ଆଜି ରାଜ୍ୟରୁ ୨୦୩ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩୦ା୯(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୨୦୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୪,୦୯୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ର ୨୦ ଜଣ ଚିହ୍ନଟ ହୋଇଥିବା ବେଳେ ୧୧୯ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୮୪ ଜଣ ଶିଶୁ ବି ଅଛନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୬, ସୁନ୍ଦରଗଡ଼ରୁ ୨୫, ବାଲେଶ୍ୱର ଏବଂ ସମ୍ବଲପୁରରୁ ୧୨ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସେହିପରି ଅନୁଗୋଳରୁ ୧, ବାଲେଶ୍ୱର ୧୨, ବରଗଡ଼ ୨, ଭଦ୍ରକ ୨, ବଲାଙ୍ଗୀର ୨, କଟକ ୧୯, ଦେବଗଡ଼ ୨, ଗଜପତି ୬, ଗଞ୍ଜାମ ୪, ଜଗତସିଂହପୁର ୯, ଯାଜପୁର ୪, ଝାରସୁଗୁଡ଼ା ୧, କଳାହାଣ୍ଡି ୪, କନ୍ଧମାଳ ୨, କେନ୍ଦ୍ରାପଡ଼ା ୧, କେନ୍ଦୁଝର ୪, କୋରାପୁଟ ୨,ମାଲକାନଗିରି ୨, ମୟୂରଭଞ୍ଜ ୮, ନବରଙ୍ଗପୁର ୧୨, ନୟାଗଡ଼ ୪, ନୂଆପଡ଼ା ୧୧, ପୁରୀ ୪, ରାୟଗଡ଼ାରୁ ୪ ଏବଂ ସୋନପୁରରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୧୦।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୪,୦୯୦ରେ ପହଞ୍ଚିଥିବା ବେଳେ ୧୩,୨୩,୪୩୭ ଜଣ ସୁସ୍ଥ ହୋଇଛନ୍ତି। ୧୪୦୭ ଜଣ ଚିକିିତ୍ସିତ ହେଉଛନ୍ତି।