୨୦୨୩-୨୪ ରାଜ୍ୟ ବଜେଟ: ସ୍ବାସ୍ଥ୍ୟ କ୍ଷେତ୍ରରେ ୧୬ ହଜାର କୋଟି

ଭୁବନେଶ୍ୱର,୨୪।୨(ବ୍ୟୁରୋ): ୨୦୨୩-୨୪ ରାଜ୍ୟ ବଜେଟରେ ସ୍ବାସ୍ଥ୍ୟ ପାଇଁ ୧୬ ହଜାର କୋଟି ବ୍ୟୟବରାଦ ହୋଇଛି। ଗତବର୍ଷ ତୁଲନାରେ ଏହା ୨୭ ପ୍ରତିଶତ ବୃଦ୍ଧି ପାଇଛି। ମୋଟ ରାଜ୍ୟ ବଜେଟର ୧୭ ପ୍ରତିଶତ ସ୍ବାସ୍ଥ୍ୟ କ୍ଷେତ୍ରରେ ବ୍ୟୟବରାଦ କରାଯାଇଛି।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଶାସନିକ ବ୍ୟବବରାଦ ବାବଦକୁ ୩ ହଜାର ୭୨୫ କୋଟି ଏବଂ କାର୍ଯ୍ୟକ୍ରମ ବ୍ୟୟବାବଦକୁ ୧୨ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଯାହାକି ୨୦୨୨-୨୩ ଆର୍ଥି ବର୍ଷର ବ୍ୟୟବରାଦଠାରୁ ୩୩ ପ୍ରତିଶତ ଅଧିକ ରହିଛି।