ସୁନ୍ଦରଗଡ଼ରୁ ୧୨ ମୁଣ୍ଡ ନେଲା କରୋନା; ଆଖି ବୁଜିଲେ ୨୧

ଭୁବନେଶ୍ୱର,୧୦।୨(ବ୍ୟୁରୋ): ରାଜ୍ୟରେ ଆଖି ବୁଜିଲେ ୨୧ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୧୨ଜଣ ଥିବା ବେଳେ ବାଲେଶ୍ୱରରୁ ଜଣେ, ଭଦ୍ରକରୁ ୨, ଭୁବନେଶ୍ୱରରୁ ୨, ଗଞ୍ଜାମରୁ ୨, କନ୍ଧମାଳରୁ ଜଣେ, ସମ୍ବଲପୁରରୁ ଜଣେ ଆକ୍ରାନ୍ତ ରହିଛନ୍ତି। ଏନେଇ ଗୁରୁବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।