କମୁଛି ସଂକ୍ରମଣ: ଆଜି ରାଜ୍ୟରୁ ୨୦୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି। ସୋମବାର ରାଜ୍ୟରୁ ୨୦୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୫,୨୬୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୧୯ ଜଣ ଚିହ୍ନଟ ହୋଇଥିବା ବେଳେ ୮୪ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୩୧ ଜଣ ଶିଶୁ ବି ଅଛନ୍ତି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୦ ଏବଂ ବଲାଙ୍ଗୀରରୁ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ବାଲେଶ୍ୱରରୁ ୫, ବରଗଡ଼ ୧୧, ଭଦ୍ରକ ୩, ବୌଦ୍ଧ ୧, କଟକ ୧୦, ଦେବଗଡ଼ ୪, ଗଜପତି ୩, ଯାଜପୁର ୭, ଝାରସୁଗୁଡ଼ା ୨, କଳାହାଣ୍ଡି ୪, କନ୍ଧମାଳ ୪, କେନ୍ଦ୍ରାପଡ଼ା ୨, କୋରାପୁଟ ୧, ମୟୂରଭଞ୍ଜ ୯, ନବରଙ୍ଗପୁର ୮, ନୟାଗଡ଼ ୭, ନୂଆପଡ଼ା ୧୦, ପୁରୀ ୯, ରାୟଗଡ଼ା୪, ସମ୍ବଲପୁରରୁ ୮ ଏବଂ ସୋନପୁରର ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୭।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୫,୨୬୪ରେ ପହଞ୍ଚିଥିବା ବେଳେ ୧୩,୧୩,୬୭୯ ଜଣ ସୁସ୍ଥ ହୋଇଛନ୍ତି। ୫୭୯୮ ଜଣ ଚିକିିତ୍ସିତ ହେଉଛନ୍ତି।