Posted inଜାତୀୟ

ସହଜ ନୁହେଁ ୨୦୨୨ ନିର୍ବାଚନ

ନୂଆଦିଲ୍ଲୀ/ଲକ୍ଷ୍ନୌ,୫ା୬ କରୋନା ମହାମାରୀ ମୁକାବିଲାରେ ଉତ୍ତରପ୍ରଦେଶ(ୟୁପି)ର ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିଫଳତାକୁ ନେଇ ଭାଜପା ଚିନ୍ତିତ। ୨୦୨୨ ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ବାକି ଥିବାବେଳେ ରାଜନୈତିକ ଦୃଷ୍ଟିରୁ ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ତଥା ଜନବହୁଳ ରାଜ୍ୟରେ ବ୍ୟାକ୍‌ଫୁଟ୍‌ରେ ଛିଡ଼ାହୋଇଛି ଗୈରିକ ଦଳ।

୪୦୩ ସଦସ୍ୟ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚରେ ଶେଷ ହେବା ପୂର୍ବରୁ ରାଜ୍ୟରେ ନୂଆ ସରକାର ଗଠନ ଲାଗି ଭୋଟ କରାଯିବ। ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ହେବ। ଉଭୟ ନିର୍ବାଚନରେ ଦଳ କ୍ଷତିଗ୍ରସ୍ତ ହେବା ଆଶଙ୍କା କରି ଭାଜପା କେନ୍ଦ୍ରୀୟ ନେତୃତ୍ୱ ଚିନ୍ତିତ। କାରଣ ଦିଲ୍ଲୀକୁ କ୍ଷମତାର ରାସ୍ତା ୟୁପି ଦେଇ ଗତି କରିଥାଏ। ଲୋକ ସଭାରେ ୟୁପିର ଆସନ ସଂଖ୍ୟା ହେଉଛି ୮୦। ଏଭଳି ଆଶଙ୍କା ପଛର କାରଣ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧ। ସେହିପରି କୋଭିଡ୍‌ ମୁକାବିଲାରେ ଯୋଗୀ ସରକାରଙ୍କ ବିଫଳତା ମଧ୍ୟ ଭାଜପା ପାଇଁ ବିପର୍ଯ୍ୟୟ ଆଣିଦେଇପାରେ ବୋଲି କୁହାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅମଳରେ ବିଦ୍ରୋହର ସ୍ବର ଉଠାଇଥିବା ତତ୍କାଳୀନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଅବସ୍ଥା କ’ଣ ହୋଇଥିଲା ଯୋଗୀ ତାକୁ ସ୍ମରଣ କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।
ମୋଦି-ଯୋଗୀଙ୍କ ମଧ୍ୟରେ ମତପାର୍ଥକ୍ୟ ଆଉ କାହାକୁ ଅଛପା ନାହିଁ। ଏହାକୁ ଦୃଷ୍ଟିରେ ରଖି ଚଳିତ ମାସରେ ଯୋଗୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯିବ ବୋଲି ଜଣାପଡ଼ିଛି। ଏଥିରେ ଜାତିଗତ ଓ କ୍ଷେତ୍ରୀୟ ସମୀକରଣକୁ ହିସାବକୁ ନିଆଯିବ। କେତେଜଣ ମନ୍ତ୍ରୀଙ୍କୁ ହଟାଯାଇ ନୂଆ ଚେହେରାଙ୍କୁ ସ୍ଥାନ ମିଳିବ। ଅନ୍ୟ କେତେଜଣ ମନ୍ତ୍ରୀଙ୍କ ବିଭାଗରେ ଅଦଳବଦଳ କରାଯାଇପାରେ। ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ଆଇଏଏସ୍‌ ଅଧିକାରୀ ଅରବିନ୍ଦ କୁମାର ଶର୍ମାଙ୍କୁ ୟୁପି ସରକାରରେ ସ୍ଥାନ ମିଳିପାରେ। ତାଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହି ଗୁଜରାଟ କ୍ୟାଡର ଅଫିସର ନିକଟରେ ସ୍ବେଚ୍ଛାକୃତ ଅବସର ନେଇ ୟୁପି ବିଧାନ ପରିଷଦକୁ ଏମ୍‌ଏଲ୍‌ସି ଭାବେ ନିର୍ବାଚିତ ହୋଇଛନ୍ତି। ଅରବିନ୍ଦ ଶର୍ମାଙ୍କୁ ଯୋଗୀ କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀ ନ ଦେଇ ଖୋଲାଖୋଲି ବିରୋଧ କରୁଥିବା କୁହାଯାଉଛି। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଭାଜପାର କେନ୍ଦ୍ରୀୟ ନେତୃତ୍ୱ ୟୁପି ନେତୃତ୍ୱରେ ବଡ଼ ଧରଣର ପରିବର୍ତ୍ତନ କରି ରିସ୍କ ନେବାକୁ ଚାହୁଁନାହାନ୍ତି। ତେଣୁ ରାଜ୍ୟରେ ଦଳୀୟ ସଙ୍ଗଠନ କିମ୍ବା ସରକାରରେ ନେତୃତ୍ୱ ପରିବର୍ତ୍ତନ ନ କରିବାକୁ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ଭାଜପା ପ୍ରଦେଶ ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂ ବର୍ତ୍ତମାନ ନିଜ ନିଜ ପଦରେ ରହିବେ। ଆଗାମୀ ନିର୍ବାଚନରେ ଏହି ଦୁଇ ନେତା ନେତୃତ୍ୱ ନେଇପାରନ୍ତି।
ପ୍ରକାଶ ଯେ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମହାସଚିବ ଦତ୍ତାତ୍ରେୟ ହୋସ୍‌ବାଲେ ସୋମବାର ଲକ୍ଷ୍ନୌ ଗସ୍ତ ବେଳେ ସଂଘର ପଦାଧିକାରୀ ଏବଂ ଭାଜପାର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ଭାଜପାର ସଙ୍ଗଠନ ସମ୍ପାଦକ ବି.ଏଲ୍‌. ସନ୍ତୋଷ ଏବଂ ପ୍ରଦେଶ ପ୍ରଭାରୀ ରାଧାମୋହନ ସିଂଙ୍କୁ ଲକ୍ଷ୍ନୌ ପଠାଯାଇଥିଲା। ଲକ୍ଷ୍ନୌରେ ତିନି ନେତା ସ୍ଥାନୀୟ ନେତା ଏବଂ କେତେଜଣ ମନ୍ତ୍ରୀ ତଥା ବିଧାୟକଙ୍କୁ ଭେଟିଥିଲେ। ସ୍ବତନ୍ତ୍ର ଦେବ ସିଂଙ୍କ ସ୍ଥାନରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଭାଜପାର ପ୍ରଦେଶ ଅଧ୍ୟକ୍ଷ କରାଯିବା ନେଇ କିଛି ଦିନ ହେଲା ଚର୍ଚ୍ଚା ହେଉଥିଲା। କିନ୍ତୁ ବିଧାନସଭା ନିର୍ବାଚନ ପାଇଁ ବେଶି ସମୟ ନ ଥିବାରୁ ଦଳ ନେତୃତ୍ୱ ପରିବର୍ତ୍ତନର ରିସ୍କ ନେବାକୁ ଚାହିଁଲା ନାହିଁ। ଫିଡ୍‌ବ୍ୟାକ୍‌ ମିଳିବା ପରେ ସ୍ଥିର କରାଯାଇଛି ଯେ, ୟୁପିରେ ସଙ୍ଗଠନ ଓ ସରକାର ମଧ୍ୟରେ ସମନ୍ବୟ ଜରୁରୀ। ଏଥିପାଇଁ ନିୟମିତ ଭାବେ ବୈଠକ ବସିବ। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଆସନ୍ତା ମାସରେ ୟୁପି ଗସ୍ତ କରିବେ। ସଂଘ ଓ ଭାଜପା ନେତାଙ୍କ ଲଗାତର ଗସ୍ତ ଓ ମାରାଥନ୍‌ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିଲେ ହେଁ ୟୁପିରେ ଦଳର ବିଜୟ ଆଦୌ ସହଜ ହେବ ନାହିଁ ବୋଲି କୁହାଯାଉଛି। ନିକଟରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ଭାଜପାର ଶୋଚନୀୟ ପରାଜୟକୁ ମଧ୍ୟ ଏଥିପାଇଁ ଦାୟୀ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

ପିଇବା ପାଣି ପାଇଁ ଗର୍ଜିଲେ ଅଞ୍ଚଳବାସୀ: ସମାଧାନ ପାଇଁ ମିଳିଲା ପ୍ରତିଶ୍ରୁତି

ଦାରିଙ୍ଗବାଡି,୬।୪(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡବେରୀ ଶାଳବଣଠାରେ ସୋମବାର ଡବେରୀ ଅଞ୍ଚଳକୁ ମଦମୁକ୍ତ ଏବଂ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ବସିଲା ବୈଠକ। ଅଞ୍ଚଳର…

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri