଙ୍କର ହାରାହାରି ବୟସ ୪୧ ବର୍ଷ ।
୧୮ଟି ଅଣସଂରକ୍ଷିତ ଆସନ ମଧ୍ୟରୁ (ମହିଳାଙ୍କୁ ଅନ୍ତର୍ଭୁକ୍ତ କରି) ୧୨ ଜଣ ଓବିସି ପ୍ରାର୍ଥୀ (୬୭%)ଙ୍କୁ ଜିଲା ପରିଷଦ ସଭାପତି କରାଯାଇଛି । ଓବିସି ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିବଦ୍ଧତା ଅନୁଯାୟୀ ଏହା ହୋଇଛି ବୋଲି ନାରୀ ନେତ୍ରୀମାନେ କହିଛନ୍ତି । ନିଜ ଜିଲା ଗଞ୍ଜାମରେ ମୁଖ୍ୟମନ୍ତ୍ରୀ ଜଣେ ଓବିସି ମହିଳା ପ୍ରାର୍ଥୀ ଅଞ୍ଜଳି ସ୍ବାଇଁଙ୍କୁ ଜିଲାପରିଷଦର ସଭାପତି ଭାବେ ଚୟନ କରିଛନ୍ତି । ମହିଳା ସଶକ୍ତୀକରଣର ଅନ୍ୟ ଏକ ଉଦାହରଣ ହେଉଛି ସରସ୍ବତୀ ମାଝି ।
ସେ ସୁଦୂର କାଶୀପୁର ଅଞ୍ଚଳର । ମାତ୍ର ୨୩ ବର୍ଷ ବୟସ୍କା ଆଦିବାସୀ ନେତ୍ରୀ ସର୍ବକନିଷ୍ଠା ଜିଲା ପରିଷଦ ସଭାପତି ଭାବରେ ମନୋନୀତ ହୋଇଛନ୍ତି । ବିଜ୍ଞାନରେ ସ୍ନାତକ ଏହି ନେତ୍ରୀ ଏବେ ରାୟଗଡା ଜିଲାର ବିକାଶମୂଳକ କାର୍ଯ୍ୟକଳାପର ନେତୃତ୍ୱ ନେବେ ।
ମୁଖ୍ୟମନ୍ତ୍ରୀ ମାଲକାନଗିରିର ଜିଲାପରିଷଦର ସଭାପତି ଭାବରେ ସମାରୀ ଟାଙ୍ଗୁଲଙ୍କୁ ଚୟନ କରିଛନ୍ତି  । ସେ ୨୬ ବର୍ଷ ବୟସର ଓ +୨ ଅଧ୍ୟୟନ କରିଛନ୍ତି  । ସେ ମାଲକାନଗିରି ବିକାଶର ନେତୃତ୍ୱ ନେଉଛନ୍ତି  । କୁନ୍ତୀ ପ୍ରଧାନଙ୍କୁ ସୁନ୍ଦରଗଡ଼ ଜିଲାର ଆଦିବାସୀ ଅଞ୍ଚଳରେ ଜିଲାପରିଷଦ ସଭାପତି ହେବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ। ସେହିପରି ନବ ନିର୍ବାଚିତ ଜିଲା ପରିଷଦ ସଭାପତି କୁମୁଦିନୀ ନାୟକଙ୍କୁ ସମ୍ବଲପୁର ପାଇଁ ଚୟନ କରାଯାଇଛି। ୩୦ ଜିଲା ପାଇଁ ଯୁବ ତଥା ଉଚ୍ଚଶିକ୍ଷିତ ପ୍ରାର୍ଥୀଙ୍କୁ ଚୟନ କରିଛନ୍ତି ।
୩୦ ଜିଲା ମଧ୍ୟରୁ ୧୫ ଜଣ ନୂତନ ଜିଲା ପରିଷଦ ସଭାପତି ହୋଇଛନ୍ତି। ସେମାନଙ୍କର ବୟସ ୪୦ ବର୍ଷରୁ କମ୍‌ । ସେହିପରି ୨୩ଟି (୭୬%)ରେ ୫୦ ବର୍ଷରୁ କମ୍‌ ବୟସର ଜିଲା ପରିଷଦ ସଭାପତି ଅଛନ୍ତି  । ଏହା ଯୁବ ସଶକ୍ତୀକରଣକୁ ସ୍ପଷ୍ଟ ଭାବେ ସୂଚାଉଛି । ବିଜେଡିରେ ଯୁବ ନେତୃତ୍ୱର କୌଣସି ଅଭାବ ନାହିଁ । ଦଳ ଆଗାମୀ ପିଢ଼ିର ନେତାମାନଙ୍କୁ ଜିଲା ଓ କ୍ଷେତ୍ର ସ୍ତର ପାଇଁ ପ୍ରସ୍ତୁତ କରୁଛି ।  ଜିଲାଗୁଡ଼ିକରେ ଭଲ ଲୋକସମ୍ପର୍କ, ନେତୃତ୍ୱ ତଥା ଉତ୍ତମ ଶାସନ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷିତ ପ୍ରାର୍ଥୀଙ୍କୁ ବାଛିଥିବା ନାରୀ ନେତ୍ରୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri