Posted inଖେଳ

ଓଡ଼ିଶା କ୍ରୀଡ଼ାରେ କରୋନା ପ୍ରଭାବ

ଭୁବନେଶ୍ୱର, ୧୬।୩(କ୍ରୀଡ଼ା ପ୍ରତିନିଧି)- ମାରାତ୍ମକ କରୋନା ଭାଇରସ୍‌ ପ୍ରଭାବରେ ବିଶ୍ୱର ଅନେକ କ୍ରୀଡ଼ା ପ୍ରଭାବିତ ହୋଇଛି। ଅନେକ ଗେମ୍‌କୁ ବାତିଲ କରାଯାଇଥିବାବେଳେ କେତେକ ସାମୟିକ ସମୟ ପାଇଁ ସ୍ଥଗିତ ରହିଛି। ଭାରତରେ ଅନେକ କ୍ରୀଡ଼ା ପ୍ରତିଯୋଗିତା ବାତିଲ କିମ୍ବା ବନ୍ଦ ରହିଥିବାରୁ ଅଲିମ୍ପିକ୍ସ ଯୋଗ୍ୟତା ଆଶା ରଖିଥିବା ପ୍ରତିଯୋଗୀ ଆଶଙ୍କାରେ ରହିଛନ୍ତି। ଏଥିରେ ସ୍ବାଭାବିକଭାବେ ଓଡ଼ିଶା କ୍ରୀଡ଼ା ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। କୌଣସି ଗେମ୍‌ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବାତିଲ ହୋଇ ନ ଥିଲେ ହେଁ ଅନେକ ଖେଳକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ସ୍ଥିତି ସ୍ବାଭାବିକ ହେଲେ ପ୍ରତିଯୋଗିତାଗୁଡ଼ିକୁ ପୁଣି ଆରମ୍ଭ କରିବାକୁ ଆୟୋଜକମାନେ ଆଶା ରଖିଛନ୍ତି।

କରାଟେ, ବାହୁକୁସ୍ତି
ଓଡ଼ିଶା ଇନ୍‌ଡୋର କ୍ରୀଡ଼ାର ଅନ୍ୟତମ ପ୍ରାଣକେନ୍ଦ୍ର ଉତ୍କଳ କରାଟେ ସ୍କୁଲରେ ହେଉଥିବା ବିଭିନ୍ନ ପ୍ରତିଯୋଗିତା ଏବଂ ଟ୍ରେନିଂ ଗୁରୁତର ପ୍ରଭାବିତ ହୋଇଛି। ରାଜ୍ୟ ସବ୍‌ଜୁନିୟର କରାଟେ ଚାମ୍ପିୟନଶିପ୍‌ ଚଳିତ ମାସ ୨୭, ୨୮ ଓ ୨୯ ତାରିଖରେ ହେବାର ଥିଲା। ସେହିପରି ଏପ୍ରିଲ ୫ରେ ରାଜ୍ୟ ବାହୁକୁସ୍ତି ପ୍ରତିଯୋଗିତା ଆୟୋଜନ ହେବାର ଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଦୁଇ ପ୍ରତିଯୋଗିତାକୁ ଆମେ ଘୁଞ୍ଚାଇବାକୁ ବାଧ୍ୟ ହୋଇଛୁ ବୋଲି ଉତ୍କଳ କରାଟେ ସ୍କୁଲ ମୁଖ୍ୟ ଡ. ହରିପ୍ରସାଦ ପଟ୍ଟନାୟକ ପ୍ରକାଶ କରିଛନ୍ତି। କରାଟେ ସ୍କୁଲର ଜିମ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଏହା ବ୍ୟତୀତ ପିଲାମାନଙ୍କ ଟ୍ରେନିଂକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି ବୋଲି ହରିପ୍ରସାଦ କହିଛନ୍ତି। ‘

ଟେନିସ୍‌ କ୍ରିକେଟ ଫେଡେରେଶନ କପ୍‌
ଅନ୍ୟ କ୍ରୀଡ଼ା ଭଳି ଟେନିସ୍‌ କ୍ରିକେଟ ମଧ୍ୟ କରୋନା ପ୍ରଭାବରେ ପ୍ରଭାବିତ ହୋଇଛି। ଟେନିସ କ୍ରିକେଟ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଟିସିଏଆଇ)ର ଅନୁମୋଦନକ୍ରମେ ଓଡ଼ିଶା ରାଜ୍ୟ ଟେନିସ କ୍ରକେଟ ଆସୋସିଏଶନ ଆନୁକୂଲ୍ୟରେ ସିନିୟର ଫେଡେରେଶନ କପ୍‌ ମାର୍ଚ୍ଚ ୧୮ରୁ ୨୨ ପର୍ଯ୍ୟନ୍ତ ସମ୍ବଲପୁର କୁଚିଣ୍ଡାସ୍ଥିତ ମୁକୁଣ୍ଡି ଷ୍ଟାଡିୟମରେ ହେବାର ଥିଲା। ମାତ୍ର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ବର୍ତ୍ତମାନ ସ୍ଥଗିତ ରଖାଗଲା ବୋଲି ଟିସିଏଆଇ ପକ୍ଷରୁ ରବିବାର ପ୍ରକାଶ କରାଯାଇଛି। ଏଥିରେ ୪ ଜୋନ୍‌(ନର୍ଥ, ସାଉଥ୍‌, ଇଷ୍ଟ, ଓ୍ବେଷ୍ଟ)ର ଶ୍ରେଷ୍ଠ ୩ଟି ଲେଖାଏ ଦଳ ଭାଗନେବାର କାର୍ଯ୍ୟକ୍ରମ ଥିଲା। ଚଣ୍ଡିଗଡ଼, ପଞ୍ଜାବ, ଜମ୍ମୁ-କଶ୍ମୀର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ବିଦର୍ଭ, ଝାଡ଼ଖଣ୍ଡ, ଛତିଶଗଡ଼, ତାମିଲନାଡ଼ୁ, ଗୋଆ, କେରଳ ଓ ମୁମ୍ବାଇ ଆଦି ସମସ୍ତ ୧୨ଟି ଜୋନ୍‌ ଦଳ ଅଂଶଗ୍ରହଣ ପାଇଁ ସମ୍ମତି ଜଣାଇଥିଲେ। ଆୟୋଜକ ଓଡ଼ିଶାକୁ ମିଶାଇ ମୋଟ ୧୩ଟି ଦଳ ପ୍ରତିଯୋଗିତାରେ ଭାଗ ନେଇଥାନ୍ତେ। ପ୍ରତି ଦଳରେ ୧୬ ଖେଳାଳି ଏବଂ ଜଣେ ଲେଖାଏ କୋଚ୍‌ ଓ ମ୍ୟାନେଜରଙ୍କୁ ମିଶାଇ ୧୮ ଜଣ ଲେଖାଏ ରହିବା ନିୟମ ଥିଲା। ମାତ୍ର ଏତେ ବ୍ୟକ୍ତି ଗୋଟିଏ ସ୍ଥାନରେ ଏକତ୍ରିତ ହେବା ନିୟମ ନ ଥିବାରୁ ପ୍ରତିଯୋଗିତାକୁ ବାତିଲ କରାଯାଇଛି। କେବଳ ସେତିକି ନୁହେଁ, ଚଣ୍ଡିଗଡ଼ଠାରେ ଏପ୍ରିଲ ୮ରୁ ୧୨ ପର୍ଯ୍ୟନ୍ତ ହେବାକୁଥିବା ଚାମ୍ପିୟନ୍ସ ଟ୍ରଫି ଟେନିସ କ୍ରିକେଟ ପ୍ରତିଯୋଗିତାକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଏହାଛଡ଼ା ଏପ୍ରିଲ ୧୦ରେ ଚଣ୍ଡିଗଡ଼ରେ ହେବାକୁଥିବା ବାର୍ଷିକ ସାଧାରଣ ବୈଠକକୁ ମଧ୍ୟ ସ୍ଥଗିତ ରଖାଯାଇଛି। ”ଟେନିସ୍‌ କ୍ରିକେଟ ଆସୋସିଏଶନ ଅଫ୍‌ ଇଣ୍ଡିଆ ସର୍ବଦା ଖେଳାଳି ଓ ଅଫିସିଆଲଙ୍କ ସ୍ବାସ୍ଥ୍ୟ, ସୁରକ୍ଷାକୁ ଗୁରୁତ୍ୱ ଦେଇଆସିଛି। କରୋନା ଭାଇରସ୍‌ ସଂକ୍ରମଣ ବର୍ତ୍ତମାନ ଅନ୍ତର୍ଜାତୀୟସ୍ତରରେ ଗୁରୁତର ପ୍ରଭାବ ପକାଇଛି। ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ ଆମେ ଫେଡେରେଶନ କପ୍‌, ଚାମ୍ପିୟନ୍ସ ଟ୍ରଫି ଓ ବାର୍ଷିକ ସାଧାରଣ ବୈଠକକୁ ବର୍ତ୍ତମାନ ଲାଗି ସ୍ଥଗିତ ରଖୁଛୁ“ ବୋଲି ଆସୋସିଏଶନ ସାଧାରଣ ସମ୍ପାଦକ କହ୍ନେୟା ଗୁର୍ଜର ପ୍ରକାଶ କରିଛନ୍ତି। ପରିସ୍ଥିତିକୁ ଦେଖିବାପରେ ଆମେ ପ୍ରତିଯୋଗିତାଗୁଡ଼ିକର ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି।

ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ
କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଚଳିତମାସ ୧୯ରୁ ୨୨ ପର୍ଯ୍ୟନ୍ତ ହେବାକୁ ଥିବା ଚତୁର୍ଥ ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌-୨୦୨୦କୁ ସ୍ଥଗିତ ରଖାଯାଇଛି। ପାରା ସ୍ପୋଟର୍‌ସ ଆସୋସିଏଶନ ଅଫ୍‌ ଓଡ଼ିଶା, ଓଡ଼ିଶା ପାରା ବ୍ୟାଡ୍‌ମିଣ୍ଟନ ଆସୋସିଏଶନ, କେ.ସି. ମେମୋରିଆ ଟ୍ରଷ୍ଟ ଓ ଉଡ୍ଡାନ ବ୍ୟାଡ୍‌ମିଣ୍ଟନ ଏକାଡେମୀକୁ ନେଇ ଗଠିତ ଲୋକାଲ ଅର୍ଗାନାଇଜିଂ କମିଟି ଏହି ଚାମ୍ପିୟନଶିପ୍‌କୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛି। ଓଡ଼ିଶା ସରକାର ଓ ପାରା ଅଲିମ୍ପିକ୍‌ କମିଟି ଅଫ୍‌ ଇଣ୍ଡିଆ ସହ ଆଲୋଚନା କରିବା ପରେ ପ୍ରତିଯୋଗିତାକୁ ସ୍ଥଗିତ ରଖାଯାଇଛି ବୋଲି କମିଟି ତରଫରୁ କୁହାଯାଇଛି।

କଳାହାଣ୍ଡି କପ୍‌ କ୍ରିକେଟ
ଓଡ଼ିଶାର ପ୍ରମୁଖ ଘରୋଇ କ୍ରିକେଟ ଟୁର୍ନାମେଣ୍ଟ କଳାହାଣ୍ଡି କପ୍‌ ଚଳିତ ମାସରେ ଆରମ୍ଭ ହେବାର ଥିଲା। ମାତ୍ର ତାହାକୁ ଏବେ ସ୍ଥଗିତ ରଖାଯାଇଛି। ଏପ୍ରିଲ ୧ କିମ୍ବା ୧୫ ତାରିଖରୁ ଏହାକୁ ଆରମ୍ଭ କରାଯିବାକୁ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ମ୍ୟାଚ୍‌ ପରିଚାଳନା କମିଟି ବୈଠକରେ ଆପାତତଃ ନିଷ୍ପତ୍ତି ହୋଇଛି। କମିଟିର ସଦସ୍ୟ ଧୀରେନ ପଲାଇ, ନୃସିଂହ ଚୌଧୁରୀ, ଅମିତ ବେହେରା ଓ ସିଇଓ ସୁବ୍ରତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଭାରତ-କାତାର ମ୍ୟାଚ୍‌
ଚଳିତ ମାସ ୨୬ ତାରିଖରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ଭାରତ-କାତାର ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଛି। ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ‘ଫିଫା’ ପକ୍ଷରୁ ପ୍ରତିଷେଧମୂଳକ ବ୍ୟବସ୍ଥାସ୍ବରୂପ ୨୦୨୨ ବିଶ୍ୱକପ୍‌ ଏବଂ ୨୦୨୩ ଏସିଆନ କପ୍‌ ପାଇଁ ଆଗକୁ ଖେଳାଯିବାକୁ ଥିବା ସମସ୍ତ କ୍ୱାଲିଫାୟର୍ସ ମ୍ୟାଚ୍‌କୁ ସ୍ଥଗିତ ରଖିବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ତନ୍ମଧ୍ୟରେ କାତାର ବିପକ୍ଷରେ ଭାରତ ଖେଳିବାକୁଥିବା ହୋମ୍‌ ଗେମ୍‌ (କଳିଙ୍ଗ ଷ୍ଟାଡିୟମ) ସାମିଲ ଥିଲା। ବିଶ୍ୱ ଫୁଟ୍‌ବଲ ପରିଚାଳନା ପରିଷଦର ମୁଖ୍ୟ କାର୍ଯ୍ୟାଳୟରେ ଫିଫା ଏବଂ ଏସିଆନ ଫୁଟ୍‌ବଲ କନ୍‌ଫେଡେରେଶନ (ଏଏଫ୍‌ସି) ମଧ୍ୟରେ ଏକ ବୈଠକ ବସିଥିଲା। ଏଥିରେ ଏସିଆରେ ଫୁଟ୍‌ବଲ କାର୍ଯ୍ୟକଳାପକୁ ନେଇ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

ଭାରତୀୟ ହକି ଦଳକୁ ଓସ୍‌ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ...

ଏହି କ୍ରିକେଟର୍‌ଙ୍କୁ ଚପଲରେ ପିଟିବାକୁ ଚାହୁଁଛନ୍ତି ଯୁବରାଜ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୯।୩: ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ବିସ୍ଫୋରକ ଇନିଂସ ଜରିଆରେ ଅଭିଷେକ ଶର୍ମା ଚର୍ଚ୍ଚାକୁ ଆସିଛନ୍ତି। ସେ ମାତ୍ର ୧୬...

୩ ଦିନ ହେବ ପେନ୍‌କିଲର ନେଉଥିବା ଖେଳାଳି ପଡିଆରେ ସାଜିଲେ ବିଜୟର ହିରୋ

ନୂଆଦିଲ୍ଲୀ,୨୯।୩: ଚଳିତ ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପଟାଲ୍ସକୁ ପରାସ୍ତ କରିଛି। ସଞ୍ଜୁ ସାମସନଙ୍କ ଦଳର ବିଜୟର ରିୟାନ ପରାଗ ଥିଲେ। ସେ...

ଆଇପିଏଲ୍‌ ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୯।୩: ଦିଲ୍ଲୀ କ୍ୟାପଟାଲ୍ସ ବିପକ୍ଷରେ ରିୟାନ ପରାଗ ଏକ ଚମତ୍କାର ଇନିଂସ ଖେଳିଥିଲେ। ରିୟାନ ପାରାଗ ୪୫ ବଲରେ ୮୪ ରନ ସଂଗ୍ରହ କରିଥିଲେ। ଏହି...

ରାଜସ୍ଥାନର କ୍ରମାଗତ ଦ୍ୱିତୀୟ ବିଜୟ

ଜୟପୁର,୨୮ା୩: ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୯ତମ ଆଇପିଏଲ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନ୍‌ରେ ହରାଇ କ୍ରମାଗତ ଦ୍ୱିତୀୟ ବିଜୟୀ ହୋଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri