Posted inଖେଳ

୨୦୨୧ ଆଇପିଏଲ୍‌ : ଟାଇଟଲ ପ୍ରାୟୋଜକ ଭାବେ ଭିଭୋର ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ, ୨୦।୨(ପି.ଟି.): ଚାଇନା ମୋବାଇଲ ଉତ୍ପାଦନକାରୀ କମ୍ପାନୀ ଭିଭୋ ଆଗାମୀ ୨୦୨୧ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଟାଇଟଲ ପ୍ରାୟୋଜକ ରହିବ ବୋଲି ଘୋଷଣା କରାଯାଇଛି। ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶୁକ୍ରବାର ସ୍ପଷ୍ଟ କରିଛି। ଏଥିସହିତ ଭିଭୋ ତା’ର ପୁରୁଣା ଭୂମିକାକୁ ପ୍ରତ୍ୟାବର୍ତ୍ତନ କରିବା ନିଶ୍ଚିତ ହୋଇଛି।
ଅନ୍ୟ ବଡ଼ ବଡ଼ କମ୍ପାନୀକୁ ପ୍ରାୟୋଜନ ଅଧିକାର ଟ୍ରାନ୍ସଫର କରିବା ନେଇ ପ୍ରୟାସ କରାଯାଇଥିଲେ ମଧ୍ୟ ଏଥିରେ ସଫଳତା ମିଳିପାରି ନାହିଁ। ଏ ନେଇ ମିଳିଥିବା ପ୍ରସ୍ତାବ ଆଶାନୁରୂପ ହୋଇପାରି ନ ଥିବାରୁ ଭିଭୋକୁ ପୁଣି ଥରେ ଏହି ଅଧିକାର ପ୍ରଦାନ କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ପୂର୍ବରୁ ବର୍ଷକୁ ୪୪୦ କୋଟି ଟଙ୍କା ବିନିମୟରେ ଭିଭୋ ଆଇପିଏଲ୍‌ ପ୍ରାୟୋଜକ ରହିଥିଲା ଓ ବିସିସିଆଇ ସହିତ ୫ ବର୍ଷୀୟା ଚୁକ୍ତି କରିଥିଲା। ତେବେ ଲଦାଖରେ ଭାରତ ଓ ଚାଇନା ମଧ୍ୟରେ ଦେଖାଦେଇଥିବା ସୀମା ବିବାଦ ଓ ଏ ନେଇ ଦୁଇ ଦେଶ ମଧ୍ୟରେ ହୋଇଥିବା ସଂଘର୍ଷ କାରଣରୁ ଭିଭୋର ଏହି ପ୍ରାୟୋଜନ ଚୁକ୍ତିକୁ ୨୦୨୦ରେ ସାମୟିକ ଭାବେ ବାତିଲ କରାଯାଇଥିଲା। ତେବେ ପ୍ରାୟୋଜନ ଅଧିକାର ହାସଲ କରିବାକୁ ଡ୍ରିମ୍‌ ୧୧ ଓ ଅନ୍‌ଏକାଡେମୀ ତରଫରୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଭିଭୋ ଭଳି ଏହା ଆଶାନୁରୂପ ହୋଇପାରି ନ ଥିଲା। ଆସନ୍ତାବର୍ଷ ଏହି କମ୍ପାନୀଗୁଡିକ ଏ ନେଇ ପ୍ରୟାସ କରିବେ। ଫଳରେ ଶେଷରେ ଭିଭୋକୁ ପୁଣି ଥରେ ଏହି ଗୁରୁଦାୟିତ୍ୱ ବହନ କରିବାକୁ ହେବ ବୋଲି ବିସିସିଆଇ ସୂତ୍ରରୁ ପ୍ରକାଶ।
ଉଲ୍ଲେଖଥାଉ କି ଡ୍ରିମ୍‌ ୧୧ ଆଇପିଏଲ୍‌ର ୨୦୨୦ ସଂସ୍କରଣରେ ଟାଇଟଲ ସ୍ପୋନ୍ସର ଥିଲା। ୨୨୨ କୋଟି ଟଙ୍କା ବିନିମୟରେ ଡ୍ରିମ୍‌ ୧୧ ଏହି ଅଧିକାର ହାସଲ କରିଥିଲା। ବର୍ଷକୁ ଭିଭୋ ଦେଉଥିବା ଅର୍ଥର ଏହା ଅଧା ଥିଲା। ପୂର୍ବରୁ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ଭିଭୋ ଆଇପିଏଲ୍‌ ପ୍ରାୟୋଜକ ଥିଲା। ଏଥିପାଇଁ ଭିଭୋକୁ ୨୧୯୦ କୋଟି ଟଙ୍କା ପୈଠ କରିବାକୁ ହୋଇଥାନ୍ତା। ତେବେ ଲଦାଖରେ ଭାରତ ଓ ଚାଇନା ସଂଘର୍ଷ ହୋଇଥିଲା ଓ ଏଥିରେ ୨୦ଜଣ ଭାରତୀୟ ସୈନିକ ପ୍ରାଣ ହରାଇଥିଲେ। ଏହାପରେ ସାରା ଦେଶରେ ଚାଇନା ବିରୋଧରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଫଳରେ ଚାଇନା କମ୍ପାନୀଗୁଡିକର ଜିନିଷକୁ ବର୍ଜନ କରିବାକୁ ଦାବି ଜୋର ଧରିଥିଲା। ଫଳରେ ଭିଭୋ ଓ ବିସିସିଆଇ ୨୦୨୦ ସେସନ ପାଇଁ ଚୁକ୍ତି ବାତିଲ କରିବାକୁ ସହମତିରେ ନିଷ୍ପତ୍ତି ନେଇଥିଲେ। ଭିଭୋ ବର୍ଷକୁ ଦେଉଥିବା ଅର୍ଥର ଅଧା ଆଇପିଏଲ ଫ୍ରାଞ୍ଚାଇଜଗୁଡିକ ମଧ୍ୟରେ ସମାନ ଭାବେ ବାଣ୍ଟି ଦିଆଯାଇଥିଲା। ଫଳରେ ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ ୨୭.୫ କୋଟି ଟଙ୍କା ଲେଖାଏ ପାଇଥିଲେ। କୋଭିଡ୍‌-୧୯ କାରଣରୁ ଆଇପିଏଲ୍‌ ୟୁନାଇଟେଡ ଆରବ ଏମିରେଟ୍ସରେ ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri