Posted inଖେଳ

ଏହି ସବୁ ଦେଶ ମଧ୍ୟରେ ୨୦୩୬ ଅଲିମ୍ପିକ୍ସ ଲାଗି ଭାରତ ମୁଖ୍ୟ ଦାବିଦାର

ନୂଆଦିଲ୍ଲୀ,୨ା୩: ଇଣ୍ଟରନ୍ୟାଶନାଲ ଅଲିମ୍ପିକ କମିଟି (ଆଇଓସି) ସଭପତୀ ପଦ ଲାଗି ମୁଖ୍ୟ ଦାବିଦାର ସେବାଷ୍ଟିଆନ କୋଏଙ୍କ ମତରେ ୨୦୩୬ ଅଲିମ୍ପିକ ଗେମ୍ସ ଆୟାଜନ କରିବା ଲାଗି ଭାରତ ପ୍ରବଳ ଦାବିଦାର। କିନ୍ତୁ ଏହି ଆୟୋଜନ ଅଧିକାର ଲାଗି ଅନ୍ୟ ଦେଶ ମଧ୍ୟ ଇଚ୍ଛୁକ ଥିବାରୁ ପ୍ରତିଯୋଗିତା କଷ୍ଟକର ହେବ।

ଭାରତ ପକ୍ଷରୁ ଆଇଓସିର ଫ୍ୟୁଚର ହୋଷ୍ଟ କମିଟି ନିକଟରେ ୨୦୩୬ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ଆୟୋଜନ କରିବା ଲାଗି ‘ଲେଟର ଅଫ ଇଣ୍ଟେଣ୍ଟ’ ଦାଖଲ କରାଯାଇସାରିଛି।

ପୃଷ୍ଟଭୂମିକୁ ଦୃଷ୍ଟିରେ ରଖି ମୁଁ ଯାହା କହୁଛି, ତାହାକୁ ନେଇ ଚକିତ ହୁଅନ୍ତୁ ନାହିଁ। ନିର୍ଦ୍ଦିଷ୍ଟ ଭାବେ ଅଲିମ୍ପିକ ଭଳି ବିଶ୍ୱସ୍ତରୀୟ କ୍ରୀଡ଼ା ଲାଗି ଭାରତର ପ୍ରତିବଦ୍ଧତା ଦେଖି ମୁଁ ବହୁତ ଖୁସି। କିନ୍ତୁ ଆୟୋଜନ ଲାଗି ବିଡ ପ୍ରତିଯୋଗିତା ଖୁବ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହେବ। ଏଥିରେ କେବଳ ଗୋଟିଏ ଦେଶ ଭାଗ ନେବ ନାହିଁ। କିନ୍ତୁ ଭାରତ ମୁଖ୍ୟ ଦାବିଦାର ବୋଲି କୋଏ ଏକ ସାକ୍ଷାତକାରରେ କହିଛନ୍ତି।

ଭାରତ ବ୍ୟତୀତ ପୋଲାଣ୍ଡ, ଇଣ୍ଡୋନେସିଆ, ଦକ୍ଷିଣ ଆଫ୍ରିକା, କାତାର, ହଙ୍ଗେରୀ, ଟର୍କୀ, ମେକ୍ସିକୋ ଓ ଇଜିପ୍ଟ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବା ଲାଗି ଇଚ୍ଛା ପ୍ରକଟ କରିଛନ୍ତି। ତେବେ ୨୦୨୬ ପୂର୍ବରୁ ୨୦୩୬ ଅଲିମ୍ପିକ୍ସ ଆୟୋଜକ ଦେଶର ନାମ ଜଣା ପଡ଼ିବ ନାହିଁ। କିନ୍ତୁ ଆସନ୍ତା ୨୦ ତାରିଖରେ ଆଇଓସି ମୁଖ୍ୟ ପଦ ଲାଗି ହେବାକୁ ଥିବା ନିର୍ବାଚନରେ ବିଜୟୀ ସଭାପତିଙ୍କ କାର୍ଯ୍ୟକାଳରେ ଆୟୋଜକ ଦେଶର ନାମ ପ୍ରକାଶ କରାଯିବା ନିଶ୍ଚିତ।

ଆଇଓସି ସଭାପତି ପଦ ଲାଗି ୭ ଜଣ ଦାବିଦାର ଥିବା ବେଳେ ମୁଖ୍ୟ ଦାବିଦାର ହେଉଛନ୍ତି କୋଏ। ତାଙ୍କର ଅଜା ହେଉଛନ୍ତି ଭାରତୀୟ ପଞ୍ଜାବୀ। ଆସନ୍ତା ୧୮ରୁ ୨୧ ପର୍ଯ୍ୟନ୍ତ କୋଷ୍ଟା ନାଭାରିନୋରେ ହେବାକୁ ଥିବା ନିର୍ବାଚନରେ ଆଇଓସିର ୧୦୦ରୁ ଅଧିକ ସଦସ୍ୟ ଭାଗ ନେବେ।

ଡବଲ ଅଲିମ୍ପିକ୍ସ ୧୫୦୦ମିଟର ସ୍ବର୍ଣ୍ଣ ବିଜେତା ୬୮ ବର୍ଷୀୟ କୋଏ ଆହୁରି କହିଛନ୍ତି ଯେ, ଅନେକ ସହର ବିଡ ପ୍ରତିଯୋଗିତାରେ ବିଫଳ ହୋଇଛନ୍ତି ଏବଂ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଲଣ୍ଡନ ୨୦୦୫ରେ ପ୍ୟାରିସକୁ ହରାଇ ୨୦୧୨ ଅଲିମ୍ପିକ ଆୟୋଜନ କରିଥିଲା। ଆମେ ଗତ ବର୍ଷ ପ୍ୟାରିସରେ ଅଲିମ୍ପିକ୍ସ ଦେଖିଲେ। ରିଓ ମଧ୍ୟ ୨୦୧୨ ଅଲିମ୍ପିକ ଲାଗି ପ୍ରାରମ୍ଭିକ ରାଉଣ୍ଡରେ ବିଫଳ ହୋଇଥିଲା। ମାତ୍ର ପରବର୍ତ୍ତୀ ସଂସ୍କରଣ ରିଓରେ ଅନୁଷ୍ଠିତ ହୋଇଥିଲା। ଏହାର ଅର୍ଥ ଯେ, ଯଦି ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ଅଧିକାର ପାଇବାରେ ବିଫଳ ହେଉଛି, ତେବେ ତାହା କାହାଣିର ଅନ୍ତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri