୧୭ ବର୍ଷରେ ୨୦୫୦ ସଂକ୍ରମିତ

ଅନୁଗୋଳ ଅଫିସ, ୧ା୧୨ ସଞ୍ଜମ ଓ ସତର୍କତା ଅବଲମ୍ବନ ଦ୍ୱାରା ଏଡ୍‌ସକୁ ରୋକିହେବ। ନିଜେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରିପାରିଲେ ଜିଲା ଏଡ୍‌ସ ମୁକ୍ତ ହୋଇପାରିବ ବୋଲି ପ୍ରତିବର୍ଷ ବିଶ୍ୱ ଏଡ୍‌ସ ଦିବସରେ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ବାର୍ତ୍ତା ଦିଆଯାଉଛି। କିନ୍ତୁ ଜିଲାରେ ଏଯାଏ ଏଡ୍‌ସ ନିୟନ୍ତ୍ରଣକୁ ଆସିପାରୁ ନାହିଁ। ଗତ ୧୭ ବର୍ଷରେ ଅନୁଗୋଳ ଜିଲାରେ ମୋଟ୍‌ ୨୦୫୦ ଜଣ ଏଡ୍‌ସ ରୋଗୀଙ୍କୁ ଚିହ୍ନଟ କରାଯାଇଛି। କେବଳ ଗତ ବର୍ଷକ ମଧ୍ୟରେ ୧୩୫ ଜଣ ଆକ୍ରାନ୍ତ ହୋଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ଜିଲା ଏଡ୍‌ସ ପ୍ରତିକାର ଓ ନିୟନ୍ତ୍ରଣ ୟୁନିଟ୍‌ର ସୂଚନା ମୁତାବକ, ଅନୁଗୋଳ ଜିଲାରେ ୨୦୦୩ ମସିହାରୁ ଏଡ୍‌ସ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଉଛି। ୨୦୦୩ରୁ ଏପର୍ଯ୍ୟନ୍ତ ମୋଟ୍‌ ୪ ଲକ୍ଷ ୬୬ ହଜାର ୪୯୭ ଜଣଙ୍କ ରକ୍ତ ନମୁନା ପରୀକ୍ଷା ହୋଇଛି। ସେଥିରୁ ୨୦୫୦ ଜଣଙ୍କୁ ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ୬୫୧ ଜଣ ମହିଳା, ୧୨୪୩ ଜଣ ପୁରୁଷ, ୭୬ ବାଳିକା ଓ ୮୦ ବାଳକ ରହିଛନ୍ତି। ପୂର୍ବରୁ ଅନୁଗୋଳ ତାଲିକାର ‘ଏ’ରେ ସ୍ଥାନ ପାଇଥିଲା। କିନ୍ତୁ କିଛି ବର୍ଷ ହେବ ଉକ୍ତ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଥିଲା। ୨୦୧୩-୧୪ରେ ଜିଲାରେ ମୋଟ୍‌ ୧୮୯ ଏଡ୍‌ସ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨୦୧୪-୧୫ରେ ୧୭୦ ଜଣ, ୨୦୧୫-୧୬ରେ ୧୪୪, ୨୦୧୬-୧୭ରେ ୧୩୧, ୨୦୧୭-୧୮ରେ ୧୧୫ ଜଣଙ୍କ ରକ୍ତରେ ଏଡ୍‌ସ ଭୂତାଣୁ ଠାବ କରାଯାଇଥିଲା। ସେହିପରି ଗତ ବର୍ଷକ ମଧ୍ୟରେ ଜିଲାରୁ ୧୩୫ ଏଡ୍‌ସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଗତ ମାର୍ଚ୍ଚରୁ ଅକ୍ଟୋବର ମଧ୍ୟରେ ୭୪ ଜଣ ଏଚ୍‌ଆଇଭି ପଜିଟିଭ୍‌ ବାହାରିବା ଏବେ ଚିନ୍ତା ବଢ଼ାଇ ଦେଇଛି। ଏହି ନୂଆ ସଂକ୍ରମିତଙ୍କ ମଧ୍ୟରେ ୨୩ ଜଣ ମହିଳା ଓ ୫ ଜଣ ଶିଶୁ ରହିଛନ୍ତି। ମୋଟ୍‌ ସଂଖ୍ୟା ମଧ୍ୟରୁ ୧୫୨୪ ଜଣ ନିୟମିତ ଭାବେ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି। ୧୫୧୭ ଆକ୍ରାନ୍ତ ଠିକ୍‌ଠାକ୍‌ ଔଷଧ ଖାଉଛନ୍ତି। ଜିଲାର ୮ଟି ବ୍ଲକ ମଧ୍ୟରୁ ଅନୁଗୋଳ, ବଅଁରପାଳ ଓ ତାଳଚେର ସହରାଞ୍ଚଳରେ ଏହି ରୋଗରେ ଅଧିକ ଲୋକ ଆକ୍ରାନ୍ତ ହେଉଥିବା ସୂଚନା ମିଳିଛି। ୨୦୦୩ରୁ ଏପର୍ଯ୍ୟନ୍ତ ଅନୁଗୋଳ ବ୍ଲକରେ ସର୍ବାଧିକ ୪୧୮ ଜଣ ପଜିଟିଭ୍‌ ଥିବାବେଳେ ତାଳଚେର ବ୍ଲକରେ ୩୮୧, ବଅଁରପାଳ ବ୍ଲକରେ ୩୧୮, କିଶୋରନଗର ବ୍ଲକରେ ୧୬୫, ଛେଣ୍ଡିପଦା ବ୍ଲକରେ ୧୫୫, ଆଠମଲ୍ଲିକ ବ୍ଲକରେ ୧୦୨, କଣିହଁାରେ ୮୮ ଓ ପାଲଲହଡ଼ାରେ ୪୯ ଜଣ ରହିଛନ୍ତି। ଶିଳ୍ପ ସହ ଶିକ୍ଷା ଓ ସଚେତନତା କ୍ଷେତ୍ରରେ ଜିଲା ଆଗରେ ଥିଲେ ମଧ୍ୟ ଏଡ୍‌ସ ନିୟନ୍ତ୍ରଣକୁ ଅଣାଯାଇପାରୁ ନ ଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

ସଚେତନତା ହିଁ ହ୍ରାସ କରିପାରିବ
ଜିଲାରେ ଥିବା ଶିଳ୍ପଗୁଡ଼ିକରେ ରାଜ୍ୟ ବାହାରୁ ବହୁ ଶ୍ରମିକ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ବିଭିନ୍ନ ସମୟରେ ଏଡ୍‌ସ ସମ୍ପର୍କରେ ସଚେତନ କରାଯାଉଛି। ଏଥିପାଇଁ ୩ଟି ଏନ୍‌ଜିଓ ମଧ୍ୟ କାର୍ଯ୍ୟ କରୁଛି। ଜିଲାରେ ଏଡ୍‌ସ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଅନୁଗୋଳ ଜିଲା ଏ ଗ୍ରେଡ୍‌ରେ ନାହିଁ। ଲୋକମାନେ ଅଧିକ ସଚେତନ ହେଲେ ଏହି ସଂଖ୍ୟା ଆହୁରି ହ୍ରାସ ପାଇବ।
-ପ୍ରମିଳା ହୋତା
ଏଡ୍‌ସ ପ୍ରତିକାର ଓ ନିୟନ୍ତ୍ରଣ ୟୁନିଟ୍‌ ଅଧିକାରୀ
ଏଡ୍‌ସ ଦିବସରେ ହିଁ ତତ୍ପରତା
ଜିଲାର ଶିଳ୍ପାଞ୍ଚଳକୁ ଦାଦନ ଶ୍ରମିକଙ୍କ ସହ ବହୁ ସଂଖ୍ୟାରେ ଟ୍ରକ୍‌ ଚାଳକ ଓ ହେଲପର ପ୍ରତିଦିନ ଆସୁଛନ୍ତି। ସେମାନଙ୍କୁ ଇଣ୍ଟ୍ରିଗ୍ରେଟେଡ୍‌ କାଉନସେଲିଂ ଆଣ୍ଡ ଟେଷ୍ଟିଂ ସେଣ୍ଟର(ଆଇସିଟିସି)କୁ ଆଣି କାଉନସେଲିଂ ସହ ରକ୍ତ ପରୀକ୍ଷା କରାଯିବା କଥା। କିନ୍ତୁ ତାହା ଉପରେ ଗୁରୁତ୍ୱ ଦିଆ ନ ଯାଇ କେବଳ ଏଡ୍‌ସ ଦିବସରେ ସଚେତନତା ରଥ ବୁଲାଇ କାର୍ଯ୍ୟ ସାରି ଦିଆଯାଉଛି।
-ବିଶ୍ୱରଞ୍ଜନ ପଟ୍ଟନାୟକ, ବୁଦ୍ଧିଜୀବୀ, ଅନୁଗୋଳ
ଲିଙ୍କ୍‌ ୱାର୍କର ସ୍କିମ କାର୍ଯ୍ୟକାରୀ ହେଉ
ଆମ ପରିଧି ଭିତରେ ଯେତିକି ଅଞ୍ଚଳ ରହିଛି, ସେଠାକାର ଲୋକଙ୍କୁ ସଚେତନ କରିବା ସହ ରକ୍ତ ପରୀକ୍ଷା କରିବାକୁ କୁହାଯାଉଛି। ନ୍ୟାଶନାଲ ଏଡ୍‌ସ୍‌ କଣ୍ଟ୍ରୋଲ ଅର୍ଗାନାଇଜେଶନ୍‌(ନାକୋ) ପକ୍ଷରୁ ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ଲିଙ୍କ ୱାର୍କର ସ୍କିମ୍‌ (ଏଲ୍‌ଡ୍‌ବ୍ଲ୍ୟୁଏସ୍‌) ଅନୁଗୋଳ ଜିଲାରେ ନାହିଁ। ଏହି ସ୍କିମ୍‌ ଜିଲାରେ କାର୍ଯ୍ୟକାରୀ ହେଲେ ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ହେବ।
-ସସ୍ମିତା ପଟ୍ଟନାୟକ, ଏନ୍‌ଜିଓ ମୁଖ୍ୟ
ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ
ଏଡ୍‌ସର ‘ଏ’ ଗ୍ରୁପ୍‌ରେ ପୂର୍ବରୁ ଅନୁଗୋଳ ଜିଲା ସାମିଲ ଥିଲା। ଏବେ ଉକ୍ତ ଗ୍ରେଡେଶନ୍‌ରେ ଜିଲା ତଳକୁ ଖସିଛି। କିନ୍ତୁ ଏ ଦିଗରେ ଆହୁରି ଅଧିକ ସଚେତନ କରାଯିବା ଆବଶ୍ୟକତା ରହିଛି। ପୁଳା ପୁଳା ଟଙ୍କା ଖର୍ଚ୍ଚ କରିଦେଲେ କି କେବଳ ଏଡ୍‌ସ ଦିବସ ପାଳନ କଲେ ହେବ ନାହିଁ, ଏ ଦିଗରେ ପ୍ରଶାସନ ଅଧିକ ଗୁରୁତ୍ୱ ଦେବା ଜରୁରୀ।
-ଭୂପେଶ ଚନ୍ଦ୍ର ପ୍ରଧାନ, ଆଇନଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri