ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୦୮୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୨ା୨(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୨,୦୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୫୫,୯୯୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୩୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୨୧୯ ଏବଂ କଟକରୁ ୧୪୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଯାଜପୁରରୁ ୧୩୩, ବୌଦ୍ଧ ୮୪,ବରଗଡ଼ ୮୧, ପୁରୀ ୬୩, କଳାହାଣ୍ଡି ୬୦, ଝାରସୁଗୁଡ଼ା ୫୭, କୋରାପୁଟ ୫୬, ସମ୍ବଲପୁର ୫୬, ଅନୁଗୋଳ ୫୪, ଢେଙ୍କାନାଳ ୫୪, ନୟାଗଡ଼ ୫୪, ଭଦ୍ରକ ୪୪, ବାଲେଶ୍ୱର ୪୨, ମୟୂରଭଞ୍ଜ ୪୧, ନବରଙ୍ଗପୁର ୩୮, ରାୟଗଡ଼ା ୩୮, ଗଞ୍ଜାମ ୩୫, କନ୍ଧମାଳ ୩୧, କେନ୍ଦୁଝର ୩୧, ନୂଆପଡ଼ା ୨୯, ଜଗତସିଂହପୁର ୨୫, ବଲଙ୍ଗୀର ୨୧, ଗଜପତି ୧୮, କେନ୍ଦ୍ରାପଡ଼ା ୧୬, ସୋନପୁରରୁ ୧୬ ଏବଂ ମାଲକାନଗିରିରୁ ୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍‌ପୁଲ୍‌ ସଂଖ୍ୟା ରହିଛି ୧୦୦।