୩୦ ଜିଲା ପରିଷଦରେ ୨୧ ମହିଳା ସଭାପତି

ଭୁବନେଶ୍ୱର,୧୫ା୩(ବ୍ୟୁରୋ): ଗତ ଜିଲା ପରିଷଦ ନିର୍ବାଚନରେ ବିଜୁ ଜନତା ଦଳକୁ ବିପୁଳ ସଫଳତା ମିଳିଛି। ୩୦ ଜିଲା ପରିଷଦରେ ୨୧ ଜଣ ମହିଳା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ମୋଟ ଆସନର ଏହା ୭୦ ପ୍ରତିଶତ। ଏହି ବିଜୟ ପାଇଁ ବିଜେଡି ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଛି । ସୋମବାର ବିଜେଡି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବିଜେଡିର ତିନି ମୁଖପାତ୍ର ସୁଲତା ଦେଓ, ଲୋରା ମହାପାତ୍ର ଓ ସୋଫିଆ ଆଲାମ କହିଛନ୍ତି ଯେ, ଏହି ବିଜୟ ଓଡ଼ିଶା ବିକାଶର ବିଜୟ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଭୋଟରମାନଙ୍କ ବିଶ୍ୱାସ ଏବଂ ବିଜେଡି ସରକାରଙ୍କ ଗରିବଙ୍କ ପ୍ରତି ଥିବା ଦରଦ ତଥା ବିକାଶମୂଳକ କାର୍ଯ୍ୟର ଫଳାଫଳ ବୋଲି କହିଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ଦଳ ରାଜ୍ୟର ସମସ୍ତ ୩୦ଟି ଜିଲାରେ ଜିଲା ପରିଷଦ ଗଠନ କରିଛି । ବିଜୁ ଜନତା ଦଳ ପାଇଁ ଏହି ବୃହତ୍‌ ବିଜୟ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱକୁ ପ୍ରତିପାଦିତ କରିଛି । ବିକାଶର କୌଣସି ବିକଳ୍ପ ନାହିଁ ବୋଲି ପ୍ରମାଣ କରି ଦେଖାଇଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୮୦ ପ୍ରତିଶତରୁ ଅଧିକ ଆସନ ଜିତିବା ଦେଶର ଯେ କୌଣସି ସ୍ଥାନ ସହ ତୁଳନାତ୍ମକ ନୁହେଁ। ମହିଳା, ଯୁବକ ଏବଂ ଶିକ୍ଷିତ ବ୍ୟକ୍ତି ନିଶ୍ଚିତ ଭାବରେ ଅଭିବୃଦ୍ଧି ଏବଂ ବିକାଶ କ୍ଷେତ୍ରରେ ଓଡ଼ିଶାକୁ ନୂତନ ଶିଖରକୁ ନେଇଯିବେ ।
ଇତିହାସରେ ଏହା ପ୍ରଥମ ଥର ଯେ ଏତେ ସଂଖ୍ୟକ ମହିଳା ଓଡ଼ିଶାର ଜିଲାରେ ନେତୃତ୍ୱ ନେବାକୁ ଯାଉଛନ୍ତି ।
ମୟୂରଭଞ୍ଜ, ଗଞ୍ଜାମ, କେନ୍ଦୁଝର, ସୁନ୍ଦରଗଡ଼, ବଲାଙ୍ଗୀର, ସମ୍ବଲପୁର ଏବଂ ଅବିଭକ୍ତ କୋରାପୁଟ ଜିଲା (ନବରଙ୍ଗପୁର ବ୍ୟତୀତ) ମହିଳା ଜିଲାପରିଷଦ ସଭାପତିଙ୍କ ହାତକୁ ଯାଇଛି  । ସେମାନଙ୍କର ହାରାହାରି ବୟସ ୪୧ ବର୍ଷ ।
୧୮ଟି ଅଣସଂରକ୍ଷିତ ଆସନ ମଧ୍ୟରୁ (ମହିଳାଙ୍କୁ ଅନ୍ତର୍ଭୁକ୍ତ କରି) ୧୨ ଜଣ ଓବିସି ପ୍ରାର୍ଥୀ (୬୭%)ଙ୍କୁ ଜିଲା ପରିଷଦ ସଭାପତି କରାଯାଇଛି । ଓବିସି ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିବଦ୍ଧତା ଅନୁଯାୟୀ ଏହା ହୋଇଛି ବୋଲି ନାରୀ ନେତ୍ରୀମାନେ କହିଛନ୍ତି । ନିଜ ଜିଲା ଗଞ୍ଜାମରେ ମୁଖ୍ୟମନ୍ତ୍ରୀ ଜଣେ ଓବିସି ମହିଳା ପ୍ରାର୍ଥୀ ଅଞ୍ଜଳି ସ୍ବାଇଁଙ୍କୁ ଜିଲାପରିଷଦର ସଭାପତି ଭାବେ ଚୟନ କରିଛନ୍ତି । ମହିଳା ସଶକ୍ତୀକରଣର ଅନ୍ୟ ଏକ ଉଦାହରଣ ହେଉଛି ସରସ୍ବତୀ ମାଝି ।
ସେ ସୁଦୂର କାଶୀପୁର ଅଞ୍ଚଳର । ମାତ୍ର ୨୩ ବର୍ଷ ବୟସ୍କା ଆଦିବାସୀ ନେତ୍ରୀ ସର୍ବକନିଷ୍ଠା ଜିଲା ପରିଷଦ ସଭାପତି ଭାବରେ ମନୋନୀତ ହୋଇଛନ୍ତି । ବିଜ୍ଞାନରେ ସ୍ନାତକ ଏହି ନେତ୍ରୀ ଏବେ ରାୟଗଡା ଜିଲାର ବିକାଶମୂଳକ କାର୍ଯ୍ୟକଳାପର ନେତୃତ୍ୱ ନେବେ ।
ମୁଖ୍ୟମନ୍ତ୍ରୀ ମାଲକାନଗିରିର ଜିଲାପରିଷଦର ସଭାପତି ଭାବରେ ସମାରୀ ଟାଙ୍ଗୁଲଙ୍କୁ ଚୟନ କରିଛନ୍ତି  । ସେ ୨୬ ବର୍ଷ ବୟସର ଓ +୨ ଅଧ୍ୟୟନ କରିଛନ୍ତି  । ସେ ମାଲକାନଗିରି ବିକାଶର ନେତୃତ୍ୱ ନେଉଛନ୍ତି  । କୁନ୍ତୀ ପ୍ରଧାନଙ୍କୁ ସୁନ୍ଦରଗଡ଼ ଜିଲାର ଆଦିବାସୀ ଅଞ୍ଚଳରେ ଜିଲାପରିଷଦ ସଭାପତି ହେବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ। ସେହିପରି ନବ ନିର୍ବାଚିତ ଜିଲା ପରିଷଦ ସଭାପତି କୁମୁଦିନୀ ନାୟକଙ୍କୁ ସମ୍ବଲପୁର ପାଇଁ ଚୟନ କରାଯାଇଛି। ୩୦ ଜିଲା ପାଇଁ ଯୁବ ତଥା ଉଚ୍ଚଶିକ୍ଷିତ ପ୍ରାର୍ଥୀଙ୍କୁ ଚୟନ କରିଛନ୍ତି ।
୩୦ ଜିଲା ମଧ୍ୟରୁ ୧୫ ଜଣ ନୂତନ ଜିଲା ପରିଷଦ ସଭାପତି ହୋଇଛନ୍ତି। ସେମାନଙ୍କର ବୟସ ୪୦ ବର୍ଷରୁ କମ୍‌ । ସେହିପରି ୨୩ଟି (୭୬%)ରେ ୫୦ ବର୍ଷରୁ କମ୍‌ ବୟସର ଜିଲା ପରିଷଦ ସଭାପତି ଅଛନ୍ତି  । ଏହା ଯୁବ ସଶକ୍ତୀକରଣକୁ ସ୍ପଷ୍ଟ ଭାବେ ସୂଚାଉଛି । ବିଜେଡିରେ ଯୁବ ନେତୃତ୍ୱର କୌଣସି ଅଭାବ ନାହିଁ । ଦଳ ଆଗାମୀ ପିଢ଼ିର ନେତାମାନଙ୍କୁ ଜିଲା ଓ କ୍ଷେତ୍ର ସ୍ତର ପାଇଁ ପ୍ରସ୍ତୁତ କରୁଛି ।  ଜିଲାଗୁଡ଼ିକରେ ଭଲ ଲୋକସମ୍ପର୍କ, ନେତୃତ୍ୱ ତଥା ଉତ୍ତମ ଶାସନ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷିତ ପ୍ରାର୍ଥୀଙ୍କୁ ବାଛିଥିବା ନାରୀ ନେତ୍ରୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri